ଚତୁର୍ଥ ଆସନ କାହାର

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଦେଶର ୫୫ ରାଜ୍ୟ ସଭା ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ। ଏଥିଲାଗି ଆସନ୍ତା ୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି କ୍ରମରେ ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। କଂଗ୍ରେସ ସଦସ୍ୟ ରଞ୍ଜୀବ ବିଶ୍ୱାଳ, ବିଜେଡିର ସରୋଜିନୀ ହେମ୍ବ୍ରମ୍‌, ନରେନ୍ଦ୍ର କୁମାର ସ୍ବାଇଁ ଏବଂ କିଛି ମାସ ତଳେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ଆସନର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ ତାରିଖରେ ଶେଷ ହେବାକୁ ଯାଉଛି। ସଂଖ୍ୟାଦୃଷ୍ଟିରୁ ୩ଟି ଆସନରେ ବିଜେଡି ପ୍ରାର୍ଥୀ ସହଜରେ ନିର୍ବାଚିତ ହେବାକୁ ଥିବାବେଳେ ୪ର୍ଥ ଆସନ ମଧ୍ୟ ଶାସକ ଦଳ ସପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତଥାପି ବିଗତ ଦିନର ରାଜ୍ୟ ସଭା ରାଜନୀତିକୁ ଦେଖିଲେ, ଆଗକୁ କ’ଣ ହେବ ତାକୁ ନେଇ ବର୍ତ୍ତମାନଠାରୁ ଆକଳନ କରିବା କଷ୍ଟକର। ତେବେ ଭାଜପା କେନ୍ଦ୍ରୀୟ ନେତା କିନ୍ତୁ ଓଡ଼ିଶାର ଖାଲି ହେବାକୁଥିବା ୪ ଆସନରୁ ୨ଟି ଉପରେ ନଜର ଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ହେବାକୁ ଥିବା ୧୭ ରାଜ୍ୟ ମଧ୍ୟରୁ ଅନେକ ସ୍ଥାନରେ ଭାଜପା ସରକାରରୁ ହଟିଯାଇଛି। ସେହି ଅନୁଯାୟୀ ହିସାବ କଲେ ରାଜ୍ୟ ସଭା ନିର୍ବାଚନରେ ଭାଜପା ସଂଖ୍ୟା କମିବା ନିଶ୍ଚିତ। ତେଣୁ ଓଡ଼ିଶା ଭଳି ରାଜ୍ୟରୁ ୨ଟି ଆସନ ନେବାକୁ ଭାଜପା ଆଖି ପକାଇଥିବା ଚର୍ଚ୍ଚା ହୋଇଆସୁଛି।
ଅପରପକ୍ଷରେ ସଂଖ୍ୟା ଦୃଷ୍ଟିରୁ ରାଜ୍ୟ ସଭାରେ ଭାଜପା ଦୁର୍ବଳ ଥିବାରୁ ଅନେକ ପ୍ରସଙ୍ଗରେ ସମର୍ଥନ ପାଇଁ କ୍ଷୁଦ୍ର ଦଳଗୁଡିକ ଉପରେ ନିର୍ଭର କରୁଛି। ତେଣୁ ରାଜ୍ୟ ସଭାରେ ସଂଖ୍ୟା ବଢ଼ାଇବା ପାଇଁ ଭାଜପା ଦୀର୍ଘଦିନ ଧରି ଉଦ୍ୟମ ଚଳାଇ ଆସୁଛି। କିନ୍ତୁ ନିକଟରେ ଶେଷ ହୋଇଥିବା କେତେଗୁଡିଏ ରାଜ୍ୟର ଫଳାଫଳ ଦେଖିଲେ ଏଥର ରାଜ୍ୟ ସଭା ନିର୍ବାଚନରେ ଭାଜପାକୁ ଅଧିକ କ୍ଷତି ସହିବାକୁ ପଡିବ ବୋଲି ଆଲୋଚନା ହେଉଛି। କେତେଗୁଡିଏ ରାଜ୍ୟରେ ଶାସନ କ୍ଷମତାରେ ରହି ଆସୁଥିବା ଭାଜପା ଏବେ ବିରୋଧୀ ସ୍ଥାନକୁ ଖସି ଆସିଛି। ବିଗତ ଦିନରେ ଭାଜପାର ଅତ୍ୟନ୍ତ ସହଯୋଗୀ ଦଳଗୁଡିକ ବର୍ତ୍ତମାନ ବିରୋଧୀ ମେଳିରେ ଅଛନ୍ତି। ମହାରାଷ୍ଟ୍ରରେ ଭାଜପାର ସହଯୋଗୀ ଥିବା ଶିବସେନା ବର୍ତ୍ତମାନ ବିରୋଧୀ କଂଗ୍ରେସ ଏବଂ ଏନ୍‌ସିପି ସହ ହାତ ମିଳାଇ ସରକାର ଚଳାଉଛି। ଶିବସେନା ଲାଗି ଭାଜପା ବର୍ତ୍ତମାନ ପରମ ଶତ୍ରୁ ହୋଇ ଉଭାହୋଇଛି। ଏଠାରେ ୭ଟି ଆସନ ପାଇଁ ନିର୍ବାଚନ ହେବ। ଭାଜପା ଠାରୁ ସମ୍ପର୍କ ଛିହ୍ନ ହେବାପରେ ଶିବସେନା କଂଗ୍ରେସ ଏବଂ ଏନ୍‌ସିପି ସହଯୋଗରେ ଅଧିକ ଆସନ ହାତେଇବା ଲକ୍ଷ୍ୟରେ ରହିଛି। ସେହିପରି ଝାଡ଼ଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ସରକାର ଗାଦିରୁ ହଟି ବିରୋଧୀ ଭୂମିକା ତୁଲାଉଥିବାରୁ ସେହି ସ୍ଥାନଗୁଡିକରେ ମଧ୍ୟ ପୂର୍ବାପେକ୍ଷା କମ୍‌ ଆସନ ମିଳିବାର ସମ୍ଭାବନା ରହିଛି। ମହାରାଷ୍ଟ୍ର ବିଧାନମସଭାରେ ଭାଜପାର ୧୦୫ ବିଧାୟକ ଥିବାବେଳେ ଶିବସେନାର ୫୬, କଂଗ୍ରେସ ୪୪,ଏନ୍‌ସିପିର ୫୪ ଏବଂ ସ୍ବାଧୀନ ସମେତ ଅନ୍ୟ ଦଳର ୨୯ ବିଧାୟକ ଅଛନ୍ତି। ସେହିପରି ମଧ୍ୟ ପ୍ରଦେଶରେ ଭାଜପାର ୧୦୮, କଂଗ୍ରେସ ୧୧୫, ବିଏସ୍‌ପି ୨ ଏବଂ ଅନ୍ୟ ଦଳର ୫ଜଣ ବିଧାୟକ ଅଛନ୍ତି। ରାଜସ୍ଥାନରେ ଭାଜପାର ୭୩, କଂଗ୍ରେସ ୧୦୦, ବିଏସ୍‌ପି ୬, ସ୍ବାଧୀନ ୧୩ ଏବଂ ଅନ୍ୟ ଦଳର ୮ ବିଧାୟକ ଅଛନ୍ତି। ଛତିଶଗଡରେ କଂଗ୍ରେସର ୬୮ ବିଧାୟକ ଥିବାବେଳେ ଭାଜପାର ୧୫ ଏବଂ ଅନ୍ୟ ଦଳର ୭ଜଣ ସଦସ୍ୟ ଅଛନ୍ତି। ସେହିଭଳି ଝାଡଖଣ୍ଡ ବିଧାନସଭାରେ ଜେଏମ୍‌ଏମ୍‌ର ୩୦, କଂଗ୍ରେସ ୧୬, ଭାଜପା ୨୫, ଅନ୍ୟ ଦଳର ୧୦ଜଣ ବିଧାୟକ ରହିଛନ୍ତି।
ଏଭଳି ସ୍ଥିତିରେ ଯେଉଁ ରାଜ୍ୟରେ ଆସନ ହାତେଇ ପାରିବାର ଅଧିକ ସମ୍ଭାବନା ଅଛି, ତାକୁ ଭାଜପା କେବେହେଲେ ହାତଛଡ଼ା କରିବ ନାହିଁ। ଗତ ରାଜ୍ୟ ସଭା ନିର୍ବାଚନରେ ଓଡିଶାରୁ ଗୋଟିଏ ରାଜ୍ୟ ସଭା ଆସନ ଭାଜପା ବୁଝାମଣା ଭିତିରେ ନେବାପରେ ଏଥର ସମାନ ପ୍ରୟାସ କରିବ ବୋଲି କୁହାଯାଉଛି। ଓଡ଼ିଶାରେ ଖାଲି ହୋଇଥିବା ୪ ଆସନ ମଧ୍ୟରୁ ଭାଜପା ୨ଟି ନେବାକୁ ଦାବି କରୁଥିବା ଶୁଣିବାକୁ ମିଳୁଛି। ମାତ୍ର ଓଡ଼ିଶା ଚାହୁଁଥିବା ବିଧାନ ପରିଷଦ ବିଲ୍‌ ଲୋକ ସଭାରେ ଏବଂ ରାଜ୍ୟ ସଭାରେ ପାସ୍‌ କରାଇବାପରେ ଯାଇ ଏହା ସମ୍ଭବ ହୋଇପାରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଗତ ଶୀତ ଅଧିବେଶନରେ କେନ୍ଦ୍ର ସରକାର ବିଧାନ ପରିଷଦ ବିଲ୍‌ ପାସ୍‌ କରାଇ ଦେବାର ସମ୍ଭାବନା ଥିବାବେଳେ ଏପର୍ଯ୍ୟନ୍ତ କଲେନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉକ୍ତ ବିଲ୍‌କୁ ପାସ୍‌ କରାଇବା ଲାଗି ନିର୍ଦ୍ଦେଶ ଦେଇ ନ ଥିବାରୁ ତାହା କୁଆଡ଼େ ଅଟକି ରହିଛି ବୋଲି ସୂଚନା ମିଳିଛି। ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗଦେବା ଲାଗି ଓଡ଼ିଶା ଆସୁଥିବାରୁ ରାଜ୍ୟ ସଭା ଆସନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଶୁଣିବାକୁ ମିଳୁଛି। ଏସବୁ ମଧ୍ୟରେ ଭାଜପା ପକ୍ଷରୁ ଆୟୋଜନ କରାଯାଉଥିବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସପକ୍ଷରେ ହେବାକୁ ଥିବା ଜନସଭାରେ ଶାହା ଯୋଗଦେବାକୁ ଥିବାବେଳେ ତାଙ୍କ ଆଭିମୁଖ୍ୟ କ’ଣ ରହିବ ସେଥିରୁ ଅନେକ କିଛି ବାରି ହୋଇଯିବ ବୋଲି ମଧ୍ୟ କୁହାଯାଉଛି।
ସେପଟେ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ବିଧାନ ପରିଷଦ ବିଲ୍‌ କେନ୍ଦ୍ର ପାସ୍‌ ନ କରାଇବା ଏବଂ ଗତଥର ଆସନ ବୁଝାମଣା ଯୋଗୁ ବିଜେଡି ସମାଲୋଚନାର ଶିକାର ହେବା କାରଣରୁ ଏଥର ରାଜ୍ୟ ସଭା ଅଙ୍କ ବଦଳିବ। ଯେଉଁ ୩ଟି ଆସନରେ ବିଜେଡି ସଂଖ୍ୟା ଅନୁଯାୟୀ ଜିତିବା ସୁନିଶ୍ଚିତ ସେଥିରେ ଜଣେ ଉପକୂଳ ନେତା, ଜଣେ ଏସ୍‌ଟି, ଏସ୍‌ସି, ଓବିସି ନେତା, ଜଣେ ମହିଳାଙ୍କୁ ପ୍ରାର୍ଥୀ ହେବେ ବୋଲି ଗୁଞ୍ଜରଣ ହେଉଛି। ଅପରପକ୍ଷରେ ଏଭଳି ଜଣଙ୍କୁ ଚତୁର୍ଥ ପ୍ରାର୍ଥୀ କରାଯିବାର ମସୁଧା କରାଯାଉଛି, ଯାହାକୁ ବିରୋଧ କଲେ ଭାଜପା ଓଡ଼ିଶା ବିରୋଧୀ ଭାବେ ପରିଲକ୍ଷିତ ହୋଇପାରେ। ସେପଟେ ଗତ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା କିମ୍ବା ଟିକେଟ ପାଇ ନ ଥିବା ଅଧିକାଂଶ ଶାସକ ଦଳ ନେତା ରାଜ୍ୟ ସଭା ଯିବାକୁ ଏବେଠାରୁ ଦୌଡ଼ ଆରମ୍ଭ କରିଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri