ଜୁନ୍‌ରେ ହୋଇଛି କମ୍‌ ବର୍ଷା : ଚିନ୍ତାରେ ତାଳଚେର କୃଷି ଜିଲା ଚାଷୀ

ତାଳଚେର, ୬ା୭(ନି.ପ୍ର.)- ତାଳଚେର କୃଷି ଜିଲାରେ ଚଳିତବର୍ଷ ୫୮,୩୬୪ ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ଅନିୟମିତ ବର୍ଷା ଏବେଠାରୁ ଚାଷୀଙ୍କୁ ହତାଶ କଲାଣି। ଆଗାମୀ ଦିନରେ ଭଲ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି।
ତାଳଚେର, କଣିହାଁ ଓ ପାଲଲହଡା ବ୍ଲକକୁ ନେଇ ତାଳଚେର କୃଷି ଜିଲା ଗଠିତ। ଚଳିତ ବର୍ଷ କୃଷି ଜିଲାରେ ୩୦,୯୨୫ ହେକ୍ଟର ଜମିରେ ଧାନ ଓ ୨୭,୪୩୦ ହେକ୍ଟରରେ ଅଣଧାନ ଫସଲ ଚାଷ କରାଯିବ। ସେଥିରୁ ତାଳଚେର ବ୍ଲକରେ ୭୬୪୫ ହେକ୍ଟର ଜମିରେ ଧାନ ଓ ୪୨୧୫ ହେକ୍ଟରରେ ଅଣଧାନ, କଣିହାଁ ବ୍ଲକରେ ୧୨,୬୧୫ ହେକ୍ଟରରେ ଧାନ ଓ ୧୩,୪୧୯ ହେକ୍ଟରରେ ଅଣଧାନ ଏବଂ ପାଲଲହଡା ବ୍ଲକରେ ୧୦,୬୬୫ ହେକ୍ଟର ଜମିରେ ଧାନ ଓ ୯୭୬୦ ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ ସ୍ଥିର କରାଯାଇଛି। ସେହିପରି ୨୦,୬୦୮ ହେକ୍ଟର ଜମିରେ ବୁଣା ଓ ୧୦,୨୭୨ ହେକ୍ଟରରେ ଧାନ ରୁଆ ହେବ। ଅଦ୍ୟାବଧି କୃଷି ଜିଲାରେ ୧୭,୦୩୧ ହେକ୍ଟର ଜମିରେ ଧାନ ବୁଣା ହୋଇଛି। ତାଳଚେର ବ୍ଲକରେ ୫୬୭୧ ହେକ୍ଟର ମଧ୍ୟରୁ ୫୬୨୫, କଣିହାଁରେ ୭୩୨୧ ହେକ୍ଟରରୁ ୭୧୭୬ ଓ ପାଲଲହଡାରେ ୭୬୭୦ରୁ ୪୫୦୦ ହେକ୍ଟର ଜମିରେ ଧାନ ବୁଣା ସରିଛି। ସେହିପରି ତାଳଚେର ବ୍ଲକରେ ୨୯୧୫ ହେକ୍ଟର, କଣିହାଁରେ ୧୦,୨୩୪ ଏବଂ ପାଲଲହଡ଼ା ବ୍ଲକରେ ୭୫୯୭ ହେକ୍ଟରରେ ଅଣଧାନ ଚାଷ କରାଯାଇଛି। ଏଥିସହ କୃଷି ଜିଲାରେ ୧୦,୨୭ ହେକ୍ଟର ଜମିରେ ତଳି ପଡିବାକୁ ଥିଲା। ସେଥିରୁ ଏବେସୁଦ୍ଧା କେବଳ ୪୩୦ ହେକ୍ଟର ଜମିରେ ତଳି ପକାଯାଇଛି। ଆବଶ୍ୟକ ବର୍ଷା ଅଭାବରୁ ଏତେ କମ୍‌ ଜମିରେ ତଳି ପଡ଼ିଥିବା କୁହାଯାଉଛି। ସାଧାରଣତଃ ଜୁନରେ ୨୨୫.୧ ମିଲିମିଟର ବର୍ଷା ହେବା କଥା। କିନ୍ତୁ ତାଳଚେର ବ୍ଲକରେ ୨୧୯, କଣିହାଁରେ ୧୩୯.୫ ଏବଂ ପାଲଲହଡା ବ୍ଲକରେ ୨୦୨.୧ ମି.ମି. ବର୍ଷା ହୋଇଥିବା ସରକାରୀ ଭାବେ ରେକର୍ଡ କରାଯାଇଛି। ସମଗ୍ର କୃଷି ଜିଲା ପାଇଁ ୩୨୧୧ କୁଇଣ୍ଟାଲ ବିହନ ଆବଶ୍ୟକ ଥିବା ବେଳେ ମିଳିଛି ୧୦୪୮ କୁଇଣ୍ଟାଲ। ସେଥିରୁ ତାଳଚେର ବ୍ଲକକୁ ୧୧୯, କଣିହାଁକୁ ୧୧୯ ଏବଂ ପାଲଲହଡା ବ୍ଲକକୁ ୮୧୦ କୁଇଣ୍ଟାଲ ମିଳିଛି। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ଲକ୍ଷ୍ମୀନାରାୟଣ ଶତପଥୀ କହିଛନ୍ତି, ଆବଶ୍ୟକ ତୁଳନାରେ କମ୍‌ ବର୍ଷା ହୋଇଛି। କିନ୍ତୁ ଜୁଲାଇ ଓ ଅଗଷ୍ଟ ମାସର ବର୍ଷା ଚାଷ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ତେଣୁ ଆଶା କରାଯାଉଛି ଏହି ଦୁଇ ମାସରେ ଭଲ ବର୍ଷା ହେବ। ଅଣଋଣୀ ଚାଷୀମାନେ ଫସଲବୀମା ଯୋଜନା କରିବାକୁ ଜିଲା କୃଷି ଅଧିକାରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri