ଜିଓରେ ୪୩, ୫୭୪ କୋଟି ନିବେଶ କରିବ ଫେସ୍‌ବୁକ୍‌

ମୁମ୍ବାଇ,୨୩।୪: ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟ୍‌ଫର୍ମରେ ପ୍ରମୁଖ ସୋସିଆଲ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ୪୩,୫୭୪ କୋଟି ଟଙ୍କା ନିବେଶ କରିବ। ମାର୍କ ଜୁକରବର୍ଗଙ୍କ ନେତୃତ୍ୱାଧୀନ ଫେସ୍‌ବୁକ୍‌ ଜିଓରେ ୯.୯୯% ଅଂଶଧନ ହାସଲ କରିବ ବୋଲି ଜଣାପଡିଛି। ଏହି ପ୍ରକ୍ରିୟାକୁ ଚୂଡାନ୍ତ ରୂପରେଖ ପ୍ରଦାନ ସ୍ବରୂପ ଦୁଇ କମ୍ପାନୀ ମଧ୍ୟରେ ଚୁକ୍ତି ସ୍ବାକ୍ଷର ସମ୍ପର୍କରେ ଘୋଷଣା କରାଯାଇଛି। ଭାରତରେ ହ୍ବାଟ୍ସଆପ୍‌ ଚାଟ୍‌ ସର୍ଭିସକୁ ଡିଜିଟାଲ ପେମେଣ୍ଟ ସେବା ଶୁଭାରମ୍ଭ କରିବା ଦିଗରେ ସହାୟକ ହେବ ବୋଲି କୁହାଯାଉଛି। ଜିଓ ଇନ୍‌ଫୋକମ ଟେଲିକମ୍‌ ବିଜ୍‌ନେସ୍‌କୁ ସ୍ଥାପନ କରିବା ଏବଂ ଆଗକୁ ବଢାଇବା ଦିଗରେ ରିଲାଏନ୍ସ ଗ୍ରୁପ୍‌ ଉପରେ ଋଣ ଚାପ ବଢିଛି। ଋଣକୁ କମ୍‌ କରିବାରେ ନୂଆ ଯୋଜନା କାମ କରିବ ବୋଲି ଜଣାପଡିଛି। ଜିଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ସମ୍ପୂର୍ଣ୍ଣ ସହଯୋଗୀ ଅଧିକୃତ ସଂସ୍ଥା। ଏହା ଡିଜିଟାଲ ଆପ୍‌ ଡିଜିଟାଲ ଇକୋସିଷ୍ଟମ ବ୍ୟବସ୍ଥା ସହ ଭାରତରେ କାମ କରୁଛି। ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ଏହା ସେବା ଯୋଗାଇ ଦେଉଛି।
ଚୁକ୍ତି ସମ୍ପର୍କରେ ସୂଚନା ଦେଇ ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଫେସ୍‌ବୁକ୍‌ ସହ ଏକ ଦୀର୍ଘମିଆଦୀ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା, ଭାରତୀୟଙ୍କୁ ଡିଜିଟାଲ ଇକୋସିଷ୍ଟମ ସୁବିଧା ଯୋଗାଣ, ଇଜ ଅଫ୍‌ ଲିଭିଂ ଆଣ୍ଡ ଇଜ ଅଫ୍‌ ଡୁଇଁ ବିଜ୍‌ନେସକୁ ପ୍ରୋତ୍ସାହିତ କରିବା ଦିଗରେ ନୂଆ ପଦକ୍ଷେପ ବେଶ୍‌ ସହାୟକ ହେବ।
ନୂଆ ନିବେଶ ଦ୍ୱାରା ଜିଓ ପ୍ଲାଟ୍‌ଫର୍ମରେ ଫେସ୍‌ବୁକ୍‌ ବୃହତକ ସଂଖ୍ୟାଲଘୁ ନିବେଶକ ହୋଇପାରିଛି। ଫଳରେ ଜିଓର ଏଣ୍ଟରପ୍ରାଇଜ ଭାଲ୍ୟୁ ୬୬ ବିଲିୟନ ଡଲାରକୁ ବଢିଛି। ଭାରତରେ ଡିଜିଟାଲ ପେମେଣ୍ଟ ସେବାକୁ ଶୁଭାରମ୍ଭ କରିବା ଲାଗି ହ୍ବାଟ୍ସଆପ୍‌ ଏବେ ପ୍ରସ୍ତୁତ ହୋଇ ରହିଛି। ଫେସ୍‌ବୁକ୍‌ ଅଧିକୃତ ହ୍ବାଟ୍ସଆପ୍‌ ଏଥିଲାଗି ସରକାରଙ୍କ ଚୂଡାନ୍ତ ମଞ୍ଜୁରୀ ଅପେକ୍ଷାରେ ରହିଛି। ହ୍ବାଟ୍ସଆପ୍‌ ପେମେଣ୍ଟ ସେବା ଆରମ୍ଭ ହେଲେ ଗୁଗଲ ପେ ଏବଂ ପେଟିଏମ୍‌ ଭଳି କମ୍ପାନୀ ସହ ଏହାର କଡା ଟକ୍କର ଦେଖିବାକୁ ମିଳିବ। ହ୍ବାଟ୍ସଆପ୍‌ ବର୍ତ୍ତମାନ ୪୦୦ ନିୟୁତ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛି। ଭାରତ କମ୍ପାନୀ ଲାଗି ଏକ ପ୍ରମୁଖ ବଜାର ହୋଇଥିବା ବେଳେ ପ୍ରାୟ ୮୦% ସ୍ମାର୍ଟଫୋନ ୟୁଜରଙ୍କ ନିକଟରେ ପହଞ୍ଚିବାକୁ ଏହା ସକ୍ଷମ ହୋଇଛି। ନୂଆ ଡିଲ୍‌ ଦ୍ୱାରା ରିଲାଏନ୍ସ ଜିଓର ଇ-କମର୍ସ ମାର୍କେଟପ୍ଲେସ୍‌ ଜିଓମାର୍ଟ ଦ୍ୱାରା କ୍ଷୁଦ୍ର ବାଣିଜ୍ୟ ଏବଂ ଗ୍ରାହକଙ୍କ ନିକଟରେ କମ୍ପାନୀ ପହଞ୍ଚିବାକୁ ସକ୍ଷମ ହୋଇପାରିବ।
ଏହି ପରିପ୍ରେକ୍ଷୀରେ ଫେସ୍‌ବୁକ୍‌ ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, ଡିଜିଟାଲ ପ୍ଲାଟ୍‌ଫର୍ମ କ୍ଷେତ୍ରରେ ଭାରତ ଏବେ ଆଗକୁ ବଢୁଛି। ଭାରତୀୟ କ୍ଷୁଦ୍ର ବାଣିଜ୍ୟ ଏବଂ ଗ୍ରାହକଙ୍କୁ ଡିଜିଟାଲ ପ୍ଲାଟ୍‌ଫର୍ମକୁ ଆଣିବାରେ ଜିଓ ସକ୍ଷମ ହୋଇଛି। ଏହି ସହଯୋଗିତା ଦ୍ୱାରା ଆଗାମୀ କାର୍ଯ୍ୟପନ୍ଥା ହାତକୁ ନିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ସୁଦ୍ଧା ରିଲାଏନ୍ସର ଋଣ ୪୦ ବିଲିୟନ ଡଲାରକୁ ବଢିଛି। ମାର୍ଚ୍ଚ ୨୧ ସୁଦ୍ଧା ଋଣକୁ ଜିରୋକୁ ଖସାଇବା ଦିଗରେ କମ୍ପାନୀ ଯୋଜନା ରଖିଛି। ଏଭଳି ପଦକ୍ଷେପ ଏହି ଦିଗରେ କାମ କରିବ ବୋଲି ଜଣାଯାଇଛି। ସେହିଭଳି ରିଲାଏନ୍ସ ଏହାର ତୈଳ ଏବଂ ବିଶୋଧନାଗାରର କିଛି ପରିମାଣର ଅଂଶଧନ ସାଉଦି ଆରାମ୍‌କୋକୁ ବିକ୍ରି ନେଇ ଯୋଜନା ରଖିଛି। ଏହାବାଦ କାନାଡା ଭିତ୍ତିକ ଘରୋଇ ଇକ୍ୱିଟି ଫାର୍ମ ବ୍ରୋକ୍‌ଫିଲ୍ଡ ଆସେଟ ମ୍ୟାନେଜମେଣ୍ଟ ଟେଲିକମ୍‌ ଟାଓ୍ବାର ଆସେଟର ଅଂଶଧନ ବିକ୍ରି କରିବ। ଗତ ୩ ବର୍ଷ ଶୁଭାରମ୍ଭ ହୋଇଥିଲେ ମଧ୍ୟ ଜିଓ ଦେଶର ସର୍ବବୃହତ୍‌ ଓ୍ବେରଲେସ କମ୍ପାନୀ ହୋଇପାରିଛି। ଅପରପକ୍ଷରେ ରିଲାଏନ୍ସ ଏହାର ରିଟେଲ ବିଜ୍‌ନେସକୁ ଦ୍ରୁତ ହାରରେ ସମ୍ପ୍ରସାରଣ କରୁଛି। ଗ୍ରସେରି କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ଏବଂ ଆପାରେଲ ବର୍ଗର କମ୍ପାନୀ ନିକଟରେ ୧୦ ହଜାର ଷ୍ଟୋରର ଏକ୍‌ ଚେନ୍‌ ରହିଛି। ଡିସେମ୍ବର ତ୍ରୈମାସ ଏହି ଦୁଇ ବର୍ଗରୁ ବାଣିଜ୍ୟ ରାଜସ୍ବ ପ୍ରାୟ ୨୫% ବଢିଛି। ଫେସ୍‌ବୁକ୍‌ ୧୦% ଅଂଶଧନ କ୍ରୟ କରିବା ନେଇ ଏହା ଗତ ମାସରେ ଘୋଷଣା କରିଥିଲା। ମାତ୍ର କରୋନା ଜନିତ କଟକଣା ପାଇଁ କାମ ଆଗକୁ ବଢିବାରେ ଅସୁବିଧା ହେଉଥିଲା। ଡିଲ୍‌ରେ ମୋର୍ଗାନ ଷ୍ଟାନ୍‌ଲି ଫାଇନାନ୍ସିଆଲ ଆଡଭାଇଜର ଏବଂ ଏଜେଡ ବି ଆଣ୍ଡ ପାର୍ଟନର୍ସ, ଡାଭିସ ପୋଲ୍‌ସ ଆଣ୍ଡ ଓ୍ବାର୍ଡଓ୍ବେଲ କାଉନସେଲ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri