ଜିଲାପାଳ-ଓକିଲ ସଂଘ ବିବାଦ ସମାଧାନ

ଢେଙ୍କାନାଳ ଅଫିସ,୨୨ା୯ – ଢେଙ୍କାନାଳ ଜିଲାପାଳ ଓ ଓକିଲ ସଂଘ ମଧ୍ୟରେ ଶୁକ୍ରବାର ଦେଖାଦେଇଥିବା ବିବାଦର ସମାଧାନ ହୋଇଛି। ଶନିବାର ମଧ୍ୟାହ୍ନରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଆଲୋଚନାର ସୁଫଳ ମିଳିଥିବା ଜଣାପଡ଼ିଛି। ଏ ନେଇ ଜିଲାପାଳ କହିଛନ୍ତି, ଭୁଲ ବୁଝାମଣା ହୋଇଥିଲା। ଉଭୟ ପକ୍ଷ ଆଲୋଚନା କରିବା ପରେ ସମାଧାନ ହୋଇଥିଲା। ସେହିପରି ଘଟଣା ପାଇଁ ଜିଲାପାଳ ଅନୁତପ୍ତ ବୋଲି ଆଲୋଚନାରୁ ଜାଣିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଥିବା ଓକିଲ ସଂଘ ପକ୍ଷରୁ କୁହାଯାଇଛି।
ଶନିବାର ପୂର୍ବାହ୍ନ ୧୦ଟାରୁ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ପ୍ରଶାସନିକ ଅଧିକାରୀମାନେ ମଧ୍ୟ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିଲେ। ପୂର୍ବାହ୍ନ ୧୧ଟାରେ ଜିଲାପାଳଙ୍କ ସହ ବୈଠକ ପରେ ଅତିରିକ୍ତ ଜିଲାପାଳଙ୍କ ପକ୍ଷରୁ ଜିଲା ଓକିଲ ସଂଘକୁ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଥିଲା। ଓକିଲ ସଂଘ ପକ୍ଷରୁ ମଧ୍ୟ ମଧ୍ୟାହ୍ନ ସାଢେ ୧୨ଟାରେ ସଂଘ କାର୍ଯ୍ୟାଳୟରେ ବୈଠକ କରାଯାଇ କୋର୍ଟ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା। ଏହାପରେ ସର୍କିଟ ହାଉସଠାରେ ଜିଲାପାଳ ଭୂମେଶଚନ୍ଦ୍ର ବେହେରା, ଏସ୍‌ପି ଅନୁପମା ଜେମ୍‌ସ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଜିଲା ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର, ସମ୍ପାଦକ ଟଙ୍କଧର ବେହେରାଙ୍କ ସମେତ ବହୁ ଆଇନଜୀବୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ଦେଢଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉଭୟ ପକ୍ଷ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ କରାଯାଇଥିଲା। ଏହି ଆଲୋଚନା ପରେ ଜିଲାପାଳ କହିଥିଲେ ଯେ, କାହାକୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇ ନାହିଁ। ଆଇନ ଶୃଙ୍ଖଳାକୁ ନେଇ ଶୁକ୍ରବାର ଏକ ଜରୁରୀ ବୈଠକ ଚାଲିଥିଲା। ସେଥିପାଇଁ ୧୫ ମିନିଟ ବିଳମ୍ବ ହୋଇଥିଲା। ବିଳମ୍ବ ପାଇଁ ଆଇନଜୀବୀମାନେ ଅଭିଯୋଗ କରିବା ବେଳେ ସେମାନଙ୍କୁ ବୁଝାଇଥିଲି। କେହି କାହାକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିନାହାନ୍ତି। ତଥାପି ଶୁକ୍ରବାର ଜିଲା କାର୍ଯ୍ୟାଳୟରେ ଯେଉଁ ଘଟଣା ଘଟିଗଲା ସେଥିରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣାର ଅଭାବ ରହିଥିଲା ବୋଲି ବୈଠକରେ ସମସ୍ତେ ସ୍ବୀକାର କଲେ। ଯେହେତୁ ଆମେ କାହାକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିନାହୁଁ ସେଥିପାଇଁ ନିସର୍ତ୍ତ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ଏତିକି କହିବି ଯେ ଘଟଣା ଦୁର୍ଭାଗ୍ୟଜନକ। ଯେହେତୁ ଆମେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କାର୍ଯ୍ୟ କରୁଛୁ, ତେଣୁ କୌଣସି ପ୍ରକାର ମାମଲା ରୁଜୁ କରାଯିବ ନାହିଁ ବୋଲି ଜିଲାପାଳ କହିଥିଲେ। ସେହିପରି ଜିଲା ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର କହିଲେ ଯେ, ପ୍ରଶାସନ ପକ୍ଷରୁ ଓକିଲ ସଂଘକୁ ଅନୁରୋଧପତ୍ର ମାଧ୍ୟମରେ ଆଲୋଚନା ପାଇଁ ଜଣାଯିବା ପରେ ସର୍କିଟ ହାଉସଠାରେ ବୈଠକ ବସିଥିଲା। ଉକ୍ତ ବୈଠକରେ ଜିଲାପାଳ କହିଥିଲେ ଯେ, ଆଇନଜୀବୀମାନେ ଯେଉଁ ସମସ୍ୟା ଉପସ୍ଥାପନ କରିବେ ତାହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଜିଲାପାଳ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଆଲୋଚନାରୁ ସେ ଅନୁତପ୍ତ ବୋଲି ଜଣାପଡ଼ିଲା। ଜିଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବ ପାଇଁ ଅନୁରୋଧ କରିଥିଲୁ। ସେ ଏସ୍‌ପିଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏ ସମ୍ପର୍କରେ ପଦକ୍ଷେପ ନେବା ପାଇଁ କହିଥିଲେ। ସବୁ କ୍ଷେତ୍ରରେ ସହଯୋଗ ମନୋଭାବ ନେଇ କାର୍ଯ୍ୟ କରାଯିବ ବୋଲି ଆଲୋଚନା ହେବାପରେ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଅତିରିକ୍ତ ଏସ୍‌ପି ହରେକୃଷ୍ଣ ପ୍ରଧାନ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଆରଆଇସି ଜିଏମ୍‌ ଉମାକାନ୍ତ ରାଜ, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ ଆଇନଜୀବୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri