Posted inଫୁରସତ

ଚିନ୍ମୟ ଚିନ୍ତନ: ନିଜର ମାଲିକ ବାଛିଲେଣି କି

ଆପଣଙ୍କ କ୍ଷେତରେ ବୁଲାଗାଈଟିଏ ପଶିଗଲା। ଫସଲରୁ ଯାହା ଖାଇଲା ଖାଇଲା, ଦଳି ମନ୍ଥି ଗୁଡାଏ ନଷ୍ଟକଲା। ଖବର ପାଇ ଠେଙ୍ଗାଟିଏ ନେଇ ଆପଣ ଦୌଡିଲେ। ହାତ ପାହାନ୍ତାରେ ପଡିଗଲା ଗାଈଟି। ଆପଣ କ’ଣ କରିବେ? ଗାଈକୁ ରାଗରେ ପିଟିବେ ନା ଛାଡିଦେବେ?

ପ୍ରଥମ: ଗୁଡାଏ ଫସଲ ନଷ୍ଟ ହୋଇଥିବାର ଦେଖି ଆପଣ ନିର୍ଘାତିଆ ପ୍ରହାର କରିପାରନ୍ତି।

ଦ୍ୱିତୀୟ: ଛାଡ, ଗୋ-ମାତା ତ ଖାଇଲେ। ଯାହା ନଷ୍ଟ ହେଲା ହେଲା। କ’ଣ କେମିତି କରି ତାକୁ ବାହାରକୁ ବାହାର କରିଦେଲେ ଗଲା।

ତୃତୀୟ: ଉପରୋକ୍ତ ଭାବନାଟା ସମସ୍ତଙ୍କର ରହି ନ ପାରେ। କିନ୍ତୁ ଆପଣଙ୍କ ନଜରରେ ପଡିଗଲା ଯେ ଗାଈର ବେକରେ ପଘାଟିଏ ଅଛି। ତେଣୁ ତା’ର ମାଲିକ କେହି ଜଣେ ନିଶ୍ଚେ ଅଛନ୍ତି। ତେଣୁ ତାକୁ ପ୍ରହାର ନ କରି ଧରି ଗୋଟିଏ ଖୁଣ୍ଟରେ ବାନ୍ଧି ଦିଆଯାଉ। ତା’ ମାଲିକ ନିଶ୍ଚେ ଆସିବ। ତା’ ସହିତ ଜବାବ ସୁଆଲ ହେବ।

ଉପରୋକ୍ତ ଘଟଣାରେ ଗାଈ ସହ ଏହି ତିନିଗୋଟି ପରିସ୍ଥିତି ହିଁ ସୃଷ୍ଟି ହେବ। ଏଇଠି ଗୋଟିଏ କଥା ଲକ୍ଷ୍ୟ କରନ୍ତୁ ପାଠକେ! ବେକରେ ପଘା ନ ଥିବା ଗାଈ ଏବଂ ପଘା ଥିବା ଗାଈ ପ୍ରତି ଆପଣଙ୍କ ଦୃଷ୍ଟିଭଙ୍ଗି ଏକ ନା ଅଲଗା? ନିଶ୍ଚିତ ଭାବେ ଅଲଗା ରହିବ। ପଘା ନ ଥିବା ଗାଈକୁ ଯେତେ ପିଟୁଛ ପିଟି ଚାଲ। କିନ୍ତୁ ପଘା ଥିବା ଗାଈକୁ ପ୍ରହାର କରିବା ବେଳେ ଟିକେ ଭାବିଚିନ୍ତି କରିବାକୁ ପଡିବ। କାରଣ ତା’ର ମାଲିକ ଜାଣିଲେ, କିଏ ନ ଜାଣେ ଯେ ସେ ପ୍ରହାର କରିଥିବା ଲୋକର ଚୋପା ଛଡେଇ ନ ଦେବ ବୋଲି। ଆଜିକାଲି ତ ପଶୁପକ୍ଷୀଙ୍କୁ ଅତ୍ୟାଚାର ନେଇ କେତେ କ’ଣ ନିୟମକାନୁନ ସୃଷ୍ଟି ହେଲାଣି। ଜେଲ୍‌ ଯିବା ବି କିଛି ଅସମ୍ଭବ ନୁହେଁ।
ପାଠକେ! ଏ ସଂସାରରେ ଯାହାର ମାଲିକ କେହି ନାହାନ୍ତି ତା’ର ଜୀବନ ହେଉଛି ପିଟାଳିଆ ଜୀବନ। ମାଲିକ ଥିଲେ ଜୀବନଟା ସୁନ୍ଦର। ଏ ମାଲିକ ଆମ ବାପା-ମା’ ହୋଇପାରନ୍ତି। ବାପା, ମା’ ନ ଥିଲେ କେହି ଅଭିଭାବକ ହୋଇପାରନ୍ତି। ଏସବୁ ହେଲା ସଂସାରର କଥା। କିନ୍ତୁ ଆଧ୍ୟାତ୍ମିକ ଦୁନିଆରେ ଗୁରୁ ବା ଈଶ୍ୱର ହେଉଛନ୍ତି ମାଲିକ। ସାଂସାରିକ ଦୁନିଆଁର ତଥାକଥିତ ମାଲିକମାନେ ବେଳେ ବେଳେ ମାଲିକତ୍ୱ ପଣିଆର ପରୀକ୍ଷାରେ ଫେଲ୍‌ ହୋଇଯାଇପାରନ୍ତି, କିନ୍ତୁ ଆମର ଅସଲ ମାଲିକ ଯିଏ ଗୁରୁ ବା ଭଗବାନ୍‌, ସେ କିନ୍ତୁ ସବୁବେଳେ ଆମ ପଛରେ ହିମାଳୟ ପ୍ରାଚୀର ପରି ଠିଆ ହୋଇ ସୁରକ୍ଷା ଦେଉଥିବେ, ଯଦି ଆମର ବିଶ୍ୱାସ ଓ ଭକ୍ତି ସେହି ପରିମାଣରେ ଥାଏ। ଗାଈ ବେକରେ ପଘା ଯାହା, ଗୁରୁ ଆମପାଇଁ ଠିକ୍‌ ସେୟା। ଜୀବନରେ ଗୁରୁ ଗ୍ରହଣ କରିବା ଦରକାର। ତାଙ୍କ ପ୍ରଦର୍ଶିତ ମାର୍ଗରେ ଜୀବନ ଚାଲିବା ଦରକାର। ଭାଗବତରେ ଲେଖାଅଛି-ଏ ନାବେ ଗୁରୁ କର୍ଣ୍ଣଧାର। ମୁହଁି ଅନୁକୂଳ ସମୀର।

କେହି ଯଦି କହିବେ ଆମେ ଗୁରୁ ଫୁର କରିବୁ ନାହିଁ। ରାମ, କୃଷ୍ଣ, ହନୁମାନ, ଜଗନ୍ନାଥ, ଶିରିଡିସାଇ, ଶାରଳା, ମଙ୍ଗଳା, କାଳୀ ଆଦି ଦେବଦେବୀଙ୍କୁ ଇଷ୍ଟ ମାନି ଚାଲିବୁ। ଠିକ୍‌ ଅଛି, ସେଇୟା କରି ବାଟ ଚାଲିବା ଆଗ ଆରମ୍ଭ କଲେ। ତା’ ପରେ ଦେଖିବା ଗୁରୁ ଆସୁଛନ୍ତି ନା ନାହିଁ। ଆଗ ଯାତ୍ରାଟି ଆରମ୍ଭ ହୋଇଯାଉ। କିନ୍ତୁ ସାବଧାନ! ଏମାନଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ନିଜର ମାଲିକ ବାଛନ୍ତୁ। ନଚେତ ନେତା ଦଳବଦଳ କରିବା ପରି ଆଜି ହନୁମାନ ତ କାଲି ଗୋଜବାୟାଣୀ, ଏପରି କଲେ ହଇରାଣରେ ପଡିବା ନିଶ୍ଚିତ। ଗୋଟିଏ ଜୀବନ ଗୋଟିଏ ମାଲିକ। ନିଜର ସବୁ ଦୁଃଖ ସୁଖ, ମାନ ଅଭିମାନକୁ ସଂସ୍କୃତ ହେଉ, ହିନ୍ଦୀ ହେଉ କି ଇଂଲିଶ, ଆରେ ଭାଇ ଖାଣ୍ଟି ଓଡ଼ିଆ ଭାଷାରେ କହିଲେ ବି ସେ ବୁଝିବେ। ମନ୍ତ୍ରର କୌଣସି ଆବଶ୍ୟକତା ନାହିଁ କି ନିର୍ଦ୍ଦିଷ୍ଟ କୌଣସି ଭାଷା ବି ଜରୁରୀ ନୁହେଁ। କିନ୍ତୁ ମନେରଖନ୍ତୁ ସମସ୍ତଙ୍କର ମାଲିକ କିନ୍ତୁ ରହିବା ଦରକାର ଜରୁରୀ।

ଗାଈଟିଏ ବଣରେ ବାଟ ଭୁଲିଗଲା। ଘରକୁ କେମିତି ଫେରିବ ବୋଲି ଚିନ୍ତା କଲାବେଳେ ବାଘ ହାବୁଡରେ ପଡିଗଲା। ବାଘ ଗୋଡାଇଲା ଗାଈକୁ। ଦୌଡି ଦୌଡି ଗାଈଟି ପଶିଗଲା ଏକ ପୋଖରୀ ଭିତରକୁ। ବାଘ ବି ଲମ୍ଫ ଦେଲା ପଛେ ପଛେ। ପୋଖରୀରେ ପାଣି କମ୍‌ , ପଙ୍କ ଅଧିକ। ପଙ୍କରେ ଲୋଟି ହୋଇ ବାଘ ଗାଈକୁ ଧରିବା ପାଇଁ ସତତ ଉଦ୍ୟମରତ। କିନ୍ତୁ ପାରୁ ନ ଥାଏ। ଅଳ୍ପ ଅଳ୍ପ ଦୂରତାରୁ ଗାଈ ଖସି ଯାଉଥାଏ ବାଘ ପାଖରୁ। ରବି ଅସ୍ତାଚଳକୁ ଗଲେ। ସନ୍ଧ୍ୟା ମାଡି ଆସିଲା। ଏବେ ଗାଈ କହିଲା ବାଘକୁ-ବାବୁରେ, ତୁ ମୋତେ ଆଉ ଖାଇ ପାରିବୁ ନାହିଁ। ‘କାରଣ’-ବାଘ ପଚାରିଲା। କାରଣ ହେଉଛି ଏଇୟା ଯେ ମୋର ମାଲିକ ଅଛନ୍ତି। ସନ୍ଧ୍ୟା ହେଲାଣି। ମୋର ଗୁହାଳକୁ ନ ଫେରିବା ଦେଖି ସେ ନିଶ୍ଚେ ଦୁଇ ଚାରି ଲୋକ ନେଇ ଠେଙ୍ଗା ଧରି ବଣକୁ ଆସିବେ। ତୋତେ ଠେଙ୍ଗେଇବେ। ମୋତେ ଧରି ଘରକୁ ନେବେ।
ଶେଷରେ ଠିକ୍‌ ସେଇୟା ହିଁ ହେଲା।

ପାଠକେ! ଏଠି ଗାଈ ହେଉଛି ଏକ ସମର୍ପିତ ହୃଦୟ। ବାଘ ଅହଂକାର। ପଙ୍କ ହେଉଛି ଜଞ୍ଜାଳ। ମାଲିକ ହେଉଛନ୍ତି ଗୁରୁ ବା ପରାମାତ୍ମା-ଯାହା କୁହ।

ଗୁରୁ ଯଦି ଜୀବନର ମାଲିକ ହେବ, ତେବେ ଜୀବନ ଲାଲେଲାଲ। ଯେଉଁମାନେ ମାଲିକଙ୍କୁ ଧରିଛନ୍ତି, ଆପଣମାନଙ୍କୁ ନମସ୍କାର, ପ୍ରଣାମ, ଦଣ୍ଡବତ। ଯେଉଁମାନେ ଅଦ୍ୟାବଧି ମାଲିକ ବାଛି ନାହାନ୍ତି, ଏବେ ଏଇ ମୁହୂର୍ତ୍ତରୁ ମାଲିକ ବଛା କାର୍ଯ୍ୟ ଆରମ୍ଭ ହେଉ।

-ଶ୍ରୀ ସନ୍ନ୍ୟାସୀ
-ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri