ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ପଦବୀ ଖାଲି; ବିଚାର ପ୍ରକ୍ରିୟାରେ ବିଳମ୍ବ

ବ୍ରହ୍ମପୁର ଅଫିସ,୭ା୧୧: ବ୍ରହ୍ମପୁର ଜିଲା କୋର୍ଟରେ ସ୍ବତନ୍ତ୍ର ଭାବେ ଓପିଆଇଡି କୋର୍ଟ ରହିଛି। ଦକ୍ଷିଣ ଓଡ଼ିଶାର ୧୦ ଜିଲା ପାଇଁ ଏହି କୋର୍ଟ ରହିଥିବା ବେଳେ ଏଠାରେ ଏବେ ବିଚାରପତି ପଦବୀ ଖାଲି ରହିଛି। ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ବିଚାରରେ ବିଳମ୍ବ ଘଟୁଛି। କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇବା ଆଶା ମଉଳି ଯାଇଛି। ରାଜ୍ୟ ସରକାର ଅନ୍ୟାନ୍ୟ କୋର୍ଟ ପାଇଁ ବିଚାରପତି ନିଯୁକ୍ତି କରୁଥିବା ବେଳେ ବ୍ରହ୍ମପୁରରେ ଥିବା ଓପିଆଇଡି କୋର୍ଟ ପ୍ରତି ଅଣଦେଖା କରୁଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ତେଣୁ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ବିଚାରପତି ପଦବୀ ପୂରଣ କରିବାକୁ ଓକିଲ ସଂଘ ସଭାପତି ରବି ପାଣିଗ୍ରାହୀ, ପୂର୍ବତନ ଯୁଗ୍ମ ସମ୍ପାଦକ କରୁଣାକର ପାଣିଗ୍ରାହୀ ଓ ଆଇନଜୀବୀ ରଘୁନାଥ ପ୍ରସଦ ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି। ବ୍ରହ୍ମପୁରରେ ଖୋଲାଯାଇଥିବା ସ୍ବତନ୍ତ୍ର ଓପିଆଇଡି କୋର୍ଟରେ ୧୦୧ ମାମଲା ବିଚାରାଧୀନ ରହିଛି। ଜମାକାରୀଙ୍କ କୋଟି କୋଟି ଟଙ୍କା ଠକେଇ କରିଥିବା ଚିଟଫଣ୍ଡ ମାଲିକମାନେ ବର୍ତ୍ତମାନ ମଣ୍ଡଳ କାରାଗାରରେ ରହିଛନ୍ତି। ଦୀର୍ଘଦିନ ଧରି ଚିଟଫଣ୍ଡ କୋର୍ଟରେ ଜଜ୍‌ ନ ଥିବାରୁ ମାମଲାଗୁଡିକର ବିଚାର ହୋଇ ନ ପାରି କେବଳ ତାରିଖ ପରେ ତାରିଖ ଧାର୍ଯ୍ୟ ହେଉଛି।
ସୂଚନାଯୋଗ୍ୟ, ଜୁଲାଇରୁ ଚିଟଫଣ୍ଡ ବିଚାରପତି ପଦବୀ ଖାଲିପଡିଛି। ନିକଟରେ ହାଇକୋର୍ଟ ବିଭିନ୍ନ କୋର୍ଟରେ ନୂତନ ଜଜ ନିଯୁକ୍ତି କରିଛନ୍ତି। କିନ୍ତୁ ବ୍ରହ୍ମପୁରରେ ଥିବା ଚିଟଫଣ୍ଡ କୋର୍ଟ ପାଇଁ କୌଣସି ଜଜ ନିଯୁକ୍ତି କରାଯାଇନାହିଁ। ଏ ଦିଗରେ ଦୃଷ୍ଟି ଦେଇ ଜଜ ନିଯୁକ୍ତି କରିବା ପାଇଁ ଜମାକାରୀ ଏବଂ ଓକିଲଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri