ଚିପ୍ସ ଓଭରଲୋଡିଂ ଗାଡ଼ି ଚଳାଚଳ ଅଣାୟତ୍ତ: ଅଘୋଷିତ ଚୁକ୍ତିକାରୀଙ୍କୁ ଛାଡ଼

ଯାଜପୁର ଅଫିସ, ୭|୯- ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ଲଘୁ ଖଣିଜ ସମ୍ପଦର ପ୍ରାଚୂର୍ଯ୍ୟ ରହିଛି। ହେଲେ ପରିବେଶଗତ ଅନୁମତି ନ ଥାଇ କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ନ ମାନି କଳା ପଥର ଉତ୍ତୋଳନ ହେଉଥିବା ଖାଦାନଗୁଡିକରେ ୧୪୪ ଧାରା ଜାରି ହୋଇଛି। ଏଥିରେ ରାହାଡପୁରର ୩ଟି ଓ ଡଙ୍କାରୀର ୨ଟି ଖାଦାନ ରହିଛି। ତେବେ ଏହିସବୁ ପାହାଡ଼ ପାଦଦେଶରେ ମିତ୍ତଲ, ଏମଏମ ଇମ୍ଫ୍ରା, ବଜରଙ୍ଗୀ, ବିରଜା, ଉକତ୍ଳ ହାଇୱେ, ଭିକି ଷ୍ଟୋନ କ୍ରଶର, ଏମ୍‌ଆଇପିଏଲ, ସାଇ ଷ୍ଟୋନ ପ୍ରଭୃତି ମେଗା ଷ୍ଟୋନ କ୍ରଶର ଚାଲିଛି। ପାହାଡ଼ଗୁଡିକରୁ ବେଆଇନ ଭାବେ ପଥର ଉତ୍ତୋଳନ କରି କ୍ରଶରରେ ଚିପ୍ସ, ମେଟାଲ ଆଦି ତିଆରି କରି ବାହାରକୁ ଚାଲାଣ ହେଉଛି। ଏହି କ୍ରଶର ମାଲିକ ଓ ସମ୍ପୃକ୍ତ ପରିବହନ ସଂସ୍ଥା ସ୍ଥାନୀୟ ଆରଟିଓଙ୍କ ସହିତ ଅଘୋଷିତ ଚୁକ୍ତି କରି ବ୍ୟାପକ ଓଭରଲୋଡିଂ ଚଳାଚଳ କରୁଛନ୍ତି। ଫଳରେ ଜିଲା ଦେଇ ଯାଉଥିବା ୬ ନମ୍ବର, ୫୩ ନମ୍ବର ଓ ୨୦୦ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟହ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ସମ୍ପ୍ରତି ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାର ବେଆଇନ ପରିବହନ ଉପରେ ଜୋରିମାନା ଅର୍ଥକୁ ବୃଦ୍ଧି କରିଥିବାବେଳେ ଚଣ୍ଡିଖୋଲ ଆରଟିଓ ଅଧୀନ ଅଞ୍ଚଳରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ହେଉଛି। ଯେଉଁମାନେ ଆରଟିଓଙ୍କ ସହିତ ମାସିକ ଚୁକ୍ତି କରିନାହାନ୍ତି ସେମାନଙ୍କୁ ଧରପଗଡ଼ କରୁଥିବାବେଳେ ମେଗା କ୍ରଶର ଓ ପ୍ରଭାବଶାଳୀ ପରିବହନ ସଂସ୍ଥା ଅନାୟାସରେ ଖସି ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି।
ସାରା ରାଜ୍ୟରେ ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରାଜସ୍ବ ଆଦାୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ବାର୍ଷିକ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଏଠାରୁ ରାଜସ୍ବ ଆଦାୟ ହେଉଛି। ତେବେ ଅମାପ ସମ୍ବଳ ଯୋଗୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟ ଏଠାରେ ସହଜରେ ପୂରଣ ହୋଇଯାଉଥିବାବେଳେ ବାକି ଅର୍ଥ ବିଭାଗୀୟ ଅଧିକାରୀଙ୍କ ପକେଟକୁ ଯାଉଛି। ଜଙ୍ଗଲ ଓ ପରିବେଶ ବିଭାଗ ବିନା ଅନୁମତିରେ ଶତାଧିକ ଗ୍ରାନାଇଟ ଖାଦାନ ଚାଲିଛି। ଏହାସହ ବେଆଇନ ଭାବେ ବିଭିନ୍ନ ପାଦଦେଶରେ ମେଗା ଓ ଛୋଟବଡ ଷ୍ଟୋନ କ୍ରଶର ପ୍ରତିଷ୍ଠା ହୋଇଛି। ଫଳରେ ଏଠାରୁ ପ୍ରତ୍ୟହ ବେଆଇନ ପରିବହନ ଜୋରସୋରରେ ଜାରି ରହିଛି। ସରକାରଙ୍କ ଧାର୍ଯ୍ୟ ମୁତାବକ ପରିବହନ ରାଜସ୍ବ ଆଦାୟ ଆଶାନୁରୂପକ ହୋଇଥିଲେ ହେଁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨ଗୁଣରୁ ଅଧିକ ଓଭରଲୋଡିଂ ଗାଡି ଚଳାଚଳ କରୁଛି। ସଡ଼କ ସୁରକ୍ଷା ସୁପ୍ରିମକୋର୍ଟ କମିଟି ଦୁର୍ଘଟଣା ହ୍ରାସ ଦିଗରେ ଗୁରୁତ୍ୱାରୋପ କରିଛନ୍ତି। ପରିବହନ ସଚିବ ଓ ଯାଜପୁର ଜିଲାପାଳଙ୍କ ନିଷ୍ପତ୍ତିକ୍ରମେ ଯୁଗ୍ମ ଟ୍ରାଫିକ ପୋଲିସ ଗାଡିମୋଟର ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ସରକାର ନୂଆ ମୋଟର ଯାନ ଆଇନ ଲାଗୁ କରିବା ପରେ ଏବେ ପରିବହନ ବିଭାଗ ପକ୍ଷରୁ ଚଢାଉ ଜୋରଦାର କରାାଇଛି। ଗୁରୁବାର ଚଣ୍ଡିଖୋଲ ଆରଟିଓଙ୍କ ନେତୃତ୍ୱରେ ୩ ଘଣ୍ଟାରେ ୨୦ଟି ଗାଡିରୁ ସର୍ବାଧିକ ୪ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିଲା। ହେଲେ ଧର୍ମଶାଳା ତହସିଲ ଅନ୍ତର୍ଗତ ଶତାଧିକ ବେଆଇନ ଖାଦାନରେ ଚାଲିଥିବା ମେଗା କ୍ରଶରରୁ ଓଭରଲୋଡିଂ ଗୋଟିଏ ବି ଗାଡି ଉପରେ ଚଢାଉ ହୋଇ ପାରିନାହିଁ। ଏଥିରୁ ଚଣ୍ଡିଖୋଲ ଆରଟିଓ କର୍ମଚାରୀଙ୍କ ସ୍ବଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଡୋଶୀ ଢେଙ୍କାନାଳ ଜିଲା ଡଙ୍କାରୀ ଓ ରାଇଗଡା ପାହାଡ ସମେତ ରାହାଡପୁର, ବାଜବାଟି, ବିଛାଖଣ୍ଡି, ବଳରାମପୁର ପ୍ରଭୃତି ପାହାଡରୁ ପ୍ରତ୍ୟହ କ୍ଷମତାଠାରୁ ଅଧିକ ଗ୍ରାନାଇଟ ପଥର ବୋଝେଇ ହାଇୱା, ଟ୍ରକ ଆଦି ଗାଡି ଚଳାଚଳ କରୁଛି। ଏହାବାଦ ଜିଲାର ୫୩ ଓ ୧୬ ନମ୍ବର ଜାତୀୟ ରାଜପଥ ଦେଇ ବେଆଇନ ଗାଡି ପରିବହନ ସୀମା ଲଂଘିଛି। ଅନ୍ୟପକ୍ଷେ ରାହାଡପୁର ପାହାଡ଼ ପାଦଦେଶରେ ଥିବା ଏକାଧିକ ମେଗା କ୍ରଶରର ପଥର ଗୁଣ୍ଡ ଯୋଗୁ ନିକଟରେ ଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପ ପ୍ରଭାବିତ ହେଉଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଟିଓ ଲାଲମୋହନ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତ ବେଆଇନ ପରିବହନ ଉପରେ ବିଭାଗ ସତର୍କ ଦୃଷ୍ଟି ଦେଇଛି। ସମସ୍ତ ଗାଡି ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନା ଆଦାୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

ନଗ୍ନ ଭିଡିଓ ଜାଲରେ ଫସାଇ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି…

ଧର୍ମଶାଳା,୧୪ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପୋବଳ ଗାଁର ମୁଖ୍ୟ ସାଇବର ଠକେଇର ଅଭିଯୁକ୍ତ ସରୋଜ ଜେନାଙ୍କୁ କଟକ ସାଇବର ପୋଲିସ…

ସର୍ଟ ସର୍କିଟ ଯୋଗୁଁ ଚଳନ୍ତା କାରରେ ଲାଗିଗଲା ନିଆଁ, ଡ୍ରାଇଭର ଦୌଡି ଯାଇ…

ଧର୍ମଶାଳା,୧୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥର ସଙ୍କାରିଢିଅ ଫ୍ଲାଏ ଓଭର ବ୍ରିଜ ଉପରେ ଦୁର୍ଘଟଣା । ଏକ…

ଓଭରବ୍ରିଜ୍‌ ଉପରୁ ଖସିଲା ଆଖୁ ବୋଝେଇ ଟ୍ରକ୍‌, ଗାଡ଼ି ତଳେ କେହି ଫସିରହିଥିବା ସନ୍ଦେହ

ଧର୍ମଶାଳା,୧୨।୨(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଆର୍‌ଟିଓ କାର୍ଯ୍ୟାଳୟ ନିକଟରେ ଓଭରବ୍ରିଜ୍‌ ଉପରୁ ଏକ ଆଖୁ ବୋଝେଇ ଟ୍ରକ୍‌…

ଯାଜପୁରରେ ଭାରତ ବନ୍ଦର ପ୍ରଭାବ: ଏଆଇଟିୟୁସି କର୍ମୀଙ୍କ ରାସ୍ତା ଅବରୋଧ, କେନ୍ଦ୍ର ସରକାରଙ୍କ…

ଧର୍ମଶାଳା,୧୨ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ଷୋହଳ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ବିଭିନ୍ନ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଝୁଲିପଡିଲେ ସ୍ବାମୀ-ସ୍ତ୍ରୀ, ଅଷ୍ଟପ୍ରହରୀ ପୂଜା ସାରି ଶୋଇଥିଲେ, ହେଲେ…

ଧର୍ମଶାଳା,୧୦।୨(ଶିବପ୍ରସାଦ ମହାନ୍ତି): ଚାଲିଗଲା ଗୋଟିଏ ପରିବାରର ଦୁଇଟି ଜୀବନ । ଝୁଲନ୍ତା ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri