ଚାଷ ଉଜାଡୁଛି ପଥର କ୍ୱାରି, କ୍ରଶର

ନନ୍ଦପୁର,୧୯।୪(ଡି.ଏନ୍‌.ଏ.): ନନ୍ଦପୁର ବ୍ଲକ ଘାଗ ଗ୍ରାମ ନିକଟରେ ଏକ ପଥର କ୍ୱାରି ସହ କ୍ରସର ଚାଲୁଥିବା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜୁଥିବା ସ୍ଥାନୀୟ ଗ୍ରାମବାସୀ ଗତ ରବିବାର ନନ୍ଦପୁର ଥାନାରେ ଏତଲା ଦେଇଛନ୍ତି। ପ୍ରତିଦିନ ବ୍ଲାଷ୍ଟିଂ ଯୋଗୁଁ ଘର ଭିତ୍ତି ଦୋହଲିଯିବା ସହ କାନ୍ଥ ଫାଟି ଯାଉଛି। ଶବ୍ଦ ପ୍ରଦୂଷଣ ବଢ଼ିବାରେ ଲାଗିଛି। ପଥର ଗୁଣ୍ଡ ଉଡ଼ି ନିକଟସ୍ଥ ବଗିଚାର କାଜୁଚାଷ ନଷ୍ଟ ହେଉଛି। ଏଥିସହ ଜମି ଉପରେ ପଥର ଗୁଣ୍ଡ ପଡ଼ିବାରୁ ଦୁଇବର୍ଷ ହେଲା ଚାଷ ପ୍ରଭାବିତ ହେଉଛି। ବର୍ଷା ହେଲେ ଏହି ପଥର ଗୁଣ୍ଡ ବୋହିଯାଇ ପ୍ରାୟ ୩୦୦ ଏକର ଜମିକୁ ଚାଷ ଅନୁପଯୋଗୀ କରିବା ପରିସ୍ଥିତି ସୃଷ୍ଟି ହେଲାଣି। ଏହି ସମସ୍ୟା ବିଷୟରେ ଖାଦାନ କର୍ମଚାରୀଙ୍କୁ ଜଣାଇଲେ ସେମାନେ ହତ୍ୟା ଏବଂ ଗାଁକୁ ବ୍ଲାଷ୍ଟ କରିଦେବା ଧମକ ଦେଉଛନ୍ତି। ଏ ବିଷୟ ଏତଲାରେ ଉଲ୍ଲେଖ କରିଛନ୍ତି ଗ୍ରାମବାସୀ। ଦୁଇ ବର୍ଷ ତଳେ ହୋଇଥିବା ଏହି ପଥର ଖାଦାନ ସହ କ୍ରଶରକୁ ଆନ୍ଧ୍ରର ଏକ କମ୍ପାନୀ ପରିଚାଳନା କରୁଛି। ଏହି କ୍ରଶରକୁ ନେଇ ଅତୀତରେ ଅନେକ ଥର ଅଞ୍ଚଳବାସୀ ବିରୋଧ କରିଆସୁଛନ୍ତି। ବର୍ତ୍ତମାନ ମଧ୍ୟ ଏହାକୁ ନେଇ ବିରୋଧ ଲାଗି ରହିଛି। କିନ୍ତୁ ଯେଉଁମାନେ ସ୍ବର ଉତ୍ତୋଳନ କରୁଛନ୍ତି, ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଇ ଚୁପ୍‌ କରାଇ ଦିଆଯାଉଛି। ଗତ ବର୍ଷ ରାଜସ୍ବ ବିଭାଗକୁ ମଧ୍ୟ ଅନେକ ଥର ଅଭିଯୋଗ ଦିଆଯାଇଛି। କିନ୍ତୁ ଅଧିକାରୀମାନେ ଏହାକୁ ଚପାଇ ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପରିବେଶ ମଞ୍ଜୁରୀ ନ ଥାଇ ଉକ୍ତ ଖାଦାନ ଏବଂ କ୍ରଶର ଚାଲୁଥିବା ଅଭିଯୋଗ ପରେ ଗତ ବର୍ଷ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଏହାକୁ ସିଲ କରାଯାଇଥିଲା। ବର୍ତ୍ତମାନ ପୁଣି ସେହି ସମସ୍ୟା ନେଇ ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri