ଚୋରି ଅନ୍ତର୍ବସ୍ତ୍ରରୁ ମିଳିଥିଲା ବାଗ୍‌ଦାଦିଙ୍କ ପରିଚୟ

ଓ୍ବାଶିଂଟନ,୩୦ା୧୦: ସିରିଆରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ମୁଖ୍ୟ ଅବୁ ବକର ଅଲ୍‌-ବାଗ୍‌ଦାଦି ଆମେରିକା ସ୍ବତନ୍ତ୍ର ବଳର ଅପରେଶନରେ ନିହତ ହେବା ପରେ ଅନେକ ଚୋରକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବାଗ୍‌ଦାଦିଙ୍କ ପରିଚୟ ସ୍ପଷ୍ଟକରିବା ପାଇଁ ଯେଉଁ ଡିଏନ୍‌ଏ ପରୀକ୍ଷା କରାଯାଇଥିଲା ସେଥିରେ ତାଙ୍କର ଚୋରି ଅନ୍ତର୍ବସ୍ତ୍ର ବ୍ୟବହାର ହୋଇଥିଲା। କୁର୍ଦ୍ଦିଶ୍‌ ନେତୃତ୍ୱାଧୀନ ସିରିଆ ଡେମୋକ୍ରାଟିକ୍‌ ଫୋର୍ସେସ୍‌ (ଏସ୍‌ଡିଏଫ୍‌) ପକ୍ଷରୁ ମଙ୍ଗଳବାର ଏହା ପ୍ରଘଟ କରାଯାଇଛି।
ଏସ୍‌ଡିଏଫ୍‌ କମାଣ୍ଡର ପୋଲାଟ୍‌ କ୍ୟାନ୍‌ କହିଛନ୍ତି, ଆମେରିକା ସ୍ବତନ୍ତ୍ର ବଳର ଅପରେଶନ ପୂର୍ବରୁ ସିରିଆରେ ବାଗ୍‌ଦାଦିଙ୍କ ଅବସ୍ଥିତି ଠାବ କରିବା ଲାଗି ସେମାନଙ୍କ ସୂତ୍ର ଗୁରୁତ୍ୱପୂର୍ଣ୍ଣ ଥିଲା। ବାଗ୍‌ଦାଦି ଜୀବିତ ଥିବାବେଳେ ଏସ୍‌ଡିଏଫ୍‌ର ଜଣେ ଗୁପ୍ତଚର ତାଙ୍କର ଅଣ୍ଡରଓ୍ବେର୍‌କୁ ଚୋରିକରି ଆଣିଥିଲେ। ଉକ୍ତ ଅନ୍ତର୍ବସ୍ତ୍ରକୁ ନେଇ ତାଙ୍କର ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ନିହତ ବ୍ୟକ୍ତି ବାଗ୍‌ଦାଦି ବୋଲି ଅନ୍ତର୍ବସ୍ତ୍ର ଓ ଖଣ୍ଡବିଖଣ୍ଡିତ ମୃତଦେହ ମେଳ କରିବା ପରେ ଡିଏନ୍‌ଏ ଯାଞ୍ଚରୁ ସ୍ପଷ୍ଟ ହୋଇଥିଲା। ବାଗ୍‌ଦାଦିଙ୍କୁ ଧରିବା ଲାଗି ଏସ୍‌ଡିଏଫ୍‌ ମେ ୧୫ରୁ ଆମେରିକାର କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ସିଆଇଏ ସହ ମିଶି ସହଯୋଗୀ ଭାବେ କାର୍ଯ୍ୟ କରୁଥିଲା। ସେ ଇଡ୍‌ଲିବ୍‌ ପ୍ରଦେଶରେ ଲୁଚିଥିବା ଏସ୍‌ଡିଏଫ୍‌ ସୂଚନା ପାଇଥିଲା। ବାଗ୍‌ଦାଦି ଜୋରାବ୍ଲୁସ୍‌ର ଏକ ନୂଆ ସ୍ଥାନକୁ ଯିବା ପାଇଁ ବାହାରିଥିଲେ। କିନ୍ତୁ ଏହା ପୂର୍ବରୁ ତାଙ୍କୁ ନିପାତ କରାଯାଇଥିଲା ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କୁର୍ଦ୍ଦିଶ ବଳର ଭୂମିକାକୁ ନୂ୍ୟନ କରିଦେଇଛନ୍ତି। ଗତ ୨୭ ତାରିଖରେ ବାଗ୍‌ଦାଦିଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରି ଟ୍ରମ୍ପ୍‌ କହିଥିଲେ, କୁର୍ଦ୍ଦମାନେ ‘ସହାୟକ ହେବା ଭଳି’ ସୂଚନା ପ୍ରଦାନ କରିଥିଲେ। କିନ୍ତୁ ସାମରିକ କାର୍ଯ୍ୟାନୁଷ୍ଠାନରେ ସେମାନଙ୍କ କିଛି ଭୂମିକା ନ ଥିଲା। ପ୍ରକାଶ ଯେ, କିଛିଦିନ ତଳେ ଟ୍ରମ୍ପ୍‌ ଉତ୍ତର ସିରିଆରୁ ଆମେରିକୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରିଥିଲେ। ଆମେରିକାର ଏହି ପଦକ୍ଷେପ ସମ୍ପୃକ୍ତ ଅଞ୍ଚଳରେ ସୀମାପାର ଆକ୍ରମଣ ପାଇଁ ତୁର୍କୀକୁ ସବୁଜ ସଙ୍କେତ ଦେଇଥିଲା ବୋଲି ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି।

ଉତ୍ତରାଧିକାରୀ ନିହତ

ସିରିଆରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ନିହତ ହୋଇଥିବା ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦିଙ୍କ ଉତ୍ତରାଧିକାରୀଙ୍କ ମୃତ୍ୟୁ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରବିବାର ୪୮ ବର୍ଷୀୟ ବାଗ୍‌ଦାଦିଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଥିବାବେଳେ ମଙ୍ଗଳବାର ତାଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଏହି ପ୍ରଘଟ କରିଛନ୍ତି।
ସ୍ବତନ୍ତ୍ର ବଳର ଅପରେଶନ ବେଳେ ସୁଡ଼ଙ୍ଗ ଭିତରେ କୁକୁରମାନେ ବାଗ୍‌ଦାଦିଙ୍କୁ ଗୋଡ଼ାଇଥିଲେ। ମୃତ୍ୟୁ ସୁନିଶ୍ଚିତ ଜାଣି ବାଗ୍‌ଦାଦି ନିଜକୁ ଆମତ୍ଘାତୀ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ତାଙ୍କର ୧ ନମ୍ବର ଉତ୍ତରାଧିକାରୀ ମଧ୍ୟ ଆମେରିକା ସୈନ୍ୟଙ୍କ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଥିବା ଟ୍ରମ୍ପ୍‌ ଟୁଇଟ୍‌ କରିଛନ୍ତି। ବାଗ୍‌ଦାଦି ଆନୁଷ୍ଠାନିକ ଭାବେ ଉକ୍ତ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରି ନ ଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ଭାବେ ଅନେକ ନାମକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ଟ୍ରମ୍ପ୍‌ ଏଭଳି ଟୁଇଟ୍‌ କରିଛନ୍ତି। ଟ୍ରମ୍ପ୍‌ ଏଥିରେ କୌଣସି ବ୍ୟକ୍ତି ବା ଆତଙ୍କବାଦୀଙ୍କ ନାମ ଓ କେଉଁ ଅପରେଶନରେ ସେ ନିହତ ହୋଇଛନ୍ତି ସେନେଇ କିଛି କହିନାହାନ୍ତି। ତେବେ ଉତ୍ତରାଧିକାରୀ ଜଣକ ଅବୁ ହାସନ ଅଲ୍‌ ମୁଜାହିର ହୋଇଥାଇପାରନ୍ତି ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri