ଜନସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା: ଜଣ୍ଡିସ୍‌କୁ ଡାକୁଛି ଗୋଳିଆପାଣି

ବ୍ରହ୍ମପୁର ଅଫିସ୍‌,୨୬ା୭- ସ୍ବଚ୍ଛ ପାଣି ଯୋଗାଇବାରେ ଜନସ୍ବାସ୍ଥ୍ୟ ବିଭାଗର ବିଫଳତାକୁ ନେଇ ଏବେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ଦୁଇ ଦିନ ହେଲା ପାଇପ୍‌ରେ କେବଳ ଗୋଳିଆ ପାଣି ଆସୁଛି। କାଦୁଅ ମିଶା ମଇଳା ପାଣି। ନା ପାନୀୟ ଯୋଗ୍ୟ, ନା ଅନ୍ୟ କୌଣସି କାମରେ ବ୍ୟବହାର ହୋଇପାରୁଛି। ଏଭଳି ଯଦି ଗୋଳିଆ ପାଣି ଆଉ କିଛି ଦିନ ଆସିବ, ତେବେ ପରିସ୍ଥିତି ସାଂଘାତିକ ହେବ। ଜଣ୍ଡିସ୍‌ ବ୍ୟାପୀବାର ସମ୍ଭାବନା ରହିଛି। ଏଣୁ ପାଣି ଆସୁଥିଲେ ମଧ୍ୟ ଲୋକମାନେ ଜଣ୍ଡିସ୍‌ ଡରରେ ବ୍ୟବହାର କରୁନାହାନ୍ତି। ବ୍ରହ୍ମପୁର ସହରର ଅର୍ଦ୍ଧାଧିକ ଅଞ୍ଚଳରେ ଏବେ ଏପ୍ରକାର ସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ପାଣି ପାଇଁ ରାଗିଲେଣି।
ଅନ୍ୟପଟେ ପାଣି ନମୁନା ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ବ୍ରହ୍ମପୁର ସହର ଆମ୍ବପୁଆରୁ ପ୍ରାୟ ନୂଆବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଅଞ୍ଚଳକୁ ପାଣି ଯୋଗାଣ ହେଉଛି। ଗତ ୨୦ତାରିଖରୁ ପାଇପ୍‌ ବଦଳା କାମ ଚାଲିଥିଲା ଏହା ଶେଷ ହୋଇଛି। ନୂଆ ପାଇପ୍‌ରେ ପାଣି ଆସୁଛି। କିନ୍ତୁ ଯେଉଁ ପାଣି ଆସୁଛି, ତାହା ଗୋଳିଆ। ଏଣୁ ଗତ ସପ୍ତାହେ ହେଲା ଦେଖାଦେଇଥିବା ପାଣି ସମସ୍ୟା ଦୂର ହେବା ବଦଳରେ ଆହୁରି ଉତ୍କଟ ହେବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତିରେ ନୂଆ ପାଇପ୍‌ରେ ପାଣି ଯୋଗାଣ ହୋଇଥିଲା, କିନ୍ତୁ ଗୋଳିଆ ପାଣି ଆସିଥିଲା। ଲୋକମାନେ ଆଶା କରୁଥିଲେ ଧୀରେ ଧୀରେ ସ୍ବଚ୍ଛ ପାଣି ଆସିବ। ବୁଧବାର ମଧ୍ୟ ଆସିଲା ଗୋଳିଆ। ଗୁରୁବାର ମଧ୍ୟ ଆଙ୍କୁଲି, ଲାଞ୍ଜିପଲ୍ଲୀ ସହ ଅନ୍ୟ ବହୁ ଅଞ୍ଚଳରେ ଗୋଳିଆ ପାଣି ଆସିଛି। ସ୍ବଚ୍ଛ ପାଣି କେବେ ମିଳିବ, ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଠିକ୍‌ ଭାବେ କହିପାରୁ ନାହାନ୍ତି। ହେଲେ ପାଣି ସଫା କରିବା ଦିଗରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ତେବେ ଗୋଳିଆ ପାଣି ଏବଂ ଅସ୍ବଚ୍ଛ ପାଣି ପିଇଲେ, ଜଣ୍ଡିସ୍‌ରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଫଳରେ ଲୋକମାନେ ଭୟରେ ଅଛନ୍ତି। ଏଡିପିଏଚ୍‌ଓ (ଭିବିଡ଼ି) ଡା. ଆର୍‌. ଜଗଦୀଶ ପଟ୍ଟନାୟକ କହିଛନ୍ତି, ଗୋଳିଆ ଓ ଅଶୁଦ୍ଧ ପାଣି ପିଇଲେ ଜଣ୍ଡିସ୍‌ ହୋଇପାରେ। ଏଣୁ ତୁରନ୍ତ ପାଣିର ନମୁନା ସଂଗ୍ରହ କରିବା ସହ ତାକୁ ପରୀକ୍ଷା କରିବା ପାଇଁ ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ। ଜଣ୍ଡିସ୍‌ ଯେମିତି ନ ବ୍ୟାପେ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ
କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏୟାରବ୍ୟାଗ ଯୋଗୁ ଟଳିଲା…

କେନ୍ଦୁଝର,୧୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଦେଇ ୪୯ ନଂ ଜାତୀୟ ରାଜପଥରେ…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା; ଦଳର ଅଧିନାୟକ ନୂଆ ଖେଳାଳି

ନୂଆଦିଲ୍ଲୀ,୧୮।୬: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର (ଜୁନ ୧୮) ଭାରତୀୟ ମହିଳା ଦଳ ବିପକ୍ଷରେ ଐତିହାସିକ ଏକମାତ୍ର ଟେଷ୍ଟ ପାଇଁ ୧୫ ଜଣିଆ…

LPG ସିଲିଣ୍ଡରକୁ ନେଇ ଆସିଲା ଖୁସି ଖବର, ଆସୁଛି ୪୦ ଟ୍ୟାଙ୍କର ରୋଷେଇ ଗ୍ୟାସ

ତେହରାନ/ନୂଆଦିଲ୍ଲୀ,୧୮।୬: ଫେବୃଆରୀ ମାସରୁ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିଲା, ଯାହା ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିଲା। ବିଶେଷକରି ଭାରତ…

ୟୁକ୍ରେନର ଡ୍ରୋନ ମାଡରେ ହୁତୁହୁତୁ ହୋଇ ଜଳିଲା ମସ୍କୋ ଅଏଲ ରିଫାଏନାରୀ

ମସ୍କୋ,୧୮।୬: ୟୁକ୍ରେନ ରୁଷିଆ ଉପରେ ଡ୍ରୋନ ଆକ୍ରମଣ କରିଛି। ମସ୍କୋର କାପୋଟନିଆ ଜିଲାରେ ଥିବା ଏକ ତୈଳ ବିଶୋଧନାଗାରରେ ଏକ ୟୁକ୍ରେନୀୟ ଡ୍ରୋନ ଆକ୍ରମଣ କରିଛି; ଏହି…

ରାଜ୍ୟ ସଭା ନିର୍ବାଚନ: ଝାଡ଼ଖଣ୍ଡରେ କଂଗ୍ରେସକୁ ଲାଗିଲା ଶକ୍ତ ଧକ୍କା

ରାଞ୍ଚି,୧୮।୬: ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଝାଡ଼ଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟର ଗଡ଼ ଭାଙ୍ଗିଛି। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପରିମଳ…

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri