ଚିନ୍ତାରେ କାକଟପୁର ବ୍ଲକ ଅଞ୍ଚଳର ଚାଷୀ: କରୋନାକୁ ନେଇ ତରଭୂଜକୁ ମୁହଁ ମୋଡୁଛନ୍ତି ଲୋକେ, ବିଲରେ ସଢୁଛି କଖାରୁ; ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୧୫।୪(ଡି.ଏନ୍‌.ଏ.): ପୁରୀ ଜିଲାର କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଶହଶହ ଏକର ଜମିରେ ପନିପରିବା ଚାଷ ହେଉଛି। କାକଟପୁର ବ୍ଲକର କାକଟପୁର, ଅନନ୍ତପୁର, ନରଣପୁର, ଓଥକା, ସିଙ୍ଗାପଦା, ଗୋରଡି ତୋଟା, ଲତାହରଣ, ନାଶିକେଶ୍ୱର ଆଦି ଅଞ୍ଚଳରେ ହଜାର ହଜାର ଚାଷୀ ପନିପରିବା ଚାଷ କରି ଜୀବିକା ଅର୍ଜନ କରୁଛନ୍ତି। ଏହି ବ୍ଲକର କଖାରୁ ଚାଷୀ ଏବେ କରୋନା ପାଇଁ କଲବଲ ହେଉଛନ୍ତି। ବିଲରେ ଚାଷ କରିଥିବା କଖାରୁ ବିକ୍ରି କରି ନ ପାରି ମୁଣ୍ଡରେ ହାତ ଦେଇ ବସିଥିବା ଦେଖିବାକୁ ମିଳୁଛି। ଏହି ଅଞ୍ଚଳର ଚାଷୀମାନେ ଡିସେମ୍ବର ଓ ଜାନୁଆରୀମାସରେ କଖାରୁ ଚାଷ ଆରମ୍ଭ କରିଥିଲେ। ଏବେ କଖାରୁ ଅମଳ ସମୟ। ଅନେକ ଚାଷୀ ୧ଗୁଣ୍ଠରୁ ୧୩ ଗୁଣ୍ଠ ପର୍ଯ୍ୟନ୍ତ ଜମିରେ କଖାରୁ, ତରଭୁଜ ଚାଷ କରିଛନ୍ତି। କିଛି ଚାଷୀଙ୍କର ୨୫ରୁ ୫୦ କୁଇଣ୍ଟାଲ ପର୍ଯ୍ୟନ୍ତ କଖାରୁ ଅମଳ ହୋଇଥିବା ବେଳେ କରୋନା ଡରରେ ଗ୍ରାହକ ତରଭୁଜକୁ ମୁହଁ ମୋଡୁଥିବା ବେଳେ ତରଭୁଜ ବିଲରେ ସଢିବାକୁ ବସିଲାଣି। ଛୋଟ ଛୋଟ ଚାଷୀମାନେ ହାଟବଜାରରେ ଖୁଚୁରା ବେପାର କରି ବେଶ ଦୁଇ ପଇସା ରୋଜଗାର କରିବାକୁ ଆଶା ବାନ୍ଧିଥିଲେ। ତେବେ କରୋନା ପାଇଁ ସେମାନଙ୍କ ଆଶା ଆଶାରେ ରହିଯିବାକୁ ବସିଲାଣି। କେହି କେହି ଚାଷୀ ପାଚିଲା କଖାରୁ ଅମଳ କରି ଘରେ ରଖିଥିବା ବେଳେ ଆଉ କିଛି ଚାଷୀଙ୍କ କଖାରୁ ବିଲରେ ଗଡୁଛି। ଘରେ ଥିବା କଖାରୁ ପଚିବାକୁ ଆରମ୍ଭ କଲାଣି। ବିଲରେ ଗଡୁଥିବା ପାଚିଲା କଖାରୁକୁ ତୋଳିବା ପାଇଁ ଚାଷୀ ସାହାସ ଜୁଟାଇ ପାରୁନାହାନ୍ତି।

ପ୍ରକାଶ ଥାଉ, ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ଲକଡାଉନ ଅବଧି ବୃଦ୍ଧି ପାଇଁ କ୍ୟାବିନେଟ ନେବା ସାମାଜିକ ଦୂରତା କଟକଣା ପାଇଁ ସମସ୍ତ ସାମାଜିକ ଓ ସଂସ୍କୃତି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବାରୁ କଖାରୁ ବିକ୍ରି ଗୁରୁତର ବାଧାପ୍ରାପ୍ତ ହୋଇଛି। ପନିପରିବା ସଂରକ୍ଷଣ ପାଇଁ ସ୍ଥାନୀୟ ଅଞ୍ଚଳରେ କୌଣସି ଶୀତଳ ଭଣ୍ଡାର ବ୍ୟବସ୍ଥା ନ ଥିବାରୁ ଚାଷୀଙ୍କ ପାଇଁ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହୋଇଛି। ଆଗାମୀ ଦିନରେ କାକଟପୁରରେ ଏକ ମିନି ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ଚାଷୀ ସର୍ବଶ୍ରୀ ରମେଶ ଚନ୍ଦ୍ର ଦୀକ୍ଷିତ, ନରେନ୍ଦ୍ର ପାଇଟାଳ, ଜୟରାମ ଦାସ, ଗଙ୍ଗାଧର ରାଉତ ପ୍ରମୁଖ ସରକାର ତଥା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ବିଲ୍‌ ଆଦାୟରେ ଆଗୁଆ, ସେବାରେ ପଛୁଆ, ରାତିରେ ବିଦ୍ୟୁତ୍‌ ଗଲେ ମରାମତି ହେଉନି

ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍‌ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଯୁଦ୍ଧ ପ୍ରଭାବ: ଆମେରିକାରେ ଗ୍ୟାସ୍‌, ପରିବହନ ମହଙ୍ଗା

ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri