ଜଳସଙ୍କଟ ଭୋଗିବେ ବନ୍ଦରାଞ୍ଚଳବାସୀ

ପାରାଦୀପ, ୧୭।୩ (ସ୍ବ.ପ୍ର.): ଚଳିତବର୍ଷ ଖରାଦିନେ ପାରାଦୀପ ବନ୍ଦରାଞ୍ଚଳରେ ପୁଣି ଜଳସଙ୍କଟ ଦେଖାଦେବ। ଏଥିପାଇଁ ସମସ୍ତେ ଜଳ ପରିଚାଳନା କ୍ଷେତ୍ରରେ ସଚେତନ ରହିବାକୁ ବନ୍ଦର ଅଧ୍ୟକ୍ଷ ସୋମବାର ଗଣମାଧ୍ୟମ ଜରିଆରେ ପରାମର୍ଶ ଦେଇଛନ୍ତି। ଏପରି ଜଳସଙ୍କଟ କାରଣ ସମ୍ପର୍କରେ ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି, କଟକରୁ ପାରାଦୀପ ପର୍ଯ୍ୟନ୍ତ ଜଳଉତ୍ସ ତାଳଦଣ୍ଡା କେନାଲକୁ ଜଳସମ୍ପଦ ବିଭାଗ ପକ୍ଷରୁ ଖନନ କରାଯିବ। ଏଥିପାଇଁ ମେ ୩୧ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରହିବ। ବର୍ତ୍ତମାନ ବନ୍ଦର ଜଳଭଣ୍ଡାରରେ ଥିବା ପାଣି ୩ ମାସ ପର୍ଯ୍ୟନ୍ତ ଦୁଇବେଳା ଯୋଗାଣ କରିହେବ ନାହିଁ। ତେଣୁ ଦିନକୁ ଥରେ ଯୋଗାଣ କରାଯିବ। ସ୍ବଳ୍ପ ପାଣିରେ ଚଳିବା ପାଇଁ ସେ ବନ୍ଦରାଞ୍ଚଳବାସୀଙ୍କୁ କହିଛନ୍ତି। ତଥାପି ବିକଳ୍ପ ଭାବେ ପାଣି ଆଣିବା ପାଇଁ ଏବେ ସେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରୁଛନ୍ତି। ଯଦି ଆଲୋଚନା ସଫଳ ହୁଏ, ତେବେ ପୂର୍ବରୁ ଯେପରି ତାଳଦଣ୍ଡା କେନାଲର ଚୌଧୁରୀଗଡ଼ାଠାରେ ମୋଟର ଯୋଗେ ମହାନଦୀରୁ ପାଣି ଅଣାଯାଇଥିଲା, ସେହିଭଳି କରାଯିବ। ପାଣି ଚାହିଦା ମେଣ୍ଟାଇବା ସକାଶେ ପାରାଦୀପ ବନ୍ଦର ପକ୍ଷରୁ ସମୁଦ୍ରର ଲୁଣି ପାଣିକୁ ବିଶୋଧନ କରିବା ପାଇଁ ଅବଲଣୀକରଣ କାରଖାନା କରାଯିବ। ୨୦୦କୋଟି ଟଙ୍କା ବ୍ୟୟ ଅଟକଳରେ ଏହା କରାଯିବ। ବର୍ତ୍ତମାନ ଏହି ପ୍ରସ୍ତାବ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟରେ ବିଚାରାଧୀନ ରହିଛି। ସମ୍ଭବତଃ ଆସନ୍ତା ଜୁନ୍‌ରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରେ ବୋଲି ରାୟ କହିଥିଲେ।
ସୂଚନାଥାଉ କି, ୨୦୧୩ରୁ ବନ୍ଦରାଞ୍ଚଳରେ ଖରାଦିନେ ଜଳସଙ୍କଟ ଲାଗି ରହିଛି। ବନ୍ଦରାଞ୍ଚଳ ଓ ଜାହାଜ ପାଇଁ ଦୈନିକ ୪ ମିଲିୟନ୍‌ ଗ୍ୟାଲେନ ପାଣିରୁ ଅଧିକ ଆବଶ୍ୟକ ହୋଇଥାଏ। ଏହି ପାଣି କଟକର ଯୋବ୍ରାଠାରୁ ତାଳଦଣ୍ଡା କେନାଲ ଦେଇ ଆସି ବନ୍ଦରର ୧୭୫ ଏକର ବିଶିଷ୍ଟ ଜଳାଶୟରେ ଗଚ୍ଛିତ ରହିଥାଏ। ଜଳାଶୟର ବାଲିଘରାଠାରେ ସେହି ପାଣିକୁ ବିଶୋଧନ କରାଯାଇ ଦିନକୁ ୨ଥର ଯୋଗାଣ କରାଯାଏ। ୯ ମିଟର ଗଭୀର ଥିବା ସେହି ଜଳାଶୟ କ୍ରମଶଃ ପୋତି ହୋଇ ଏବେ ମାତ୍ର ୬ ଫୁଟ ଗଭୀରରେ ରହିଛି। ଯେଉଁଥିପାଇଁ ଜଳଧାରଣ କ୍ଷମତା କମିଯାଇଛି। ଅପରପକ୍ଷେ ମହାନଦୀରେ ଜଳସଙ୍କଟ ଯୋଗୁ ଖରାଦିନେ ତାଳଦଣ୍ଡା କେନାଲକୁ ଠିକ୍‌ ଭାବେ ପାଣି ଆସୁନାହିଁ। ଏଣୁ ଏଭଳି ସଙ୍କଟ ଲାଗିରହିଛି। ଜଳାଶୟକୁ ଖନନ ପ୍ରସଙ୍ଗରେ ଅଧ୍ୟକ୍ଷ ରାୟ କୁହନ୍ତି, ଜଳାଶୟ ଖନନ କରିବା ପାଇଁ ବିଗତ ଦିନରୁ ଚେଷ୍ଟା ହୋଇଛି। କିନ୍ତୁ ଲୁଣି ପାଣି ବାହାରିବାର ସମ୍ଭାବନା ଥିବାରୁ ଖନନ କରାଯିବ ନାହିଁ। ଆଗକୁ ଖରାଦିନ ଏବଂ ଏବର କରୋନା ଭୟରେ ଲୋକେ ଅଧିକ ପାଣି ଆବଶ୍ୟକ କରୁଛନ୍ତି। ଏବେ ପାଣି ଯୋଗାଣରେ କଟକଣା ଲାଗିବା ପରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହେବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri