Posted inଜାତୀୟ

ଜଳ-ଜୀବନ-ସବୁଜିମା ସଚେତନତା: ତିଆରି ହେଲା ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ

ପାଟନା,୧୯।୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କ ପକ୍ଷରୁ ରବିବାର ଏକ ନିଆରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଜଳ-ଜୀବନ-ସବୁଜିମା ସମ୍ପର୍କିତ ସଚେତନତା, ମଦ୍ୟପାନ ତଥା ବାଲ୍ୟ ବିବାହକୁ ବିରୋଧ କରି ରାଜ୍ୟବ୍ୟାପି ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ ତିଆରି କରାଯାଇଛି। ପୂର୍ବାହ୍ନ ୯ଟା ୩୦ଠାରୁ ଏପରି କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପତାକା ଦେଖାଇ ନୀତୀଶ କୁମାର ଗାନ୍ଧୀ ମଇଦାନଠାରେ ଆରମ୍ଭ କରିଛନ୍ତି। ୧୫ଟି ହେଲିକପ୍ଟରରେ ଫଟୋଗ୍ରାଫର ଆକାଶରୁ ମାନବ ଶୃଙ୍ଖଳର ଫଟୋ ଉଠାଇବା ସହିତ ଭିଡ଼ିଓ ଶୁଟିଂ ମଧ୍ୟ କରିଛନ୍ତି। ପ୍ରତି ଏକ କିଲୋମିଟରରେ ଜଣେ ଜଣେ ଭିଡ଼ିଓଗ୍ରାଫରଙ୍କୁ ଶୁଟିଂ ପାଇଁ ରଖାଯାଇଥିଲା। ସେହିପରି ପ୍ରତି ୫ କିଲୋମିଟରରେ ଜଣେ ସେକ୍ଟର ଅଫିସରଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପ୍ରତି ୧୦ କିଲୋମିଟରରେ ସୁପର ସେଣ୍ଟର ରହିଥିଲା।ପ୍ରଥମେ ମାନବ ଶୃଙ୍ଖଳକୁ ୧୬ ହଜାର ଶହେ ୨୮ କିମି କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ପରେ ଏହାକୁ ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri