ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭଲପାଇ ବସିଥିଲେ ବୈଜୟନ୍ତୀ

ମୁମ୍ବାଇ: ବୈଜୟନ୍ତୀ ମାଲା ବାଲି। ୭୦ ଦଶକର ଆଗଧାଡିର ବଲିଉଡ୍‌ ନାୟିକା। ଆଜି ସେ ୮୩ ବର୍ଷରେ ପାଦ ରଖିଛନ୍ତି ସତ ହେଲେ ଏବେବି ସେ ଦର୍ଶକଙ୍କ ପାଇଁ ଅପାସୋରା ହୋଇରହିଛନ୍ତି। ଏହି ତାମିଲ କଳାକାର ମାତ୍ର ୧୩ ବର୍ଷ ବୟସରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ବେଳେ ସେ ଥିଲେ ଲକ୍ଷେ ଦିଲ୍‌ କି ଧଡକନ। କେତେଜଣ ନାୟକ ତାଙ୍କ ପ୍ରେମରେ ପଡିଥିବା ବେଳେ ସେ କିନ୍ତୁ ବିବାହ କରିଥିଲେ ଜଣେ ଡାକ୍ତରଙ୍କୁ। ନିମୋନିଆରେ ପୀଡିତ ଥିବା ବୈଜୟନ୍ତୀ ମାଲାଙ୍କୁ ଡା. ଚମନଲାଲ ବାଲି ଚିକିତ୍ସା କରୁଥିବା ସମୟରେ ବୈଜୟନ୍ତୀ ତାଙ୍କ ପ୍ରେମରେ ପଡିଥିଲେ। ଆଉ ମାର୍ଚ୍ଚ ୧୦, ୧୯୬୮ରେ ଉଭୟ ବିବାହ କରିଥିଲେ। ଏହି ପ୍ରେମ କାହାଣୀ ସମ୍ପର୍କରେ ଅନେକଙ୍କୁ ଜଣା ନ ଥିବ। ତେବେ ୧୯୫୧ରେ ବଲିଉଡ୍‌ ଦୁନିଆରେ ଫିଲ୍ମ ‘ବହାର’ ମାଧ୍ୟମରେ ବୈଜୟନ୍ତୀ ପାଦ ରଖିଥିଲେ। ଏହାପରେ ସେ ‘ନୂଆଦିଲ୍ଳୀ’, ‘ନୟାଦୋର’, ‘ଆଶା’ ଭଳି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ୧୯୬୪ରେ ଫିଲ୍ମ ‘ସଙ୍ଗମ’ରେ ବୈଜୟନ୍ତୀଙ୍କ ବୋଲ୍ଡ ଲୁକ୍‌ ଦେଖିବାକୁ ମିଳିଥିଲା। ଆଉ ଏଥିରେ ଥିବା ଗୀତ ‘ମେ କ୍ୟା କରୁ ରାମ ମୁଝେ ବୁଢା ମିଲଗୟା’ ଆଜିବି ଦର୍ଶକଙ୍କ ମନରେ ବସାବାନ୍ଧିଛି। ଆଉ ଫିଲ୍ମ ‘ଜୁଏଲ ଥିପ୍‌’ର ଗୀତ ‘ହୋଁଟୋ ପେ ଏସି ବାତ୍‌’ ଆଜିବି ଦର୍ଶକେ ଗୁଣୁଗୁଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri