ଚେକଡ୍ୟାମ୍‌ରେ ବୁଡ଼ିି ବ୍ୟକ୍ତିଙ୍କ ଜୀବନ ଗଲା

ପାଟଣା, ୩୦ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ କମାରମରା ଚେକଡ୍ୟାମରେ ବୁଡି ଜଣେ ୫୫ବର୍ଷୀୟ ବ୍ୟକ୍ତିଙ୍କର ବୁଧବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରଖ ଜିଲା ବନ୍ତ ଥାନା ଜିରାଣ ଗ୍ରାମ ଆଦିବାସୀ ସାହିର ଗୋବର୍ଦ୍ଧନ ହୋ।
ଲକ୍‌ଡାଉନ ପୂର୍ବରୁ ଗୋବର୍ଦ୍ଧନ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ପଡ଼ିଆର ସାହିର ସମୁଦି ଘରକୁ ଆସି ଆଉ ଗାଁ କୁ ଫେରିପାରି ନ ଥିଲେ। ବୁଧବାର ଦୁଇ ସମୁଦି ୨ଟି ସାଇକେଲରେ ଗୋବର୍ଦ୍ଧନଙ୍କ ପୁରୁଣା ଗ୍ରାମ ସାହାରପଡା ବ୍ଲକ ବୁଧୁ ସାହିକୁ ବୁଲିବାକୁ ଆସିଥିଲେ। ଫେରିବା ବେଳେ ଗୋବର୍ଦ୍ଧନ କମାରମରା ନାଳରେ ବନ୍ଧାଯାଇଥିବା ଚେକଡ୍ୟାମରେ ସାଇକେଲକୁ ଟେକି ପାର ହେବାକୁ ଚେଷ୍ଟା କରୁଥିବା ବେଳେ ପାଣିରେ ପଡିଯାଇଥିଲେ। ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲେ ହେଁ ବନ୍ଧରେ ବେଶୀ ପାଣିଥିବାରୁ ଶବ ଉଦ୍ଧାର ହୋଇ ପାରି ନ ଥିଲା। ଗୁରୁବାର ଡ୍ୟାମରୁ ପାଣି ଛାଡିବା ପରେ ଶବ ଉଦ୍ଧାର କରି ପାଟଣା ପୋଲିସ ପକ୍ଷରୁ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୨/୨୦) ରୁଜୁ କରାଯାଇଛି। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri