ଚାଇନାର ବିଶାଳ ବୁଦ୍ଧମୂର୍ତ୍ତିଁ: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା

ବେଜିଂ: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ବୌଦ୍ଧଧର୍ମର ପ୍ରବର୍ତ୍ତକ ବୁଦ୍ଧଦେବଙ୍କ ବିଶାଳ ପ୍ରତିମୂର୍ତ୍ତି ପର୍ଯ୍ୟଟକଙ୍କ ନିମନ୍ତେ ପୁଣି ଉନ୍ମୁକ୍ତ କରାଯାଇଛି। ୭୧ ମିଟର ଉଚ୍ଚ ଏହି ପ୍ରତିମୂର୍ତ୍ତି ବିଶ୍ୱରେ ସର୍ବବୃହତ୍‌। ୬ମାସ ଧରି ଏହାର ମରାମତି ଚାଲିଥିଲା। ତାଙ୍ଗ୍‌ ରାଜବଂଶର ଶାସନ କାଳ (୬୧୮-୯୦୭) ମଧ୍ୟରେ ୭୧୩ ଖ୍ରୀଷ୍ଟାବ୍ଦରେ ଲେଶାନ ପର୍ବତକୁ ଖୋଦନ କରି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଥିଲା। ଭାରତରୁ ବୌଦ୍ଧଧର୍ମର ଉଦ୍‌ଭବ ହୋଇଥିଲେ ହେଁ ଚାଇନାରେ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ହୋଇଥିଲା। ଏହି ପ୍ରତିମୂର୍ତ୍ତିରେ ଦାଗ ସୃଷ୍ଟିହେବା ସହିତ ଛାତି ଓ ତଳିପେଟ କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୮ ଅକ୍ଟୋବରରେ ମରାମତି କାର୍ଯ୍ୟ ଆରମ୍ଭ ହୋଇ ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଛି। ପର୍ଯ୍ୟଟକଙ୍କ ନିମନ୍ତେ ଏହାକୁ ଶୁକ୍ରବାର ପୁନର୍ବାର ଖୋଲାଯାଇଛି। ଏଥିପାଇଁ ଉଚ୍ଚ ମାନର ପ୍ରତିରୋଧୀ ପଦ୍ଧତି, ୩ଡି ଲେଜର ସ୍କାନିଂ ଏବଂ ଡ୍ରୋନ ଏରିୟଲ ସର୍ଭେ ଭଳି ଟେକ୍ନୋଲୋଜି ବ୍ୟବହାର କରାଯାଇଥିଲା। ୟୁନେସ୍କୋ ତାଲିକାରେ ଥିବା ଏହି ସାଂସ୍କୃତିକ ଐତିହାସିକ ପ୍ରତିମୂର୍ତ୍ତିରେ ଏକାଧିକ ଥର ମରାମତି କରାଯାଇଛି। ୨୦୦୧ରେ ଉକ୍ତ ପ୍ରତିମୂର୍ତ୍ତିକୁ ପରିଷ୍କାର କରାଯିବା ସହିତ ଫାଟ ମରାମତି ଏବଂ ଡ୍ରେନେଜ ପାଇପ ସ୍ଥାପନ କରିବାରେ ୨୫୦ ନିୟୁତ ୟୁଆନ୍‌ ଖର୍ଚ୍ଚ ହୋଇଥିଲା। ୨୦୦୭ରେ ମଧ୍ୟ ପ୍ରତିମୂର୍ତ୍ତି ଉପରେ ଅମ୍ଳବର୍ଷାଜନିତ କ୍ଷୟକ୍ଷତି ମରାମତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ଆମେରିକା-ଇରାନ ମଧ୍ୟରେ ବାତିଲ ହୋଇପାରେ ଶାନ୍ତି ଚୁକ୍ତି: ତେହରାନ ଏବେ କାହିଁକି ଦେଇଛି ଚେତାବନୀ? ଜାଣନ୍ତୁ…

ତେହରାନ,୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଦୁଇ ରାଷ୍ଟ୍ର…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫ା୫: ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରୁଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହଠାତ୍‌…

ଭାରତକୁ ଟାର୍ଗେଟ କରାଯାଇନି: ରୁବିଓ

ନୂଆଦିଲ୍ଲୀ,୨୫ା୫(ପି.ଟି.): ଭାରତ ଓ ଆମେରିକା ମଧ୍ୟରେ ବହୁପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବାକୁ ଯାଉଛି, ଯାହା ଉଭୟ ଦେଶ ପାଇଁ ଲାଭଦାୟକ ଏବଂ ସ୍ଥାୟୀ ହେବ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ଏମିତି ଘୋଷଣା କଲା ଇରାନ ଖୁସି ହୋଇଗଲା ସାରା ବିଶ୍ୱ, ଏଥର ଶେଷ ହେବ ଯୁଦ୍ଧ!

ନୂଆଦିଲ୍ଲୀ/ତେହରାନ,୨୪।୫: ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଏଲାହିଙ୍କ ଏକ ବିବୃତ୍ତି ଅନ୍ତର୍ଜାତୀୟ ରାଜନୀତିରେ ଏକ ନୂତନ ଆଲୋଚନାର ସୂତ୍ରପାତ କରିଛି।…

ଭାରତର ମାଷ୍ଟରଷ୍ଟ୍ରୋକ୍‌, ଅଡୁଆରେ ଚାଇନା

ନୂଆଦିଲ୍ଲୀ,୨୪।୫: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଭାରତ ସମେତ ବିଶ୍ୱବ୍ୟାପୀ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନା ଯୁଦ୍ଧଜାହାଜ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri