ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ : ଏସ୍‌ଆଇଙ୍କ ହାତକୁ କାମୁଡ଼ି ଦେଲେ, ୧୦ କୋର୍ଟଚାଲାଣ

କୁକୁଡ଼ାଖଣ୍ଡି,୬ା୧୦(ଡି.ଏନ.ଏ.)- ଜୁଆ ଖେଳ ଚାଲିଥିବାବେଳେ ଆଡ୍ଡାରେ ପୋଲିସ ଚଢାଉ କରିଥିଲା। ଅନ୍ଧାରର ସୁଯୋଗ ନେଇ ପୋଲିସ ଉପରକୁ ପାଲଟା ଆକ୍ରମଣ କଲେ ଜୁଆଡି। ଏଭଳି ଘଟଣା ଘଟିଛି ବ୍ରହ୍ମପୁର ପୋଲିସ ଜିଲା ସଦର ଥାନା ଅଞ୍ଚଳରେ। ନଂ.୨୬୧/୨୦୧୯ରେ ମାମଲା ରୁଜୁ କରି ପୋଲିସ ଉପରକୁ ଆକ୍ରମଣ କରିଥିବା ଅଭିଯୋଗରେ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜଣେ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି।
ପୋଲିସର ସୂଚନା ଅନୁସାରେ, ଲୋଚାପଡା ଅଞ୍ଚଳର ଏକ ଘରେ ଜୁଆଆଡ୍ଡା ଚାଲୁଥିବା ଶୁକ୍ରବାର ରାତିରେ ସଦର ଥାନା ପୋଲିସକୁ ସୂଚନା ମିଳିଥିଲା। ସଦରଥାନା ଓ ନିମଖଣ୍ଡି ଫାଣ୍ଡି ପୋଲିସ ସଦଳବଳ ସେଠାରେ ରାତି ପ୍ରାୟ ୧୨ଟାରେ ଚଢାଉ କରିଥିଲେ। ମାତ୍ର ଅନ୍ଧାରର ସୁଯୋଗ ନେଇ ଜୁଆଡ଼ିମାନେ ପୋଲିସକୁ ଆକ୍ରମଣ କରିଥିଲେ। ସଦରଥାନା ସେକେଣ୍ଡ ଅଫିସର (ଏସ୍‌ଆଇ) ବିଭୂତି ଭୂଷଣ ସେଠୀଙ୍କ ହାତକୁ ଜଣେ ଜୁଆଡି କାମୁଡି ଦେଇଥିଲେ। ପୋଲିସ ୧୧ ଜଣଙ୍କୁ କାବୁ କରିଥିଲା। ସେମାନେ ହେଲେ ମହେନ୍ଦ୍ର ସାହୁ (୨୪), ଗଣେଶ ସାହୁ (୩୫), ବୃନ୍ଦାବନ ବେହେରା (୩୪), ଦୀପକ ସାହୁ (୨୫), ମନୋଜ କୁମାର ସାହୁ (୩୬), ଶ୍ରୀହରି ପାତ୍ର (୨୬), ହିନ ସାହୁ (୨୫), ମୁରଲିଧର ସାହୁ (୩୦), କୁନା ସେଠୀ (୨୧) ଓ ସନ୍ତୋଷ ପ୍ରଧାନ (୨୭)। ସେଠାରୁ ୮ହଜାର ୭୭୦ ଟଙ୍କା, ୫ ଠେଙ୍ଗା, ଚାରୋଟି ପଥର ଓ ୭ଟି ମୋବାଇଲ ପୋଲିସ ଜବତ କରିଛି। ଶନିବାର ୧୦ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜଣେ ନାବାଳକଙ୍କୁ ବ୍ରହ୍ମପୁରସ୍ଥିତ ବାଳସୁଧାର ଗୃହକୁ ପଠାଇଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri