ଜାତିସଂଘ ମୁଖ୍ୟାଳୟରେ ପ୍ରଦର୍ଶିତ ହେଲା ‘ଦି ଲାଷ୍ଟ କଲର’

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ର ପୁଣିଥରେ ଓଡ଼ିଶାକୁ ବିଶ୍ୱସ୍ତରରେ ଗୌରବାନ୍ବିତ କରିଛନ୍ତି। ନିକଟରେ ତାଙ୍କ ଦ୍ୱାରା ପ୍ରଯୋଜିତ ଫିଚର ଫିଲ୍ମ ‘ଦି ଲାଷ୍ଟ କଲର’ ଶୁକ୍ରବାର ଜାତିସଂଘ ମୁଖ୍ୟାଳୟଠାରେ ପ୍ରଦର୍ଶିତ ହୋଇଛି। ସେଲିବ୍ରିଟି ସେଫ୍‌ ବିକାଶ ଖାନ୍ନାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ହାତଗଣତି କିଛି ଭାରତୀୟ ଫିଲ୍ମ ମଧ୍ୟରେ ଜାତିସଂଘରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ପୂର୍ବରୁ ଏହି ଫିଲ୍ମ ୩୦ତମ ଆନୁଆଲ୍‌ ପାମ୍‌ ସ୍ପ୍ରିଙ୍ଗ୍‌ସ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରିମିୟର୍‌ ହୋଇଥିବାବେଳେ ସମ୍ମାନଜନକ କାନ୍‌ସ ଫିଲ୍ମ ଫେଷ୍ଟିଭାଲ ୨୦୧୯ରେ ସ୍ବତନ୍ତ୍ରଭାବେ ସ୍କ୍ରିନିଂ ହୋଇଥିଲା। କିଛିବର୍ଷ ପୂର୍ବେ ବିକାଶ ଖାନ୍ନାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି ଲାଷ୍ଟ କଲର’ ଉପରେ ଆଧାରିତ ଏହି ଫିଲ୍ମରେ ଅଭିନେତ୍ରୀ ନୀନା ଗୁପ୍ତା ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ୮୬ ମିନିଟର ଫିଲ୍ମଟିରେ ବୃନ୍ଦାବନରେ ବିଧବା ମହିଳାମାନେ ହୋଲି ଖେଳିବାକୁ ନେଇ ରହିଥିବା କଟକଣା ଓ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ରାୟକୁ ଦର୍ଶାଯାଇଛି। ମହିଳାମାନଙ୍କ କ୍ଷେତ୍ରରେ ରହିଥିବା ବିଭିନ୍ନ କୁପ୍ରଥା ଏବଂ ସାମାଜିକ ପ୍ରତିବନ୍ଧକ ବିରୋଧରେ ଲଢେଇ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଏହି ଫିଲ୍ମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିତେନ୍ଦ୍ର କହିଛନ୍ତି। ଲିଙ୍ଗଗତ ସମାନତା ତଥା ନାରୀ ସଶକ୍ତୀକରଣ ଉଦ୍ଦେଶ୍ୟରେ ଜାତିସଂଘ ମୁଖ୍ୟାଳୟଠାରେ ଏହି ଫିଲ୍ମ ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri