ଜୁନ୍‌ରେ ହୋଇଛି କମ୍‌ ବର୍ଷା : ଚିନ୍ତାରେ ତାଳଚେର କୃଷି ଜିଲା ଚାଷୀ

ତାଳଚେର, ୬ା୭(ନି.ପ୍ର.)- ତାଳଚେର କୃଷି ଜିଲାରେ ଚଳିତବର୍ଷ ୫୮,୩୬୪ ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ଅନିୟମିତ ବର୍ଷା ଏବେଠାରୁ ଚାଷୀଙ୍କୁ ହତାଶ କଲାଣି। ଆଗାମୀ ଦିନରେ ଭଲ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି।
ତାଳଚେର, କଣିହାଁ ଓ ପାଲଲହଡା ବ୍ଲକକୁ ନେଇ ତାଳଚେର କୃଷି ଜିଲା ଗଠିତ। ଚଳିତ ବର୍ଷ କୃଷି ଜିଲାରେ ୩୦,୯୨୫ ହେକ୍ଟର ଜମିରେ ଧାନ ଓ ୨୭,୪୩୦ ହେକ୍ଟରରେ ଅଣଧାନ ଫସଲ ଚାଷ କରାଯିବ। ସେଥିରୁ ତାଳଚେର ବ୍ଲକରେ ୭୬୪୫ ହେକ୍ଟର ଜମିରେ ଧାନ ଓ ୪୨୧୫ ହେକ୍ଟରରେ ଅଣଧାନ, କଣିହାଁ ବ୍ଲକରେ ୧୨,୬୧୫ ହେକ୍ଟରରେ ଧାନ ଓ ୧୩,୪୧୯ ହେକ୍ଟରରେ ଅଣଧାନ ଏବଂ ପାଲଲହଡା ବ୍ଲକରେ ୧୦,୬୬୫ ହେକ୍ଟର ଜମିରେ ଧାନ ଓ ୯୭୬୦ ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ ସ୍ଥିର କରାଯାଇଛି। ସେହିପରି ୨୦,୬୦୮ ହେକ୍ଟର ଜମିରେ ବୁଣା ଓ ୧୦,୨୭୨ ହେକ୍ଟରରେ ଧାନ ରୁଆ ହେବ। ଅଦ୍ୟାବଧି କୃଷି ଜିଲାରେ ୧୭,୦୩୧ ହେକ୍ଟର ଜମିରେ ଧାନ ବୁଣା ହୋଇଛି। ତାଳଚେର ବ୍ଲକରେ ୫୬୭୧ ହେକ୍ଟର ମଧ୍ୟରୁ ୫୬୨୫, କଣିହାଁରେ ୭୩୨୧ ହେକ୍ଟରରୁ ୭୧୭୬ ଓ ପାଲଲହଡାରେ ୭୬୭୦ରୁ ୪୫୦୦ ହେକ୍ଟର ଜମିରେ ଧାନ ବୁଣା ସରିଛି। ସେହିପରି ତାଳଚେର ବ୍ଲକରେ ୨୯୧୫ ହେକ୍ଟର, କଣିହାଁରେ ୧୦,୨୩୪ ଏବଂ ପାଲଲହଡ଼ା ବ୍ଲକରେ ୭୫୯୭ ହେକ୍ଟରରେ ଅଣଧାନ ଚାଷ କରାଯାଇଛି। ଏଥିସହ କୃଷି ଜିଲାରେ ୧୦,୨୭ ହେକ୍ଟର ଜମିରେ ତଳି ପଡିବାକୁ ଥିଲା। ସେଥିରୁ ଏବେସୁଦ୍ଧା କେବଳ ୪୩୦ ହେକ୍ଟର ଜମିରେ ତଳି ପକାଯାଇଛି। ଆବଶ୍ୟକ ବର୍ଷା ଅଭାବରୁ ଏତେ କମ୍‌ ଜମିରେ ତଳି ପଡ଼ିଥିବା କୁହାଯାଉଛି। ସାଧାରଣତଃ ଜୁନରେ ୨୨୫.୧ ମିଲିମିଟର ବର୍ଷା ହେବା କଥା। କିନ୍ତୁ ତାଳଚେର ବ୍ଲକରେ ୨୧୯, କଣିହାଁରେ ୧୩୯.୫ ଏବଂ ପାଲଲହଡା ବ୍ଲକରେ ୨୦୨.୧ ମି.ମି. ବର୍ଷା ହୋଇଥିବା ସରକାରୀ ଭାବେ ରେକର୍ଡ କରାଯାଇଛି। ସମଗ୍ର କୃଷି ଜିଲା ପାଇଁ ୩୨୧୧ କୁଇଣ୍ଟାଲ ବିହନ ଆବଶ୍ୟକ ଥିବା ବେଳେ ମିଳିଛି ୧୦୪୮ କୁଇଣ୍ଟାଲ। ସେଥିରୁ ତାଳଚେର ବ୍ଲକକୁ ୧୧୯, କଣିହାଁକୁ ୧୧୯ ଏବଂ ପାଲଲହଡା ବ୍ଲକକୁ ୮୧୦ କୁଇଣ୍ଟାଲ ମିଳିଛି। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ଲକ୍ଷ୍ମୀନାରାୟଣ ଶତପଥୀ କହିଛନ୍ତି, ଆବଶ୍ୟକ ତୁଳନାରେ କମ୍‌ ବର୍ଷା ହୋଇଛି। କିନ୍ତୁ ଜୁଲାଇ ଓ ଅଗଷ୍ଟ ମାସର ବର୍ଷା ଚାଷ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ତେଣୁ ଆଶା କରାଯାଉଛି ଏହି ଦୁଇ ମାସରେ ଭଲ ବର୍ଷା ହେବ। ଅଣଋଣୀ ଚାଷୀମାନେ ଫସଲବୀମା ଯୋଜନା କରିବାକୁ ଜିଲା କୃଷି ଅଧିକାରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri