ଜମ୍ମୁ-କଶ୍ମୀରକୁ ମିଳିବ ୧ ଲକ୍ଷ କୋଟିର ପ୍ୟାକେଜ

ନୂଆଦିଲ୍ଲୀ,୮-୮: କେନ୍ଦ୍ର ସରକାର ପାର୍ଲାମେଣ୍ଟ ଜରିଆରେ ଅନୁଚ୍ଛେଦ ୩୭୦କୁ ପ୍ରତ୍ୟାହାର କରିନେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରିଛନ୍ତି। ତେବେ ଏହି ଦୁଇ ଅଞ୍ଚଳକୁ ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦେଇ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ କରିବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ଶୀଘ୍ର ଘୋଷଣା କରିବେ।
ପିଡିପି-ଭାଜପା ମେଣ୍ଟ ସରକାର ଭାଙ୍ଗିବା ପରେ ଜମ୍ମୁ-କଶ୍ମୀରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ତେବେ ଏହି ଦୁଇଟି ଅଞ୍ଚଳର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡିଛି। ତେବେ ବିଳମ୍ବରେ ହେଲେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସେମାନଙ୍କୁ ଦେଶର ମୁଖ୍ୟଧାରାକୁ ଆଣିବା ଏବେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି। ଏଥିପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୨୦୧୫ ନଭେମ୍ବର ୭ରେ କଶ୍ମୀରର ବିକାଶ ପାଇଁ ଏକ ବିକାଶ ଏଜେଣ୍ଡା ଘୋଷଣା କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ରାଜ୍ୟର ଅଭିବୃଦ୍ଧି ପାଇଁ ୮୦,୦୬୮ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପାଣ୍ଠିର ଦୁଇ-ତୃତୀୟାଂଶ ଅର୍ଥ ଏବେ ସୁଦ୍ଧା ଖର୍ଚ୍ଚ ହୋଇପାରିନାହିଁ। ଏହି କାରଣରୁ ପ୍ରକଳ୍ପଗୁଡ଼ିକୁ ଠିକ୍‌ ଭାବେ କ୍ରିୟାନ୍ବୟନ କରାଯାଇନାହିଁ। ଜଣେ ଅଧିକାରୀ କହିଛନ୍ତି ଯେ, କଶ୍ମୀରକୁ ଭାରତୀୟ ଉପମହାଦ୍ୱୀପରେ ସୁଇଜରଲାଣ୍ଡ ଭଳି ନିର୍ମାଣ କରିବାକୁ କେନ୍ଦ୍ର ଚାହୁଁଛି। ଏଥିଲାଗି ପର୍ଯ୍ୟଟନ, ଉଦ୍ୟାନ, ରେଶମ ପାଳନ, ଫୁଡ୍‌ ପ୍ରୋସେସିଂ ଆଦି ସେକ୍ଟରର ବିକାଶ କରାଯିବ। ଏହାଛଡ଼ା ହସ୍ତଶିଳ୍ପ ଓ ଅନ୍ୟ କମ୍‌ ପ୍ରଦୂଷଣଯୁକ୍ତ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରାଯିବ। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଜମ୍ମ-କଶ୍ମୀରରେ ନିବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଉଦୟ କୋଟାକ କହିଛନ୍ତି ଯେ, ସରକାର ଓ ଉଦ୍ୟୋଗ ଜଗତର ସମନ୍ବିତ ପ୍ରୟାସରେ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ। ସେଠାରେ ଜଳବିଦ୍ୟୁତ ଯୋଜନା ଓ ସୌର ଶକ୍ତି ବିକାଶର ଅଧିକ ସମ୍ଭାବନା ରହିଛି। ସୂଚନାଥାଉ କି, ଜମ୍ମୁ-କଶ୍ମୀରର ଅର୍ଥନୀତି ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ସହାୟତା ଉପରେ ନିର୍ଭରଶୀଳ। ସେଠାକାର ଆଦାୟ ହେଉଥିବା ମୋଟ ରାଜସ୍ବର ଅର୍ଦ୍ଧେକ କେନ୍ଦ୍ରରୁ ଆସିଥାଏ। ଗତ ୫ ବର୍ଷରେ ମାତ୍ର ୧୦ ପ୍ରତିଶତ ବିକାଶ ହାର ଦେଖିବାକୁ ମିଳିଛି। ଏହା ବେସ୍‌ ରେଟ୍‌ ଠାରୁ ଅନେକ କମ୍‌। ଏଠାକାର ଅର୍ଥନୀତି ମୁଖ୍ୟତଃ କୃଷି, ହସ୍ତଶିଳ୍ପ ଓ ସେବା ଉପରେ ନିର୍ଭରଶୀଳ। ଆର୍ଥିକ ସର୍ବେକ୍ଷଣରୁ ଜଣାପଡିଛି ଯେ, ପର୍ଯ୍ୟଟନ, ହସ୍ତଶିଳ୍ପ, ରେଶମ ଉତ୍ପାଦନ, ହ୍ୟାଣ୍ଡଲୁମ୍‌, ଉଦ୍ୟାନ, ଫୁଡ୍‌ ପ୍ରୋସେସିଂ ଓ କୃଷି କ୍ଷେତ୍ରରୁ ଅଧିକ ରାଜସ୍ବ ମିଳୁଥିଲେ ସୁଦ୍ଧା ଜିଡିପିର ମାତ୍ର ୦.୯ ପ୍ରତିଶତ ଶିଳ୍ପର ବିକାଶରେ ଖର୍ଚ୍ଚ କରାଯାଉଛି। ରାଜ୍ୟର ମାନୁଫାକ୍‌ଚରିଂ ଗତିବିଧି କେବଳ କୃଷି ଓ ହସ୍ତଶିଳ୍ପ ଆଧାରିତ ଭିତରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri