Posted inଜାତୀୟ

ଜୀବନ ସାୟାହ୍ନରେ ଅବହେଳିତ: ଦେଶର ୮୯ ପ୍ରତିଶତ ଲୋକ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି

ନୂଆଦିଲ୍ଲୀ,୧୫।୬: ପ୍ରତିବର୍ଷ ଜୁନ୍‌ ୧୫ରେ ବିଶ୍ୱସ୍ତରରେ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର ସଚେତନତା ଦିବସ( ଓ୍ବାଲ୍ଡ ଏଲଡର ଆବ୍ୟୁଜ୍‌ ଆଓ୍ବାରନେସ୍‌ ଡେ) ପାଳନ କରାଯାଇଥାଏ। ୨୦୧୨ରେ ଜାତିସଂଘରେ ଏନେଇ ଏକ ପ୍ରସ୍ତାବ ଆସିଥିଲା। ଏହା ସପକ୍ଷରେ ଉପସ୍ଥିତ ୧୨୭ ସଦସ୍ୟଙ୍କ ମଧ୍ୟରୁ ୬୬ ଜଣ ସଦସ୍ୟ ଦେଇଥିଲେ। ସେବେଠାରୁ ଏହି ଦିବସ ବିଶ୍ୱସ୍ତରରେ ପାଳିତ ହୋଇ ଆସୁଛି। ଜୀବନର ସାୟାହ୍ନରେ ବୟସ୍କ ଅବହେଳିତ ହେଉଛନ୍ତି। ମାତା ପିତାଙ୍କ ପ୍ରତି ଜନ୍ମିତ ସନ୍ତାନ ଅବହେଳା କରୁଛନ୍ତି। ଏନେଇ ହେଲ୍ପ ଏଜ୍‌ ଇଣ୍ଡିଆର ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ଭାରତରେ ୮୯ ପ୍ରତିଶତ ଲୋକ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି। ସେହିପରି ୩୫ ପ୍ରତିଶତ ଲୋକ ବୟସ୍କଙ୍କ ସେବା କରିବାରେ କୁଣ୍ଠାବୋଧ କରିଥାନ୍ତି। ଏଥିରେ ସେମାନେ ଖୁସି ଅନୁଭବ କରି ନ ଥାନ୍ତି। ବଂର ବାଧ୍ୟ ହୋଇ ଏପରି କରନ୍ତି। ୨୯ ପ୍ରତିଶତ ଲୋକ ବୟସ୍କ ମାତାପିତାଙ୍କୁ ଘରେ ରଖିବାକୁ ଚାହାଁନ୍ତି ନାହିଁ। ସେହିପରି ୨୫ ପ୍ରତିଶତ ଲୋକ ବୟସ୍କଙ୍କ ବ୍ୟବହାରରେ ଅବସାଦ ବୋଧ ଅନୁଭବ କରିଥାନ୍ତି। କିଭଳି ସେମାନଙ୍କଠାରୁ ନିସ୍ତାର ପାଇବେ ତାହା ଚିନ୍ତା କରନ୍ତି। ଦେଶର ୨୦ଟି ସହରରେ ହୋଇଥିବା ଏହି ସର୍ଭେରେ ୨୦୯୦ ଜଣ ୩୦ରୁ ୪୦ ବୟସ୍କ ଲୋକଙ୍କ ସାମିଲ୍‌ କରାଯାଇଥିଲା। ଏହି ରିପୋର୍ଟ ଦେଶର ସାଧାରଣ ଲୋକଙ୍କ ଭାବୁକ କରାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri