ଜାପାନର ନୂତନ ଯୁଗ

ଟୋକିଓ,୧।୫: ଜାପାନ ଏବେ ପରିବର୍ତ୍ତନ ଆଡ଼କୁ ମୁହାଁଇଛି। ସମ୍ରାଟ୍‌ ଆକିହିତୋ ମଙ୍ଗଳବାର ରାଜଗାଦି ତ୍ୟାଗକରି ବୁଧବାର ତାଙ୍କର ପୁତ୍ର ରାଜକୁମାର ନାରୁହିତୋଙ୍କୁ ନୂତନ ରାଜାଭାବରେ ଅଭିଷିକ୍ତ କରାଇଛନ୍ତି। ୮୫ବର୍ଷୀୟ ବୃଦ୍ଧଙ୍କଠାରୁ ୫୯ ବର୍ଷୀୟ ପୁତ୍ରଙ୍କୁ ଏହି ଐତିହାସିକ ସିଂହାସନ ହସ୍ତାନ୍ତର ପର୍ବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ୩୦ ବର୍ଷ କାଳ ଜାପାନ ପରି ଦେଶର ସମ୍ରାଟ୍‌ ରହିବା ଅବସରରେ ଆକିହିତୋ ରକ୍ଷଣଶୀଳମାନଙ୍କ ଜାତୀୟତାବାଦ ଅପେକ୍ଷା ମାନବବାଦକୁ ପ୍ରାଧାନ୍ୟ ଦେଇ ସାଧାରଣ ଜନତାଙ୍କର ପ୍ରିୟଭାଜନ ହୋଇଥିଲେ। ପ୍ରତିଟି କାର୍ଯ୍ୟରେ ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ତାଙ୍କର ମାନବବାଦୀ ଚିନ୍ତାଧାରାର ପ୍ରତିଫଳନ ଦେଖିବାକୁ ମିଳୁଥିଲା। ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ଶାସନ ଦାୟିତ୍ୱ ନ୍ୟସ୍ତ ଥିଲେ ମଧ୍ୟ ଜନସାଧାରଣ ହିଁ ଥିଲେ ତାଙ୍କର ସବୁ ଯୋଜନାର କେନ୍ଦ୍ରରେ।
ରାଜଗାଦି ତ୍ୟାଗ କରିବା ଅବସରରେ ଆକିହିତୋ କହିଛନ୍ତି ଯେ ୩୦ ବର୍ଷ ତଳେ ସିଂହାସନାରୂଢ଼ ହେବା ଦିନଠାରୁ ଲୋକଙ୍କ ପ୍ରତି ଗଭୀର ବିଶ୍ୱାସ ଓ ସମ୍ମାନକୁ ନେଇ ସେ ନିଜର କର୍ତ୍ତବ୍ୟ କରିଆସିଛନ୍ତି। ସେ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ପାଳନ କରିପାରିଥିବାରୁ ନିଜକୁ ଭାଗ୍ୟବାନ୍‌ ମନେକରନ୍ତି। ଜାପାନ ଓ ଏହାର ସମ୍ରାଟ୍‌ମାନଙ୍କର ଦୀର୍ଘ ଇତିହାସରେ ଏହା ଥିଲା ଏକ ବିରଳ ମୁହୂର୍ତ୍ତ। ନୂତନ ସମ୍ରାଟ୍‌ଙ୍କ ସିଂହାସନ ଆରୋହଣ ପର୍ବକୁ ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ସରକାର ୧୦ ଦିନିଆ ଛୁଟି ଘୋଷଣା କରିଛନ୍ତି। କାମ ପାଇଁ ପ୍ରତିବଦ୍ଧ ଏକ ଦେଶରେ ଏତେ ଦିନ ଛୁଟି ଘୋଷଣାରୁ ସେମାନେ ଏହାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ବୁଝାପଡ଼ିଯାଉଛି। ଗତ ୨୦୦ ବର୍ଷ ଭିତରେ ଆକିହିତୋ ହେଉଛନ୍ତି ପ୍ରଥମ ସମ୍ରାଟ୍‌ ଯେକି ସ୍ବେଚ୍ଛାକୃତ ଭାବରେ ରାଜସିଂହାସନ ତ୍ୟାଗ କରିଛନ୍ତି। ୧୮୧୭ ମସିହାରେ ତତ୍କାଳୀନ ସମ୍ରାଟ୍‌ କୋଉକାଉ ଅନୁରୂପ ଭାବେ ସିଂହାସନ ତ୍ୟାଗ କରି ତାଙ୍କର ପୁତ୍ରକୁ ଗାଦିନସୀନ କରାଇଥିଲେ। ବର୍ତ୍ତମାନ ଜାପାନରେ ଆରମ୍ଭ ହେଲା ‘ରଓ୍ବୋ ଏରା’ ବା ‘ସୌନ୍ଦର୍ଯ୍ୟ ଓ ସମନ୍ବୟର ଯୁଗ’। ଇତିହାସ ଜାପାନର ଉତ୍ଥାନ-ପତନର ସାକ୍ଷୀ। ଆକିହିତୋଙ୍କ ପିତା ସମ୍ରାଟ୍‌ ହିରୋହିତୋଙ୍କ ଅମଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ପରମାଣୁ ଆକ୍ରମଣରେ ଏହାର ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଲୋକମାନଙ୍କ ଅଧ୍ୟବସାୟ ଓ ଗଭୀର ଜାତିପ୍ରୀତି ଯୋଗୁ ଖୁବ୍‌ଶୀଘ୍ର ଏହାର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଘଟିଥିଲା। ଏହି ଯୁଦ୍ଧ ପରେ ଜାପାନ ସାମରିକ ଶକ୍ତି ଉପରେ ଗୁରତ୍ୱ ନ ଦେଇ ଏକ ଶାନ୍ତିପ୍ରିୟ ଦେଶରେ ପରିଣତ ହୋଇଥିଲା। ଆଧୁନିକ ବିଶ୍ୱରେ ଜାପାନ ହେଉଛି ଦୁଇଟି ‘ପି’ର ପ୍ରତୀକ: ପିସ୍‌ (ଶାନ୍ତି) ଓ ପ୍ରୋଗ୍ରେସ୍‌ (ପ୍ରଗତି)। ଏଥି ସହ ଆଉ ଗୋଟିଏ ଶବ୍ଦ ଯୋଡ଼ି ହୋଇଯାଇଛି- ଡାଇନାମିଜିମ୍‌ (ଗତିଶୀଳତା), ଯାହାଫଳରେ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧର ପାଉଁଶ ଭିତରୁ ଫିନିକ୍ସ (ଅଗ୍ନିରୁ ଜନ୍ମ ନେଉଥିବା ପୌରାଣିକ ପକ୍ଷୀ ବିଶେଷ) ପରି ଅଗ୍ରଗତି କରିଚାଲିଛି ଫଳରେ ଏହା ବିଶ୍ୱର ଅନ୍ୟତମ ଅର୍ଥନୈତିକ ମହାଶକ୍ତିରେ ପରିଣତ ହୋଇଛି ଏବଂ ଏସିଆ ତଥା ଅନ୍ୟ ଦେଶଗୁଡ଼ିକ ଲାଗି ପ୍ରଗତିର ଆଲୋକବର୍ତ୍ତିକା ରୂପେ କାର୍ଯ୍ୟ କରୁଛି। ଚାଇନା ଆଜି ଇଲେକ୍ଟ୍ରୋନିକ୍‌ ଯନ୍ତ୍ରପାତି ତିଆରି କରିବାରେ ଯେଉଁ ପରଦର୍ଶିତା ଦେଖାଉଛି, ତାହା ସେ ଜାପାନକୁ ନକଲ କରି ହିଁ କରିବାରେ ସଫଳ ହୋଇଛି। କିନ୍ତୁ ମାନରେ ସେ କେବେହେଲେ ଜାପାନର ସମକକ୍ଷ ହୋଇପାରି ନାହିଁ। ଜାପାନର ପ୍ରାଧାନ୍ୟ ମାନେ ଏସିଆର ପ୍ରାଧାନ୍ୟ। ଜାପାନ ସହ ଭାରତର ସମ୍ପର୍କରେ ଏବେ ଯଥେଷ୍ଟ ଉନ୍ନତି ଘଟିଛି। ଭାରତରେ ଅନେକ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ଜାପାନ ସହଯୋଗ କରୁଛି। ତେଣୁ ଜାପାନରେ ନୂତନ ସମ୍ରାଟ୍‌ଙ୍କ ସିଂହାସନ ଆରୋହଣ ଭାରତ ପାଇଁ ମଧ୍ୟ ଆନନ୍ଦର ବିଷୟ। ଏଥି ସହ ବିଦାୟୀ ସମ୍ରାଟ୍‌ଙ୍କର ସୁଖଶାନ୍ତିପୂର୍ଣ୍ଣ ଦୀର୍ଘ ଜୀବନ ପାଇଁ ଭାରତ କାମନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri