Posted inଜାତୀୟ

ଛାତ୍ରୀଙ୍କୁ ୧୬୮ଟି ଚାପୁଡା ମାରି ଗିରଫ ହେଲେ ଶିକ୍ଷକ

ଭୋପାଳ, ୧୫।୫: ମଧ୍ୟପ୍ରଦେଶର ଝବୁଆରେ ଜୋଣ ସ୍କୁଲ ଶିକ୍ଷକ ଛାତ୍ରୀଙ୍କୁ ୧୬୮ଟି ଚାପୁଡା ମାରି ଗିରଫ ହୋଇଛନ୍ତି। ଛାତ୍ରୀ ଜଣଙ୍କ ହୋମ ଓ୍ବାର୍କ କରି ନ ଥିବାରୁ ଏପରି ଦଣ୍ଡ ଦେଇଛନ୍ତି ଶିକ୍ଷକ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ, ଝବୁଆ ସରକାରୀ ସ୍କୁଲରେ ୬ଷଷ୍ଠ ଶ୍ରେୀରେ ପଢୁଥିବା ଜଣେ ଛାତ୍ରୀ ଜାନୁଆରୀ ୧୧ ଦିନ ହୋମଓ୍ବାର୍କ କରି ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଶିକ୍ଷକ ମନୋଜ କୁମାର ବର୍ମା ୧୪ଛାତ୍ରଙ୍କୁ ଏକାଠି କରି ଉକ୍ତ ଛାତ୍ରୀ ଜଣଙ୍କୁ ଚାପୁଡା ଲଗାଇଥିଲେ। ପ୍ରତିଦିନ ଛାତ୍ରଙ୍କୁ କହି ଚାପୁଡା ଲଗାଉଥିଲେ ବୋଲି ଛାତ୍ରୀ ଜଣଙ୍କର ପିତା ଶିବ ପ୍ରତାପ ସିଂହ ପୋଲିସରେ ଅଭିଯୋଗ କରିଥିଲେ। ୬ଦିନ ପର୍ଯ୍ୟନ୍ତ ଏଭଳି ଘଟଣା ଚାଲିବା ପରେ ତାଙ୍କୁ ପିତା ପୋଲିସରେ ମାମଲା ରୁଜୁ କରିଥିଲେ। ଛାତ୍ରୀ ଜଣଙ୍କ ଅସୁସ୍ଥ ଥିବାରୁ ହୋମଓ୍ବାର୍କ କରିପାରି ନ ଥିଲେ। ଏନେଇ ସ୍କୁଲରେ ମଧ୍ୟ ଜଣାଥିଲେ। କିନ୍ତୁ ଶିକ୍ଷକ ଜଣଙ୍କ ଜାଣିଶୁଣି ତାଙ୍କୁ ଚାପୁଡା ମାରିଥିଲେ ବୋଲି ତାଙ୍କ ପିତା କହିଛନ୍ତି। ଘଟଣା ପରେ ଅଭିଯୁକ୍ତ ଶିକ୍ଷକ ଫେରାର ଥିଲେ। ପୋଲିସ ବହୁ ଖୋଜାଖୋଜି ପରେ ମଙ୍ଗଳବାର ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

୨୦୩୨ରେ ଚନ୍ଦ୍ରକୁ ଧକ୍କାଦେବ ଗ୍ରହାଣୁ ପିଣ୍ଡ

ନୂଆଦିଲ୍ଲୀ,୩୧ା୧: ୨୦୩୨ରେ ଏକ କ୍ଷୁଦ୍ର ଗ୍ରହାଣୁ ପିଣ୍ଡ ଚନ୍ଦ୍ରକୁ ଧକ୍କା ଦେବା ନେଇ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଉକ୍ତ ଗ୍ରହାଣୁ ପିଣ୍ଡର ଓସାର ପ୍ରାୟ ୬୦ ମିଟର।…

କେନ୍ଦ୍ରର ଆର୍ଥତ୍କ ନିଅଣ୍ଟ ବଜେଟ ଆକଳନର ୫୪.୫%

ନୂଆଦିଲ୍ଲୀ,୩୧ା୧: ଡିସେମ୍ବର ଶେଷରେ କେନ୍ଦ୍ର ସରକାରଙ୍କ ଆର୍ଥତ୍କ ନିଅଣ୍ଟ ୮.୫୫ ଲକ୍ଷ କୋଟି ଟଙ୍କା ବା ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ ଆକଳନର ୫୪.୫ ପ୍ରତିଶତ ବୋଲି…

ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁନେତ୍ରା

ମୁମ୍ବାଇ ,୩୧ା୧: ଦିବଂଗତ ଏନ୍‌ସିପି(ଅଜିତ) ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଶନିବାର ସୁନେତ୍ରା ଉପମୁଖ୍ୟମନ୍ତ୍ରୀ…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri