Posted inଫୁରସତ

ଚିନ୍ମୟ ଚିନ୍ତନ: ଈଶ୍ୱରଙ୍କ ଗଣିତ

ଆମେମାନେ ଦୁନିଆରେ ଦେଖୁ ଯେ, ଯେଉଁମାନେ ଧନୀ ସେମାନଙ୍କର ଧନ ଦିନକୁ ଦିନ ବଢ଼ୁଛି। ରୋଗ, ଦୁଃଖ, ବିପଦ ଆଦି ଖୁବ୍‌ କ୍ୱଚିତ୍‌ ସେମାନଙ୍କର ଥାଏ। କିନ୍ତୁ ଯେଉଁମାନେ ଦିନକୁ ଦି ଓଳି ଖାଇବାକୁ ମୁଠାଏ ପାଆନ୍ତି ନାହିଁ, ସେମାନଙ୍କ ଉପରେ ବହୁ ବିପଦ। ଏମିତିରେ ଫଟା ଅଧୁଲିଟିଏ ନ ଥିବ ତେଣେ ପୁଅ ଆକ୍ସିଡେଣ୍ଟରେ ପଡିବଣି, ସ୍ତ୍ରୀର ବ୍ଲଡପ୍ରେସର, ନିଜର ହେଭି ଡାଇବେଟିସ୍‌, ନିଜର ଏକମାତ୍ର ସୁନ୍ଦରୀ ଝିଅକୁ ତେଣେ କୋଉ ଲଫଙ୍ଗା ଟୋକା ନେଇ ପଳାଇଲାଣି, ଏଣେ ଥାନାରେ ଏଫ୍‌ଆଇଆର୍‌ ଦେଲେ ପୋଲିସ ଶୁଣୁନି। କୋର୍ଟକୁ ଯିବାକୁ ପଇସା ନାହିଁ-ଏମିତି କେତେ ଦୁଃଖ ଜଞ୍ଜାଳ ଭିତରେ ଘାଣ୍ଟି ଚକଟି ହେଉଥାଏ ଗରିବ ମେହନତି ମଣିଷଟିଏ।
ଅନେକ ସମୟରେ ସନ୍ନ୍ୟାସୀ ଭାବେ, ଆଉ ଆପଣମାନେ ବି ଭାବୁଥିବେ ଯେ ବୋଝ ଉପରେ ନଳିତା ବିଡା ପରି ଦୁଃଖୀଟିଏ ଏତେ ଦୁଃଖ ପାଏ କାହିଁକି? ଅନ୍ୟପକ୍ଷରେ ଧନ ଉପରେ ଧନ ପାଇ ଧନୀଟିଏ ଆରାମରେ ବୁଲୁଥାଏ। କେବଳ ସୁଖ ଆଉ ସୁଖ।

ହେଲେ ପାଠକେ, ମନେ ରଖିବା ଦରକାର ଯେ ମଣିଷର ହିସାବ କିତାବରେ ଗୋଳମାଳ ହୋଇପାରେ କିନ୍ତୁ ଈଶ୍ୱରଙ୍କ ହିସାବ ପୂରା ପକ୍କା। ସେ କାହାକୁ ଗରିବ କରିବେ, କାହାକୁ ଧନୀ କରିବେ, କାହାକୁ ଧନୀରୁ ଗରିବ ବା ଗରିବରୁ ଧନୀ କରିବେ-ଏ କଥା ଆମ ଅପେକ୍ଷା ତାଙ୍କୁ ବେଶି ଜଣା। ଆମ ମନ ବୁଝେନା ବୋଲି ଆମେ କାହା ଦୁଃଖ ଦେଖି କାନ୍ଦୁ ବା କାହା ସୁଖରେ ଖୁସି ହେଉ।
ହେଲେ ମନରେ ପ୍ରଶ୍ନ ଉଠେ ଅସଲରେ ଈଶ୍ୱର ଏମିତି କରନ୍ତି କାହିଁକି? ଦୁଃଖ ପାଉଥିବା ଲୋକଟି ଈଶ୍ୱରଙ୍କ ହିଡ ହାଣି ଦେଇଥାଏ ନା ସୁଖୀ ଲୋକଟା ଈଶ୍ୱରଙ୍କ ଘରେ ପନିପରିବା, ଘିଅ,ମହୁ କିଛି ଲାଞ୍ଚ ଦେଇ ଆସିଥାଏ? କଳିଯୁଗର ବହେ ଲାଞ୍ଚୁଆ ଲୋକଙ୍କ ପରି କ’ଣ ଈଶ୍ୱରଙ୍କ ଚରିତ୍ର ?

ପାଠକେ, ଏହା ଏକ ବିରାଟ ପ୍ରଶ୍ନ। ଏହାର ଉତ୍ତର ଖୋଜି ବସିଲେ ଗୋଟିଏ ବଡ଼ ବହି ହେବ। ଏହି ସଂକ୍ଷିପ୍ତ ସ୍ଥାନରେ ବର୍ଣ୍ଣନା ସମ୍ଭବ ନୁହେଁ। ତଥାପି ଅନେକଗୁଡ଼ିଏ ଉତ୍ତର ମଧ୍ୟରୁ କେବଳ ଗୋଟିଏ ଉତ୍ତର ବାବଦରେ ଆମେ ଆଜି ଶୁଣିବା।
ଗପଟିଏ ଶୁଣିବା ହୁଅନ୍ତୁ।

ଦୁଇଜଣ ବାଟୋଇ ଏକ ଦୂର ଜାଗାକୁ ଯାଉଥିଲେ। ବେଳ ବୁଡ଼ିଗଲା। ଦୁଇଜଣ ଯାକ ଯାଇ ଗୋଟିଏ ମନ୍ଦିର ବେଢ଼ାରେ ରାତ୍ରିଯାପନ କଲେ। କିଛି ସମୟ ପରେ ତୃତୀୟ ଜଣେ ବାଟୋଇ ଆସି ସେ ମନ୍ଦିରରେ ପହଞ୍ଚିଲେ। ରାତ୍ରି ଭୋଜନ ସମୟ ଉପଗତ ହେଲା। ପ୍ରଥମ ବାଟୋଇ ପାଖରେ ୩ଟି, ଦ୍ୱିତୀୟ ବାଟୋଇ ଝୁଲାରେ ୫ଟି -ଏମିତି ୮ଟି ରୁଟି ଥିଲା। ତୃତୀୟ ବାଟୋଇ ପାଖରେ କିଛି ନାହିଁ। ଦୁଇଜଣ ଖାଇବେ। ଆଉ ଜଣେ ଉପାସରେ ଶୋଇବ। ଏହା କ’ଣ କଥା ଅବସ୍ଥା?

ପ୍ରଥମ ବାଟୋଇ କହିଲା-ରୁଟି ୮ଟିକୁ ବାଟୋଇ ୩। ଜଣଙ୍କ ପିଛା ୨ ପଟ ଲେଖାଏଁ ବାଣ୍ଟିଲେ ବଳିପଡୁଛି ୨ଟି। ୟାକୁ ପୁଣି କେମିତି ବାଣ୍ଟିବା?
ତୃତୀୟ ବାଟୋଇ, ସିଏ ତା’ର ଚୁପଚାପ ହୋଇ ବସିଥାଏ। ତା ପାଖେ ତ ଖାଇବାକୁ ନାହିଁ। ସିଏ ଆଉ କ’ଣ କରିବ। ସେ କେବଳ ପ୍ରାର୍ଥନା କରୁଥାଏ। ୟେ ଦୁଇ ବାଟୋଇ ଏଣେ ଚିନ୍ତା କରୁଥାନ୍ତି-ରୁଟି କେମିତି ସମାନ ସମାନ ଭାଗରେ ବାଣ୍ଟିବେ।
ବହୁ ଚିନ୍ତା କଲାପରେ ଦ୍ୱିତୀୟ ବାଟୋଇ ମଗଜରେ ଗୋଟିଏ ଆଇଡିଆ ପଶିଲା। ସେ ପ୍ରତ୍ୟେକ ରୁଟିକୁ ୩ଟି ଖଣ୍ଡରେ ବିଭକ୍ତ କଲା। ଏମିତିରେ ୮ଟି ରୁଟିକୁ ୨୪ ଖଣ୍ଡ ହେଲା। ଖାଇବା ବାଲା ୩। ତେଣୁ ଜଣଙ୍କ ପିଛା୮ ଖଣ୍ଡ ରୁଟି ପଡିଲା। ଏଥିରେ କେହି ଖୁସି ହେବାର ନାହିଁ କି କେହି ଦୁଃଖ କରିବାର ନାହିଁ।

ଭୋଜନ ନିମନ୍ତେ ତୃତୀୟ ବାଟୋଇକୁ ନିମନ୍ତ୍ରଣ କଲେ ଅନ୍ୟ ଦୁଇ ବାଟୋଇ। ଆନନ୍ଦରେ ଭୋଜନ କଲେ।
ରାତି ପାହି ଆସିଲା। ପ୍ରଥମ ବାଟୋଇ ଆଗେ ଉଠିଲା। ଦେଖିଲା ତୃତୀୟ ବାଟୋଇଟି କେତେବେଳୁ ଉଠି ଚାଲିଯାଇଛି। କିନ୍ତୁ ୮ଟି ସ୍ବର୍ଣ୍ଣ ମୁଦ୍ରା ରଖି ଦେଇଯାଇଛି। ଦ୍ୱିତୀୟ ବାଟୋଇ ବି ନିଦ ମଳମଳ କରି ଉଠିଲା। ଆଖି ଆଗରେ ସ୍ବର୍ଣ୍ଣମୁଦ୍ରା। ଚିଠିଟିଏ ପାଖରେ ପଡିଛି। ଲେଖାଅଛି ରାତ୍ରି ଭୋଜନ ପାଇଁ ଉପହାର।

ବାଟୋଇ ଦ୍ୱୟ ଆନନ୍ଦିତ। କିନ୍ତୁ ପରେ ଆରମ୍ଭ ହେଲା ମନୋମାଳିନ୍ୟ। ପ୍ରଥମ ବାଟୋଇ କହିଲା -ମୋର ୪ଟିକୁ ତୁମର ୪। ସମାନ ଭାବରେ ବାଣ୍ଟିନେବା।

ଦ୍ୱିତୀୟ ବାଟୋଇ କହିଲା-ନା… ନା..। ସେମିତି ହେବନି। ମୁଁ ଦେଇଥିଲି ୫ଟି ରୁଟି। ତେଣୁ ମୁଁ ନେବି ୫, ତୁ ନେ ୩।
ହାତାହାତି ହେବାକୁ ଯାଉଥିଲେ। ମନ୍ଦିର ପୂଜକ ଆସି ପହଞ୍ଚିଗଲେ। ସବୁ କଥା ଶୁଣିଲେ। ଜଣେ କହୁଛି ୪-୪ ତ ଆଉ ଜଣେ କହୁଛି ୫-୩। ପୂଜକକୁ ୫-୩ ନ୍ୟାୟଟି ପସନ୍ଦ ହେଉଥିଲା। ହେଲେ ଏଥିରେ ଅନ୍ୟ ବାଟୋଇଟି ସହମତ ହେବନି। ଭଲା ସମାଧାନ କେମିତି ହେବ?

ପୂଜକ କହିଲେ-ହଉ ଠିକ୍‌ ଅଛି। ମୋତେ ସବୁତକ ସ୍ବର୍ଣ୍ଣମୁଦ୍ରା ଦେଇଦିଅ। ମୁଁ ରାତିରେ ଠାକୁରଙ୍କୁ ପଚାରି କାଲି ସକାଳେ ଆପଣଙ୍କୁ ନ୍ୟାୟ ଜଣାଇବି।

ରାତିରେ ପୂଜକଙ୍କୁ ସ୍ବପ୍ନାଦେଶ ହେଲା-ଶୁଣ, ଭାଗ ବଣ୍ଟୁଆର ୪-୪ କି ୫-୩ ନୁହେଁ, ତା ହେବ ୧-୭। ଅର୍ଥାତ ପ୍ରଥମ ବାଟୋଇ ପାଇବ ଗୋଟିଏ ଏବଂ ଦ୍ୱିତୀୟ ବାଟୋଇ ପାଇବ ୭ଟି ସ୍ବର୍ଣ୍ଣମୁଦ୍ରା।

ଈଶ୍ୱରଙ୍କ ନିର୍ଦ୍ଦେଶାନୁସାରେ ଠିକ୍‌ ସେମିତି ହିଁ ପୂଜକ ବାଣ୍ଟିଦେଲେ। ନ୍ୟାୟର ବିଶ୍ଳେଷଣ ଶୁଣିବା ପରେ ଦୁଇ ବାଟୋଇ ନିଜ ନିଜ ସ୍ବର୍ଣ୍ଣମୁଦ୍ରା ଗ୍ରହଣ ପାଇଁ ଏକରକମ ବାଧ୍ୟ ହେଲେ।

ପାଠକେ! ଆପଣମାନେ ଚିନ୍ତିତ ହୋଇପଡ଼ିବେଣି। ଏମିତି କ’ଣ ନ୍ୟାୟ ହେଲା ମ!! ସ୍ବର୍ଣ୍ଣମୁଦ୍ରାର ବଣ୍ଟନ ୪-୪ ହେଉ କି ୩-୫ ହେଉ, ଆମ ବିଚାରରେ କିଛି ଅସୁବିଧା ନ ଥିଲା। ହେଲେ ଈଶ୍ୱର କେଉଁ ତର୍କରେ ଜଣକୁ ଦେଲେ ଗୋଟିଏ, ଅନ୍ୟକୁ ଦେଲେ ୭ଟି!!
ଈଶ୍ୱର ଅବଶ୍ୟ ପୂଜକଙ୍କୁ ସବୁ ବୁଝାଇ ଦେଇଥିଲେ। ଏଠି କଥା ଉଠୁଛି-ଯିଏ ଯେତେ ଅନ୍ୟକୁ ଦାନ କରିଛି, ସିଏ ସେଇ ଅନୁପାତରେ ପ୍ରତିଦାନ ବି ପାଇଛି। ତିନି ବାଟୋଇକୁ ୨୪ ଖଣ୍ଡ ରୁଟି। ଜଣ ପିଛା ୮ ଖଣ୍ଡ ରୁଟି ଭାଗ ପଡିଲା। ଏବେ ଦେଖିବା ତୃତୀୟ ବାଟୋଇକୁ କିଏ କେତେ ଦାନ କରିଛି। ପ୍ରଥମ ବାଟୋଇ ପାଖରେ ୩ ପଟ ରୁଟି ଥିଲା। ଏହା ହେଲା ୯ ଖଣ୍ଡ। ଏଥିରୁ ସେ ନିଜେ ଖାଇଛି ୮ ଖଣ୍ଡ। ମାତ୍ର ଖଣ୍ଡିଏ ତୃତୀୟ ବାଟୋଇ ପତରକୁ ଯାଇଛି। ତେଣୁ ସେ ଗୋଟିଏ ସ୍ବର୍ଣ୍ଣମୁଦ୍ରା ପାଇବାକୁ ହକ୍‌ଦାର। ସେଇ ନ୍ୟାୟରେ ଦ୍ୱିତୀୟ ବାଟୋଇ ୭ଟି ସ୍ବର୍ଣ୍ଣମୁଦ୍ରା ପାଇଥିଲା।

ବନ୍ଧୁଗଣ। ଗପଟି ସରିଲା। ଆମ ହିସାବ ଠୁଁ ଈଶ୍ୱରଙ୍କ ହିସାବ ବେଶ୍‌ ନିଆରା ଆଉ ଠିକ ମଧ୍ୟ। ତେଣୁ ଗରିବକୁ ଆହୁରି ଗରିବ, ଧନୀକୁ ଢ଼େର ଧନୀ, ଦୁଃଖୀକୁ ମହାଦୁଃଖୀ ଆଦି କରିବାରେ ତାଙ୍କ ଗଣିତ କେବେ ବି ଭୁଲ ହୋଇ ନ ଥିବ। ଏହା ଶତ ପ୍ରତିଶତ ସତ୍ୟ।
-ଶ୍ରୀ ସନ୍ନ୍ୟାସୀ, ରାମନଗର,
ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri