ଜଙ୍ଗଲ ଜଳୁଛି, ଗ୍ରାମବାସୀ ଭୟଭୀତ

ବଇଣ୍ଡା, ୬। ୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ ଲକ୍ଷ୍ମୀପୁର ଜଙ୍ଗଲରେ କିଛି ଦିନ ହେଲା ନିଆଁ ଲାଗିଛି। ଜଙ୍ଗଲ ଜଳୁଥିବାରୁ ନିକଟରେ ଥିବା ସାପଘରା, ଟେଣ୍ଟୁଲି, ରାଇନାଳୀ, ଖମାର, ବାତ୍ରାଖୋଳ, ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଗ୍ରାମବାସୀଙ୍କ କହିବା ମୁତାବକ, ଜଙ୍ଗଲରେ ଅନେକ ମହୁଲ ଗଛ ରହିଛି। ଗ୍ରାମର କେତେଜଣ ଗାଈ ଚରାଳୀ ଜଙ୍ଗଲକୁ ଯାଇ ମହୁଲ ଫୁଲ ସଂଗ୍ରହ କରୁଛନ୍ତି। ହେଲେ ଜଙ୍ଗଲରେ ପତ୍ରଗୁଡିକ ଝଡି ପଡିଥିବାରୁ ସେମାନଙ୍କୁ ମହୁଲ ଫୁଲ ସଂଗ୍ରହରେ ବାଧା ଉପୁଜୁଛି। ଫଳରେ ସେମାନେ ସେଥିରେ ନିଆଁ ଲଗାଇଦେଉଛନ୍ତି। ଏବେ ପ୍ରବଳ ଖରା ହେଉଥିବାରୁ ନିଆଁ ଦ୍ରୁତଗତିରେ ଜଙ୍ଗଲ ସାରା ଖେଳିଯାଉଛି। ଏଥିଯୋଗୁ ବହୁ ମୂଲ୍ୟବାନ ଗଛ ପୋଡିଯିବା ସହ କୀଟ ପତଙ୍ଗ ଜଳିଯାଉଛନ୍ତି। ପବନରେ ନିଆଁ ଉଡି ଆସିବା ଭୟରେ ଲୋକେ ଗରା, ବାଲଟିରେ ପାଣି ରଖି ରାତିରେ ଜଗିରହୁଛନ୍ତି। ତୁରନ୍ତ ଏଥିପ୍ରତି ଜଙ୍ଗଲ ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ୯ ମହଲାରୁ ଡେଇଁଲେ ୩ ଭଉଣୀ: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତିନି ଜଣ ନାବାଳିକା ଭଉଣୀ ଏକ କୋଠାର ୯ମ ମହଲାରୁ ଡେଇଁ ପଡ଼ି ମୃତ୍ୟୁବରଣ…

ବସ୍ତାରେ ଗୋମାଂସ ଆଣୁଥିବା ସମୟରେ ମାଡ଼ିବସିଲା ପୋଲିସ

ମୋରଡ଼ା/ରାସଗୋବିନ୍ଦପୁର,୪ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ଗୋ ମାଂସ ଚାଲାଣ ଅଭିଯୋଗରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପୋଲିସ ମଙ୍ଗଳବାର ୨ଜଣଙ୍କୁ ଥାନାରେ ଅଟକ ରଖି ପଚାରାଉଚୁରା କରୁଛି। ଏନେଇ ଥାନାରେ…

ଫୁଲକୋବି ଗାଡିରେ ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ଏନସିବି, ଘଟଣାସ୍ଥଳରୁ…

ଉଦଳା,୪।୨(ସନ୍ତୋଷ କୁମାର ବାଚ୍ଛିନୀ): ଗଞ୍ଜେଇ ଚାଲାଣର ନୂଆ ତରିକା। କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଗଞ୍ଜେଇ ଗାଡିକୁ ସୁରକ୍ଷା…

ବସୁଛି ବୈଠକ, ଫଳପ୍ରଦ ହେଉନାହିଁ: ଅଟଳ ବସଷ୍ଟାଣ୍ଡ….

ଲୋଇସିଂହା,୪।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ଲୋଇସିଂହା ଅଟଳ ବସଷ୍ଟାଣ୍ଡର ଶୃଙ୍ଖଳିତ ପରିଚାଳନା ପାଇଁ ଏକ ସମୀକ୍ଷା ବୈଠକ ବିଡିଓ ଅକ୍ଷୟପାଣି ଉଦ୍ଦୁଙ୍କ ଅଧ୍ୟକ୍ଷତାରେ ସୋମବାର…

UPIକୁ ନେଇ ବଡ଼ ଅପଡେଟ୍‌: ଏଣିକି ମିଳିବ ଏହି ସୁବିଧା, ଲାଭବାନ ହେବେ…

ନୂଆଦିଲ୍ଲୀ,୪।୨: ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମ ଖୁବଶୀଘ୍ର ଏକ ନୂତନ ବିଶ୍ୱସ୍ତରୀୟ ପରିଚୟ ହାସଲ କରିପାରେ। ସୂଚନା ଅନୁଯାୟୀ ସରକାର ଭାରତୀୟ ଉପଭୋକ୍ତାମାନଙ୍କୁ ଦେଶ ଭିତରେ ଯେପରି…

ଅନେକ ଜୀବନ ବଞ୍ଚାଇ ଚର୍ଚ୍ଚାରେ ଧବଳେଶ୍ୱର: ଦୁର୍ଗମ ଅଞ୍ଚଳର ପାଲଟିଛନ୍ତି ସାହା

ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଅନେକ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳ ରହିଛି। ଅନେକ ସମୟରେ ଅପହଞ୍ଚ ଅଞ୍ଚଳରେ କୌଣସି ଅଘଟଣ ଘଟିଲେ ଲୋକଙ୍କୁ ସେବା ଯୋଗାଇବା…

୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ଶିଶୁ, ମହିଳା ସମେତ ୧୫ ମୃତ

ବ୍ରାଜିଲ,୪।୨: ବ୍ରାଜିଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛ। ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତର-ପୂର୍ବ ବ୍ରାଜିଲର ଆଲାଗୋଆସ ରାଜ୍ୟର ଏକ ଗ୍ରାମାଞ୍ଚଳରେ ଏହି ଦୁର୍ଘଟଣା…

୪ ଜିଲା ଦାୟିତ୍ୱରେ ରହିବେ ଏମାନେ, ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୪।୨: ୪ ସାଂଗଠନିକ ଜିଲା ପାଇଁ ବିଜେଡି କର୍ମକର୍ତ୍ତାଙ୍କ ନାମ ଘୋଷଣା। ଏନେଇ ମଙ୍ଗଳବାର ପ୍ରେସ ରିଲିଜ ପ୍ରକାଶ ପାଇଛି। ବ୍ୟୋମକେଶ ରାୟଙ୍କୁ ଭଦ୍ରକ ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri