ଜୀବନକୁ ବାଜି ଲଗାଇ ଫେରିଲେ ଅନିଲ

ଜଗତ୍‌ସିଂହପୁର ଅଫିସ,୭ା୫: ଜୀବନକୁ ବାଜି ଲଗାଇ ସୁଦୂର ମଧ୍ୟପ୍ରଦେଶରୁ ଜଗତ୍‌ସିଂହପୁରରେ ପହଞ୍ଚିଛନ୍ତି ବାଲିକୁଦା ଥାନା ଅଳାଭର ପଞ୍ଚାୟତ କଣିଆ ଗ୍ରାମର ଅନିଲ ବାରିକ। ସେ ତାଙ୍କ ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲା ପରେ ‘ଧରିତ୍ରୀ’କୁ ସ୍ବତନ୍ତ୍ର ଭାବେ ଅଭୁଲାସ୍ମୃତି ବଖାଣିଛନ୍ତି। ଏହି ଗସ୍ତ ତାଙ୍କ ପାଇଁ ବଡ଼ ପରୀକ୍ଷା ଥିଲା। ବାଟରେ ସେ ଯେତେବେଳେ ଚାଲି ଚାଲି ଆସୁଥିଲେ ଲୋକେ ତାଙ୍କୁ ସନ୍ଦେହ କରି ମେଳି ହୋଇ ଆକ୍ରମଣ ଉଦ୍ୟମ କରିଥିଲେ। ସୌଭାଗ୍ୟକୁ ତାଙ୍କର ଜଣେ ଅଜଣା ୟୁଟୁବ୍‌ ଚ୍ୟାନେଲ୍‌ ବନ୍ଧୁଙ୍କ ଯୋଗୁ ବଞ୍ଚି ଯାଇଥିଲେ। କେବଳ ଏତିକି ନୁହେଁ, ଏହି ବନ୍ଧୁ ଓ ବାଟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହଯୋଗ ତାଙ୍କୁ ଜିଲାରେ ପହଞ୍ଚାଇବାରେ ସହଯୋଗ କରିଥିଲା। ବିଶେଷକରି ସୁନ୍ଦରଗଡ଼ ସୀମାରୁ ତାଙ୍କୁ ଆସିବା ଚିନ୍ତାର କାରଣ ଥିଲା। ଏକ ପୁରୁଣା ବାଇକ୍‌ କିଣି ସମ୍ବଲପୁର ଦେଇ ପାଖାପାଖି ୪୫୦ କିଲୋମିଟର ଅବିଶ୍ରାନ୍ତ ଗାଡିଚାଳନା କରି ଜଗତ୍‌ସିଂହପୁରରେ ପହଞ୍ଚିବା ପରେ ସେ ଆଶ୍ୱସ୍ତ ହୋଇଛନ୍ତି। ଏହି ଗସ୍ତ ସମ୍ପର୍କରେ ସେ ଯାହା କହିଛନ୍ତି ତାହା ବେସ୍‌ ହୃଦୟସ୍ପର୍ଶୀ।
ମଧ୍ୟପ୍ରଦେଶ ସାଦୋଲ ଜିଲାରେ ଥିବା ଏକ ସଂସ୍ଥାରେ ସେ ଇନ୍‌ଷ୍ଟ୍ରୁମେଣ୍ଟ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। କରୋନା ଯୋଗୁ ଚାକିରି ଛାଡି ଗାଁକୁ ଫେରିବାକୁ ଚାହୁଁଥିଲେ ସୁଦ୍ଧା ଲକ୍‌ଡାଉନ୍‌ ବଢିଯିବାରୁ ଚିନ୍ତାରେ ପଡିଥିଲେ। ତଥାପି ସାଦୋଲ ଜିଲାପାଳଙ୍କ ସହାୟତା ଲୋଡିଥିଲେ। ଜିଲାପାଳ ଓଡ଼ିଶାରେ ପହଞ୍ଚାଇଦେବା ପାଇଁ ତାଙ୍କୁ ପ୍ରତିଶ୍ରୁତି ଦେବାସହ ପାସ୍‌ ବ୍ୟବସ୍ଥା କରିଥିଲେ। ୨ ତାରିଖରେ କୋଟାରୁ ୨୩ ଛାତ୍ରୀଛାତ୍ର ଓଡ଼ିଶା ଆସିବାର ଥିବାରୁ ଜିଲାପାଳ ସେମାନଙ୍କ ସହ ଯିବା ପାଇଁ ସହଯୋଗ କରିଥିଲେ। କିନ୍ତୁ ବସ୍‌ରେ ଅନିଲଙ୍କୁ ନେବା ପାଇଁ ଛାତ୍ରୀଛାତ୍ର ଅମଙ୍ଗ ହୋଇଥିଲେ ସୁଦ୍ଧା ବାହାରେ ବସିବା ପାଇଁ ସୁଯୋଗ ଦେଇଥିଲେ। ବସ୍‌ ଓଡ଼ିଶା-ଛତିଶଗଡ଼ ସୀମା ବାଲିଶଙ୍କରା ପାଖରେ ପହଞ୍ଚିବା ପରେ ପୋଲିସ ଚେକିଂ କରି ୨୩ ଛାତ୍ରୀଛାତ୍ରଙ୍କ ଅନୁମତିପତ୍ର ଦେଖି ଛାଡି ଦେବା ସହ ଅନିଲଙ୍କୁ ଓହ୍ଲାଇ ଦେଇଥିଲା। ଫଳରେ ଅନିଲ ପାଖାପାଖି ୧ କି.ମି. ଚାଲିଲା ପରେ ପୁଣି ପୋଲିସ ଅଟକାଇଥିଲେ ସୁଦ୍ଧା ପାସ୍‌ ଦେଖି ଛାଡି ଦେଇଥିଲା। ସେଠାରୁ ସେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ଯାଉଥିବା ବେଳେ ଜଣେ ଅଜଣା ଯୁବକ ଦେଖାହୋଇ ଅନିଲ୍‌ଙ୍କ ନାମରେ ଥିବା ୟୁଟୁବ୍‌ ଚ୍ୟାନେଲର ଜଣେ ଫ୍ୟାନ୍‌ ବୋଲି ପରିଚୟ ଦେଇ କଥା ହୋଇଥିଲେ। ଏହି ସମୟରେ କିଛି ଲୋକ ଅନିଲଙ୍କୁ ବାହାରୁ ଆସିଥିବା ଜାଣି ଘେରି ଯିବା ସହ ଆକ୍ରମଣ ଉଦ୍ୟମ କରିିଥିଲେ। ସୌଭାଗ୍ୟ ବଶତଃ ଏହି ଯୁବକଜଣଙ୍କ ଯୋଗୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଥିସହ ଯୁବକଜଣକ ନିଜ ବାଇକ୍‌ ବିକି ଦେବାକୁ ପ୍ରସ୍ତାବ ଦେଇଥିଲେ। ନଚେତ କାର ଭଡା କରି ଯିବାକୁ ଚାହିଁଲେ ସହଯୋଗ କରିବେ ବୋଲି କହିଥିଲେ। କିନ୍ତୁ କାର ଭଡା ୧୫ ହଜାର ଟଙ୍କା ହୋଇଥିବାରୁ ସମ୍ପୃକ୍ତ ଯୁବକଙ୍କ ବାଇକ୍‌ ୧୩ ହଜାର ଟଙ୍କାରେ କିଣି ଅନିଲ ଘର ମୁହାଁ ହୋଇଥିଲେ। ଏହା ଭିତରେ ସେ ଅଳାଭର ସରପଞ୍ଚ, ଜିପିଓ, ବାଲିକୁଦା ଥାନା ଅଧିକାରୀ ଓ ଜଗତ୍‌ସିଂହପୁର ଜିଲାପାଳଙ୍କୁ ଫୋନ୍‌ କରି ସହାୟତା ମାଗିଥିଲେ। ପରେ ରାତିରେ ସମ୍ବଲପୁର ସୀମାରେ ଥିବା ଏକ ଅଗ୍ନିଶମ କେନ୍ଦ୍ରକୁ ଯାଇ ରାତ୍ରିଯାପନ କରିବାକୁ ଚାହିଁଥିଲେ। ସେଠାରେ ଉପସ୍ଥିତ ଅଗ୍ନିଶମ କର୍ମଚାରୀମାନେ ଅଧ କିଲୋମିଟର ଦୂର ଏକ ନିରୋଳା ଘରେ ଏକୁଟିଆ ରହିବା ବ୍ୟବସ୍ଥା କରିଥିଲେ। ସେଠାରୁ ସୋମବାର ସକାଳ ୭ଟାରୁ ବାହାରି ମଙ୍ଗଳବାର ଅପରାହ୍ନରେ ଜଗତ୍‌ସିଂହପୁରରେ ପହଞ୍ଚିଥିଲେ। ସରଳାଦେବୀ କଲ୍ୟାଣ ମଣ୍ଡପରେ ତାଙ୍କ ସ୍ବାବ୍‌ ସଂଗ୍ରହ ହୋଇଥିଲା। ପରେ ସେ ତାଙ୍କ ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri