ଜୈବିକ କୃଷିକୁ ଗୁରୁତ୍ୱ ଦେବାକୁ ଜିଲାପାଳଙ୍କ ପରାମର୍ଶ

ନୂଆପଡା ଅଫିସ,୨୧ା୪: ଚାଷୀମାନେ ଦେଶର ମେରୁଦଣ୍ଡ। ଦେଶ ବିଭିନ୍ନ ସମୟରେ ନାନାଦି ଦୁର୍ବିପାକ ଦେଇ ଗତି କରିଛି। ତଥାପି ଚାଷୀମାନେ ଲୋକଙ୍କ ମୁହଁରେ ଅନ୍ନ ଦେବା ବନ୍ଦ କରି ଦେଇନାହିଁ। ସବୁ ପରିସ୍ଥିତିରେ ନିଜକୁ ଜଳାଞ୍ଜଳି ଦେଇ ଓ ନିରନ୍ତର ଝାଳ ବୁହାଇ ଚାଷୀ ଦେଶବାସୀଙ୍କୁ ଅନ୍ନ ଯୋଗାଇଛି। ବର୍ତ୍ତମାନର କରୋନା ଲଢେଇରେ ମଧ୍ୟ ଚାଷୀମାନେ ଜଣେ ଜଣେ ଯୋଦ୍ଧା ଭାବେ ଦଣ୍ଡାୟମାନ। ଏଣୁ ଚାଷୀଙ୍କ ସହ ପ୍ରଶାସନ ରହିଛି ବୋଲି ଜିଲାପାଳ ମଧୁସ୍ମିତା ସାହୁ କହିଛନ୍ତି। ଏହି ବାର୍ତ୍ତା ନେଇ ଜିଲାପାଳ ଜିଲାର ବିଭିନ୍ନ ପ୍ରାନ୍ତ ବୁଲୁଛନ୍ତି। କ୍ଷେତ ପରିଦର୍ଶନ କରି ଚାଷୀଙ୍କ ସହ କଥା ହେଉଛନ୍ତି।
ଦେଶସାରା ଲକଡାଉନ। ଗୋଟିଏ ପଟେ ସଚେତନତା ପାଇଁ ଜିଲାର ସବୁ ପ୍ରଶାସନିକ ବିଭାଗ ଅଣ୍ଟା ଭିଡିଥିବାବେଳେ ଜଲାପାଳ ଗୋଟିଏ ପାଦ ଆଗକୁ ଆସି ଚାଷୀଙ୍କ ନିକଟକୁ ଖୋଦ ଯାଉଛନ୍ତି। ଏହିକ୍ରମରେ ଜିଲାପାଳ ସାହୁ ପ୍ରଥମେ ସଦର ବ୍ଲକ ଜେଞ୍ଜେରା ଗାଁକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଚାଷୀମାନେ କିପରି ଜୈବିକ ସାର ବ୍ୟବହାର କରି ଚାଷକୁ ଦ୍ୱିଗୁଣିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି ତାହାକୁ ନିଜେ ଦେଖିଥିଲେ। ଚାଷୀମାନେ ହାଣ୍ଡିଖତ (ସାର) ପ୍ରସ୍ତୁତ କରି ତାହାକୁ କୃଷି ବିଭାଗର ପରାମର୍ଶ ନେଇ ବେଶ୍‌ ସଫଳ ଚାଷ କରିଥିବା ଦେଖି ଜିଲାପାଳ ଖୁସି ପ୍ରକଟ କରିଥିଲେ। ତେବେ କରୋନା ଲକଡାଉନ ଯୋଗୁଁ ଠିକ୍‌ ସମୟରେ ସାର, କୀଟନାଶକ ନ ପାଇ ହଇରାଣ ହେଉଥିବାରୁ ହତୋତ୍ସାହିତ ହେଉଥିବା ଚାଷୀମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଭଳି ଜିଲାପାଳ ସହୁ ଦର୍ଲିନୂଆପଡା ଗାଁକୁ ଯାଇ ଆଗ୍ରୋ ଫରେଷ୍ଟ୍ରି ଯୋଜନାରୁ ଧାନ ଏବଂ ଅଣଧାନ ଚାଷ କରିଥିବା ୧୬ଜଣ ଚାଷୀଙ୍କ କ୍ଷେତ ପରିଦର୍ଶନ କରିଥିଲେ। ଚୁହୁରି ଗାଁରେ ସିଞ୍ଚନ ପ୍ରଣାଳୀରେ ହୋଇଥିବା ବିଭିନ୍ନ ଚାଷ ବୁଲି ଦେଖିଥିଲେ। ଜିଲାପାଳଙ୍କ ସହ ସହକାରୀ କୃଷି ଅଧିକାରୀ ହିମାଂଶୁ ଶେଖର ମହାପାତ୍ର, ବିରଞ୍ଚିନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri