ଜିଓରେ ୪୩, ୫୭୪ କୋଟି ନିବେଶ କରିବ ଫେସ୍‌ବୁକ୍‌

ମୁମ୍ବାଇ,୨୩।୪: ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟ୍‌ଫର୍ମରେ ପ୍ରମୁଖ ସୋସିଆଲ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ୪୩,୫୭୪ କୋଟି ଟଙ୍କା ନିବେଶ କରିବ। ମାର୍କ ଜୁକରବର୍ଗଙ୍କ ନେତୃତ୍ୱାଧୀନ ଫେସ୍‌ବୁକ୍‌ ଜିଓରେ ୯.୯୯% ଅଂଶଧନ ହାସଲ କରିବ ବୋଲି ଜଣାପଡିଛି। ଏହି ପ୍ରକ୍ରିୟାକୁ ଚୂଡାନ୍ତ ରୂପରେଖ ପ୍ରଦାନ ସ୍ବରୂପ ଦୁଇ କମ୍ପାନୀ ମଧ୍ୟରେ ଚୁକ୍ତି ସ୍ବାକ୍ଷର ସମ୍ପର୍କରେ ଘୋଷଣା କରାଯାଇଛି। ଭାରତରେ ହ୍ବାଟ୍ସଆପ୍‌ ଚାଟ୍‌ ସର୍ଭିସକୁ ଡିଜିଟାଲ ପେମେଣ୍ଟ ସେବା ଶୁଭାରମ୍ଭ କରିବା ଦିଗରେ ସହାୟକ ହେବ ବୋଲି କୁହାଯାଉଛି। ଜିଓ ଇନ୍‌ଫୋକମ ଟେଲିକମ୍‌ ବିଜ୍‌ନେସ୍‌କୁ ସ୍ଥାପନ କରିବା ଏବଂ ଆଗକୁ ବଢାଇବା ଦିଗରେ ରିଲାଏନ୍ସ ଗ୍ରୁପ୍‌ ଉପରେ ଋଣ ଚାପ ବଢିଛି। ଋଣକୁ କମ୍‌ କରିବାରେ ନୂଆ ଯୋଜନା କାମ କରିବ ବୋଲି ଜଣାପଡିଛି। ଜିଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ସମ୍ପୂର୍ଣ୍ଣ ସହଯୋଗୀ ଅଧିକୃତ ସଂସ୍ଥା। ଏହା ଡିଜିଟାଲ ଆପ୍‌ ଡିଜିଟାଲ ଇକୋସିଷ୍ଟମ ବ୍ୟବସ୍ଥା ସହ ଭାରତରେ କାମ କରୁଛି। ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ଏହା ସେବା ଯୋଗାଇ ଦେଉଛି।
ଚୁକ୍ତି ସମ୍ପର୍କରେ ସୂଚନା ଦେଇ ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଫେସ୍‌ବୁକ୍‌ ସହ ଏକ ଦୀର୍ଘମିଆଦୀ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା, ଭାରତୀୟଙ୍କୁ ଡିଜିଟାଲ ଇକୋସିଷ୍ଟମ ସୁବିଧା ଯୋଗାଣ, ଇଜ ଅଫ୍‌ ଲିଭିଂ ଆଣ୍ଡ ଇଜ ଅଫ୍‌ ଡୁଇଁ ବିଜ୍‌ନେସକୁ ପ୍ରୋତ୍ସାହିତ କରିବା ଦିଗରେ ନୂଆ ପଦକ୍ଷେପ ବେଶ୍‌ ସହାୟକ ହେବ।
ନୂଆ ନିବେଶ ଦ୍ୱାରା ଜିଓ ପ୍ଲାଟ୍‌ଫର୍ମରେ ଫେସ୍‌ବୁକ୍‌ ବୃହତକ ସଂଖ୍ୟାଲଘୁ ନିବେଶକ ହୋଇପାରିଛି। ଫଳରେ ଜିଓର ଏଣ୍ଟରପ୍ରାଇଜ ଭାଲ୍ୟୁ ୬୬ ବିଲିୟନ ଡଲାରକୁ ବଢିଛି। ଭାରତରେ ଡିଜିଟାଲ ପେମେଣ୍ଟ ସେବାକୁ ଶୁଭାରମ୍ଭ କରିବା ଲାଗି ହ୍ବାଟ୍ସଆପ୍‌ ଏବେ ପ୍ରସ୍ତୁତ ହୋଇ ରହିଛି। ଫେସ୍‌ବୁକ୍‌ ଅଧିକୃତ ହ୍ବାଟ୍ସଆପ୍‌ ଏଥିଲାଗି ସରକାରଙ୍କ ଚୂଡାନ୍ତ ମଞ୍ଜୁରୀ ଅପେକ୍ଷାରେ ରହିଛି। ହ୍ବାଟ୍ସଆପ୍‌ ପେମେଣ୍ଟ ସେବା ଆରମ୍ଭ ହେଲେ ଗୁଗଲ ପେ ଏବଂ ପେଟିଏମ୍‌ ଭଳି କମ୍ପାନୀ ସହ ଏହାର କଡା ଟକ୍କର ଦେଖିବାକୁ ମିଳିବ। ହ୍ବାଟ୍ସଆପ୍‌ ବର୍ତ୍ତମାନ ୪୦୦ ନିୟୁତ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛି। ଭାରତ କମ୍ପାନୀ ଲାଗି ଏକ ପ୍ରମୁଖ ବଜାର ହୋଇଥିବା ବେଳେ ପ୍ରାୟ ୮୦% ସ୍ମାର୍ଟଫୋନ ୟୁଜରଙ୍କ ନିକଟରେ ପହଞ୍ଚିବାକୁ ଏହା ସକ୍ଷମ ହୋଇଛି। ନୂଆ ଡିଲ୍‌ ଦ୍ୱାରା ରିଲାଏନ୍ସ ଜିଓର ଇ-କମର୍ସ ମାର୍କେଟପ୍ଲେସ୍‌ ଜିଓମାର୍ଟ ଦ୍ୱାରା କ୍ଷୁଦ୍ର ବାଣିଜ୍ୟ ଏବଂ ଗ୍ରାହକଙ୍କ ନିକଟରେ କମ୍ପାନୀ ପହଞ୍ଚିବାକୁ ସକ୍ଷମ ହୋଇପାରିବ।
ଏହି ପରିପ୍ରେକ୍ଷୀରେ ଫେସ୍‌ବୁକ୍‌ ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, ଡିଜିଟାଲ ପ୍ଲାଟ୍‌ଫର୍ମ କ୍ଷେତ୍ରରେ ଭାରତ ଏବେ ଆଗକୁ ବଢୁଛି। ଭାରତୀୟ କ୍ଷୁଦ୍ର ବାଣିଜ୍ୟ ଏବଂ ଗ୍ରାହକଙ୍କୁ ଡିଜିଟାଲ ପ୍ଲାଟ୍‌ଫର୍ମକୁ ଆଣିବାରେ ଜିଓ ସକ୍ଷମ ହୋଇଛି। ଏହି ସହଯୋଗିତା ଦ୍ୱାରା ଆଗାମୀ କାର୍ଯ୍ୟପନ୍ଥା ହାତକୁ ନିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ସୁଦ୍ଧା ରିଲାଏନ୍ସର ଋଣ ୪୦ ବିଲିୟନ ଡଲାରକୁ ବଢିଛି। ମାର୍ଚ୍ଚ ୨୧ ସୁଦ୍ଧା ଋଣକୁ ଜିରୋକୁ ଖସାଇବା ଦିଗରେ କମ୍ପାନୀ ଯୋଜନା ରଖିଛି। ଏଭଳି ପଦକ୍ଷେପ ଏହି ଦିଗରେ କାମ କରିବ ବୋଲି ଜଣାଯାଇଛି। ସେହିଭଳି ରିଲାଏନ୍ସ ଏହାର ତୈଳ ଏବଂ ବିଶୋଧନାଗାରର କିଛି ପରିମାଣର ଅଂଶଧନ ସାଉଦି ଆରାମ୍‌କୋକୁ ବିକ୍ରି ନେଇ ଯୋଜନା ରଖିଛି। ଏହାବାଦ କାନାଡା ଭିତ୍ତିକ ଘରୋଇ ଇକ୍ୱିଟି ଫାର୍ମ ବ୍ରୋକ୍‌ଫିଲ୍ଡ ଆସେଟ ମ୍ୟାନେଜମେଣ୍ଟ ଟେଲିକମ୍‌ ଟାଓ୍ବାର ଆସେଟର ଅଂଶଧନ ବିକ୍ରି କରିବ। ଗତ ୩ ବର୍ଷ ଶୁଭାରମ୍ଭ ହୋଇଥିଲେ ମଧ୍ୟ ଜିଓ ଦେଶର ସର୍ବବୃହତ୍‌ ଓ୍ବେରଲେସ କମ୍ପାନୀ ହୋଇପାରିଛି। ଅପରପକ୍ଷରେ ରିଲାଏନ୍ସ ଏହାର ରିଟେଲ ବିଜ୍‌ନେସକୁ ଦ୍ରୁତ ହାରରେ ସମ୍ପ୍ରସାରଣ କରୁଛି। ଗ୍ରସେରି କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ଏବଂ ଆପାରେଲ ବର୍ଗର କମ୍ପାନୀ ନିକଟରେ ୧୦ ହଜାର ଷ୍ଟୋରର ଏକ୍‌ ଚେନ୍‌ ରହିଛି। ଡିସେମ୍ବର ତ୍ରୈମାସ ଏହି ଦୁଇ ବର୍ଗରୁ ବାଣିଜ୍ୟ ରାଜସ୍ବ ପ୍ରାୟ ୨୫% ବଢିଛି। ଫେସ୍‌ବୁକ୍‌ ୧୦% ଅଂଶଧନ କ୍ରୟ କରିବା ନେଇ ଏହା ଗତ ମାସରେ ଘୋଷଣା କରିଥିଲା। ମାତ୍ର କରୋନା ଜନିତ କଟକଣା ପାଇଁ କାମ ଆଗକୁ ବଢିବାରେ ଅସୁବିଧା ହେଉଥିଲା। ଡିଲ୍‌ରେ ମୋର୍ଗାନ ଷ୍ଟାନ୍‌ଲି ଫାଇନାନ୍ସିଆଲ ଆଡଭାଇଜର ଏବଂ ଏଜେଡ ବି ଆଣ୍ଡ ପାର୍ଟନର୍ସ, ଡାଭିସ ପୋଲ୍‌ସ ଆଣ୍ଡ ଓ୍ବାର୍ଡଓ୍ବେଲ କାଉନସେଲ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri