ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ,୨-୧: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ଦ୍ୱିତୀୟ ଥର ଲାଗି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ଲକ୍ଷେ କୋଟି ଟଙ୍କା ଟପିଛି। ଡିସେମ୍ବର ମାସରେ ଜିଏସ୍‌ଟି ରାଜସ୍ବ ବାବଦକୁ ୧,୦୩,୪୯୨ କୋଟି ଟଙ୍କା ଆଦାୟ କରାଯାଇଛି। ଲୋକଙ୍କର ଖର୍ଚ୍ଚ ବଢିବା ଯୋଗୁ ରାଜସ୍ବ ସଂଗ୍ରହ ଉନ୍ନତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇରେ ରାଜସ୍ବ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱରେ ରହିବା ସହ ୧.୦୨ ଲକ୍ଷ କୋଟି ଟଙ୍କା ଛୁଇଁଥିଲା। ୨୦୧୮ ଡିସେମ୍ବରରେ ସରକାର ୯୪,୭୨୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ ବୋଲି ସରକାରୀ ଡାଟାରୁ ଜଣାପଡିଛି। ଅନୁପାଳନ ଏବଂ ଲୋକଙ୍କ ଖର୍ଚ୍ଚରେ ଉନ୍ନତି ଯୋଗୁ ରାଜସ୍ବ ବଢିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ଜିଏସ୍‌ଟି ରାଜସ୍ବ ଗତ ବର୍ଷ ସମାନ ସମୟ ତୁଳନାରେ ୧୬% ବୃଦ୍ଧି ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସେହିଭଳି ଆମଦାନୀରୁ ସଂଗ୍ରହ ହେଉଥିବା ମୋଟ୍‌ ଜିଏସ୍‌ଟି କଥା ବିଚାରକୁ ନେଲେ ଏଥିରେ ଗତ ବର୍ଷ ଡିସେମ୍ବର ତୁଳନାରେ ୯% ବୃଦ୍ଧି ଘଟିଛି। ସଂଗ୍ରହ ହୋଇଥିବା ମୋଟ ୧.୦୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି ବା ସିଜିଏସ୍‌ଟି ବାବଦ ୧୯,୯୬୨ କୋଟି, ରାଜ୍ୟ ଜିଏସ୍‌ଟି ବା ଏସ୍‌ଜିଏସ୍‌ଟି ବାବଦ ୨୬,୭୯୨ କୋଟି, ସମନ୍ବିତ ଜିଏସ୍‌ଟି ବା ଆଇଜିଏସ୍‌ଟି ବାବଦ ୪୮,୦୯୯ କୋଟି, ସେସ୍‌ ବା ଉପକାର ବାବଦ ୮୩୩୧ କୋଟି ଟଙ୍କା ସାମିଲ ରହିଛି। ଡିସେମ୍ବର ୩୧ ସୁଦ୍ଧା ୮୧.୨୧ ଲକ୍ଷ ଜିଏସ୍‌ଟି ଆର୍‌ ୩ବି ଫାଇଲ କରାଯାଇଛି। ନିୟମିତ ସମାଧାନ ଦ୍ୱାରା ଆଇଜିଏସ୍‌ଟିରୁ ସରକାର ସିଜିଏସ୍‌ଟି ବାବଦ ୨୧,୮୧୪ କୋଟି ଏବଂ ଏସ୍‌ଜିଏସ୍‌ଟି ବାବଦ ୧୫,୩୬୬ କୋଟି ଟଙ୍କା ସମାଧାନ କରିଛନ୍ତି। ନିୟମିତ ସମାଧାନ ଦ୍ୱାରା ଡିସେମ୍ବରରେ କେନ୍ଦ୍ର ଏବଂ ରାଜ୍ୟ ସରକାର ସିଜିଏସ୍‌ଟି ବାବଦ ୪୧,୭୭୬ କୋଟି ଏବଂ ଏସ୍‌ଜିଏସ୍‌ଟି ବାବଦ ୪୨,୧୫୮ କୋଟି ଟଙ୍କା ପାଇଛନ୍ତି।
ଚଳିତ ଆର୍ଥତ୍କ ବର୍ଷ ବାକି ଥିବା ମାସଗୁଡିକରେ ପ୍ରତିମାସ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଜିଏସ୍‌ଟି ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଟିକସ ଅଧିକାରୀଙ୍କୁ କୁହାଯାଇଛି। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଉଚ୍ଚ ଟିକସ ଅଧିକାରୀଙ୍କ ସହ ଏ ନେଇ ଗତ ମାସରେ ଭିଡିଓ କନଫରେନ୍ସିଂ ଯୋଗେ ବୈଠକ କରିଥିଲେ। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ କରିବା ଲାଗି ଆସନ୍ତା ମାସଗୁଡିକରେ ରାଜସ୍ବ ସଂଗ୍ରହ ଉନ୍ନତ ହେବା ଆବଶ୍ୟକ ବୋଲି ଡେଲଏଟ ଇଣ୍ଡିଆର ପାର୍ଟନର ଏମ୍‌.ଏସ୍‌. ମଣି କହିଛନ୍ତି। ଟିକସ ସଂଗ୍ରହରେ ଉନ୍ନତି, ଇନଭଏସିଂ, ନୂଆ ରିଟର୍ନ ପ୍ରଣାଳୀ ଦ୍ୱାରା ରାଜସ୍ବ ସଂଗ୍ରହ ବଢିବ ନେଇ ଆଶା ରହିଥିବା ସେ ମତ ଦେଇଛନ୍ତି। ଡିସେମ୍ବରରେ ହିମାଞ୍ଚଳ ପ୍ରଦେଶର ଜିଏସ୍‌ଟି ସଂଗ୍ରହ ୨ ଗୁଣା ବଢି ୨୬ରୁ ୫୮ କୋଟି ଟଙ୍କା ଟପିଛି। ଏହାବାଦ ନାଗାଲାଣ୍ଡରେ ରାଜସ୍ବ ଆଦାୟ ୮୮%, ମଣିପୁର ୬୪%, ମିଜୋରାମ ୬୦% ବଢିଛି। ସେହିଭଳି ଲାକ୍ଷାଦୀପର ରାଜସ୍ବ ସଂଗ୍ରହ ୭୮% କମିଥିବା ବେଳେ ଝାଡଖଣ୍ଡର ୩% ଟିକସ ସଂଗ୍ରହ କମିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri