ଜମି ପାଇଁ ଗୋଦ୍‌ରେଜ ପରିବାରରେ ଫାଟ

ନୂଆଦିଲ୍ଲୀ,୨୮-୬: ଦେଶର ଧନୀ ବ୍ୟବସାୟୀ ପରିବାର ମଧ୍ୟରେ ଗଣାଯାଉଥିବା ଗୋଦ୍‌ରେଜ ପରିବାରରେ ଏବେ ଫାଟ ସୃଷ୍ଟି ହୋଇଛି। ଜମି ଭାଗବଣ୍ଟାକୁ ନେଇ ଏବେ ଏହି ପରିବାର ଦିଫାଳ ହେବାକୁ ବସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ମୁମ୍ବାଇର ବିଖରୌଲିସ୍ଥିତ ୧୦୦୦ ଏକର ଜମିର ବ୍ୟବସାୟିକ ବ୍ୟବହାରକୁ ନେଇ ବିବାଦ ଉପୁଜିଛି। ଏହି ଜମିର ମୂଲ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆଦି ଗୋଦ୍‌ରେଜ ଓ ତାଙ୍କ ଭାଇ ନାଦିର ଗୋଦ୍‌ରେଜ ଗ୍ରୁପ୍‌ କମ୍ପାନୀ ଗୋଦ୍‌ରେଜ ପ୍ରପର୍ଟିଜ କମ୍ପାନୀ ଜରିଆରେ ଏହାକୁ ଡେଭଲପ୍‌ କରିବାକୁ ଚାହୁଁଛନ୍ତି। କାରଣ ଏହାକୁ ଡେଭଲପ୍‌ କରାଗଲେ ଏଥିରେ ୧ ଲକ୍ଷ କୋଟି ଟଙ୍କାର ରିଏଲ ଇଷ୍ଟେଟ୍‌ ନିର୍ମାଣ କରାଯାଇପାରିବ ବୋଲି ସେମାନେ ଯୁକ୍ତି ଦର୍ଶାଉଛନ୍ତି। ଅନ୍ୟପକ୍ଷରେ ତାଙ୍କର ଦାଦା ପୁଅ ଭାଇ ଜାମସେଦ ଗୋଦ୍‌ରେଜ ଏହାର ବାଣିଜି୍ୟକ ବ୍ୟବହାରକୁ ବିରୋଧ କରୁଛନ୍ତି। ୧୨୨ ବର୍ଷ ପୁରୁଣା ଏହି ଗୋଦ୍‌ରେଜ ପରିବାର ବିବାଦର ସମାଧାନ ଲାଗି ଏବେ ଭିନ୍ନ ଭିନ୍ନ ଆଇନଗତ ଏବଂ ଆର୍ଥିକ କମ୍ପାନୀଙ୍କ ସହାୟତା ଲୋଡିଛନ୍ତି।
ସୂଚନାଯୋଗ୍ୟ ଯେ, ଗୋଦ୍‌ରେଜ ପରିବାରଙ୍କ ନିକଟରେ ହଜାର ହଜାର ଏକର ଜମି ରହିଛି ଓ ସେମାନେ ବହୁ ଇଣ୍ଡଷ୍ଟ୍ରିର ଅଂଶୀଦାର। ମୁମ୍ବାଇରେ ସର୍ବାଧିକ ଜମି ଗୋଦ୍‌ରେଜ ପରିବାରଙ୍କ ନିକଟରେ ରହିଛି। ତାଲା ନିର୍ମାତାରୁ ଚନ୍ଦ୍ରଯାନ ଲାଗି ଲଞ୍ଚ ଭେହିକିଲ ଓ ଲ୍ୟୁନର ଅର୍ବିଟର ନିର୍ମାଣ କରିଥିବା ଗୋଦ୍‌ରେଜ ଗ୍ରୁପ୍‌ ଭବିଷ୍ୟତର କାରବାରକୁ ନେଇ ପ୍ରସ୍ତୁତ ରଣନୀତି ପଥରେ ଆଗେଇ ଚାଲିଛି। ଅଥଚ ପରିବାରର କେତେକ ଏହି ରଣନୀତିକୁ ବିରୋଧ କରୁଛନ୍ତି। ପରିବାର ପକ୍ଷରୁ ଫ୍ୟାମିଲି ଏଗ୍ରିମେଣ୍ଟରେ ସଂଶୋଧନ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛିି। କାରଣ ଭବିଷ୍ୟତର କାରବାର ରଣନୀତିକୁ ନେଇ ବିବାଦ ଉପୁଜିଛି। ଜାମସେଦ ଓ ତାଙ୍କ ବଡ଼ ବାପା ପୁଅ ଆଦି ଓ ନାଦିରଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଚିନ୍ତାଧାରାକୁ ନେଇ ମତଭେଦ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେମାନେ ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ଗୋଦ୍‌ରେଜ ଆଣ୍ଡ ବଏସ୍‌ ଅଧ୍ୟକ୍ଷ ଜାମସେଦଙ୍କ ପକ୍ଷରୁ ଜେଏମ୍‌ ଫାଇନାନ୍ସିଆଲର ଭେଟେରାନ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ନିମେଶ କାମ୍ପାନୀ ଏବଂ ଏଜେଡ୍‌ବି ପାର୍ଟନର୍ସର ଓକିଲ ଜିଆ ମୋଦିଙ୍କୁ ଭାଗବଣ୍ଟା ନେଇ ପରାମର୍ଶ ଦେବାକୁ ନିଯୁକ୍ତ କରାଯାଇଛି।
ଅନ୍ୟପକ୍ଷରେ ଆଦି ଓ ନାଦିର ଗୋଦ୍‌ରେଜଙ୍କ ପକ୍ଷରୁ ବ୍ୟାଙ୍କର ଉଦୟ କୋଟାକ ଓ ସିରିଲ ଅମରଚାନ୍ଦ ମଙ୍ଗଲଦାସ ଆଇନ ପରାମର୍ଶଦାତା କମ୍ପାନୀର ମୁଖ୍ୟ ସିରିଲ ଶ୍ରଫ୍‌ଙ୍କୁ ନିଯୁକ୍ତ କରାଯାଇଛି। ବିଖରୌଲି ଠାରେ ଗ୍ରୁପ୍‌ ନିକଟରେ ୩୪୦୦ ଏକର ଜମି ରହିଛି। ତନ୍ମଧ୍ୟରୁ ୧୦୦୦ ଏକର ଜମିକୁ ନେଇ ଏବେ ବିବାଦ ଉପୁଜିଛି। ଗ୍ରୁପ୍‌ କମ୍ପାନୀରେ ଉଭୟ ଗୋଷ୍ଠୀର ଆଂଶିକ ଶେୟାର ରହିଛି ଏବଂ ଜଣେ ଅନ୍ୟଜଣଙ୍କ କମ୍ପାନୀରେ ନିର୍ଦ୍ଦେଶକ ରହିଛନ୍ତି। ସୂଚନାଥାଉ କି, ୧୮୯୭ରେ ପାର୍ସି ବ୍ୟବସାୟୀ ଆର୍ଦେଶିର ଗୋଦ୍‌ରେଜ ତାଙ୍କ ସାନ ଭାଇ ପିରୋଜଶାଙ୍କୁ ସାଥିରେ ନେଇ ଗୋଦ୍‌ରେଜ ଗ୍ରୁପ କମ୍ପାନୀ ପ୍ରତିଷ୍ଠା କରିଥିଲେ। ତାଲା ନିର୍ମାଣରୁ ସେମାନଙ୍କ ବାଣିଜ୍ୟ ଯାତ୍ରା ଆରମ୍ଭ ହୋଇଥିଲା। ଆର୍ଦେଶିର ନିଃସନ୍ତାନ ଥିବାରୁ ପିରୋଜଶାଙ୍କ ପୁଅମାନେ ବୁର୍‌ଜୋର୍‌, ସୋରାବ,ଦୋସା ଏବଂ ନଓ୍ବଲ ଗ୍ରୁପ୍‌କୁ ପରିଚାଳନା କରୁଥିଲେ।
ଏବେ ଏହି ପରିବାରର ତୃତୀୟ ପିଢ଼ି ବୁରଜୋରଙ୍କ ପୁଅ ଆଦି ଓ ନାଦିର ଏବଂ ନଓ୍ବଲଙ୍କ ପୁଆ ଜାମସେଦ ଓ ସ୍ମିତା ଗ୍ରୁପ୍‌ କମ୍ପାନୀଙ୍କୁ ସମ୍ଭାଳୁଛନ୍ତି। ଆଦିଙ୍କ ୩ ସନ୍ତାନ ତାନ୍ୟା, ନିସାବା, ପିରୋଜଶା ଥିବା ବେଳେ ଜାମସେଦଙ୍କ ୨ ଜଣ ସନ୍ତାନ ରାଇକା ଓ ନଭରୋଜ, ସ୍ମିତାଙ୍କ ଫ୍ରେୟନ ଓ ନାୟରିକା ନାମକ ୨ ସନ୍ତାନ ରହିଛି। ନାଦିରଙ୍କ ମଧ୍ୟ ୩ ସନ୍ତାନ ରହିଛନ୍ତି। ଗୋଦ୍‌ରେଜ ପରିବାର ୧୯୪୦ରେ ବମ୍ବେ ହାଇକୋର୍ଟଙ୍କ ରିସିଭରଙ୍କ ନିକଟରୁ ସମସ୍ତ ଜମି ହାସଲ କରିଥିଲେ। ଏହି ଜମି ପ୍ରଥମେ ଇଷ୍ଟ ଇଣ୍ଡିଆ କମ୍ପାନୀ ନିକଟରେ ଥିଲା, ଯାହାକୁ ଏହି କମ୍ପାନୀ ୧୮୩୦ରେ ଏକ ପାର୍ସି ବ୍ୟବସାୟୀ ଫ୍ରାମ୍‌ଜି ବାନାଜ/ୀଙ୍କୁ ହସ୍ତାନ୍ତର କରିଥିଲେ। ପରେ ୧୯୪୧-୪୨ରେ ଏହି ଜମି ବିକ୍ରି କରାଯାଇଥିଲା, ଯାହାକୁ ଗୋଦ୍‌ରେଜ ପରିବାର କିଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ବଡ଼ ହଲଚଲ! ବୈଠକ ପରେ ଭାଜପାକୁ ବଡ଼ ଧମକ ଦେଲେ ମମତା, ‘ମୋ ସହ ଖେଳିଛନ୍ତି, ସମୟ ଆସିଲେ ମୁଁ….’

କୋଲକାତା,୧।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବଡ଼ ଅଭିଯୋଗ କରିଛନ୍ତି । ତାଙ୍କ ଦଳକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ନେଇ ଆରୋପ…

ଟ୍ରାକ୍ଟର ଉପରେ ଚଢି ଖେଳୁଥିଲେ ମନୁ: ହଠାତ୍‌ ଖସିଗଲା ଗୋଡ଼, ଆଉ ତା’ପରେ…

ଦାରିଙ୍ଗବାଡି, ୧।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri