ଚକ୍‌ମା ଦେଇ ଚମ୍ପଟ ମାରୁଛନ୍ତି ଅଭିଯୁକ୍ତ

ଅନୁଗୋଳ ଅଫିସ, ୭।୬ – ଅନୁଗୋଳ ଜିଲା ପୋଲିସ ହେପାଜତରୁ ବାରମ୍ବାର ଚମ୍ପଟ ମାରୁଛନ୍ତି ଅଭିଯୁକ୍ତ। ଗତ ଶୁକ୍ରବାର ଖସିଯାଇଥିବା ଜଣେ ଅଭିଯୁକ୍ତଙ୍କୁ ମିଶାଇ ୨ ବର୍ଷ ମଧ୍ୟରେ ଏପରି ୪ ଘଟଣା ଘଟିବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି କି ଅନେକ କ୍ଷେତ୍ରରେ ପୋଲିସ ପାଇଥିବା ସଫଳତାକୁ ମଧ୍ୟ ଏହା ପାଣିଚିଆ କରିଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।
୨୦୧୮ ମେ ୧୮ ତାରିଖରେ ଅନୁଗୋଳ କୋର୍ଟ ପରିସରରୁ ଚମ୍ପଟ ମାରିଥିଲେ ବହୁଚର୍ଚ୍ଚିତ କୁଶକିଳା ଡବଲ ମର୍ଡର ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତ। ପରିସ୍ରା ଯିବା ବାହାନାରେ କୋର୍ଟ ହାଜତ ଶୌଚାଳୟ ଆଜବେଷ୍ଟସ ଭାଙ୍ଗି ସେ ଫେରାର ହୋଇଯିବା ସେତେବେଳେ ଅନୁଗୋଳ ପୋଲିସ ପ୍ରଶାସନକୁ ଅଡ଼ୁଆରେ ପକାଇଥିଲା। ଏହି ଘଟଣାରେ ତୁରନ୍ତ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ତେବେ ୨୦୧୯ ଜାନୁୟରୀ ୫ରେ ସ୍ପେଶାଲ ସ୍କ୍ବାଡ୍‌ ଦେବଗଡ଼ ଜିଲାରୁ ଝସକେତନଙ୍କୁ ଗିରଫ କରିବାରେ ସଫଳତା ପାଇଥିଲା। ସେହିପରି ୨୦୧୯ ନଭେମ୍ବର ୨୭ରେ ଅନୁଗୋଳ ଥାନା ପରିସରରୁ ଜଣେ କୋଇଲା ମାଫିଆ ଖସି ଯାଇଥିଲେ। ଘଟଣାର ଦୁଇମାସ ପରେ ଅର୍ଥାତ୍‌ ୨୦୨୦ ଜାନୁୟାରୀରେ ସମ୍ପୃକ୍ତ କୋଇଲା ମାଫିଆଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ସେହିପରି ଜରପଡ଼ା ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଧରି ସାମଗ୍ରୀ ଜବତ ପାଇଁ ଅନୁଗୋଳ ଆସିଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ। ତାଙ୍କୁ ଏଯାଏ ପୋଲିସ ଗିରଫ କରିପାରି ନାହିଁ। ସେହିପରି ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅନୁଗୋଳ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ରବି ବେହେରା ଗତ ଶୁକ୍ରବାର କୋର୍ଟ ଚାଲାଣ ବେଳେ ଖସିଯାଇଥିବା ଜଣାପଡ଼ିଥିଲା। ତେବେ ରାତି ଅନିଦ୍ରା ହୋଇ ଖୋଜାଖୋଜି ପରେ ପୋଲିସ ଅଭିଯୁକ୍ତ ଜଣଙ୍କୁ ଶନିବାର ମାଡ଼ି ବସିଥିବା ସୂଚନା ମିଳିଛି। ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ବାରମ୍ବାର ପୋଲିସକୁ ଏପରି ସମାଲୋଚନାର ଶିକାର ହେବାକୁ ପଡ଼ୁଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଏସ୍‌ପି ଜଗମୋହନ ମୀନା କହିଛନ୍ତି, ଅଭିଯୁକ୍ତମାନେ ହେପାଜତରେ ଥିବାବେଳେ ପୋଲିସ କର୍ମଚାରୀ ଅଧିକ ସତର୍କ ତଥା ଦାୟିତ୍ୱବାନ ହେବା କଥା। କିନ୍ତୁ କର୍ତ୍ତବ୍ୟରେ ଅବହେଳା କାରଣରୁ ଏପରି ଘଟଣା ଘଟୁଛି। ତେଣୁ ଏ ଦିଗରେ ପୋଲିସକୁ ଅଧିକ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

 

ମାମୁଘରେ ଲୁଚିଥିଲେ, ଧରାପଡ଼ିଲେ

ଅନୁଗୋଳ କୋର୍ଟରୁ ଗତ ଶୁକ୍ରବାର ରାତିରେ ଖସିଯାଇଥିବା ବଳାତ୍କାର ଅଭିଯୁକ୍ତ ରବି ବେହେରାଙ୍କୁ ଶନିବାର ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। କୋର୍ଟରୁ ଖସିଯିବା ପରେ ଅଭିଯୁକ୍ତ ସାଇକେଲରେ ଢେଙ୍କାନାଳ ଜିଲାସ୍ଥିତ ମାମୁଘରକୁ ପଳାଇଯାଇଥିଲେ। ସେଠାରୁ ତାଙ୍କୁ ଗିରଫ କରାଯାଇଥିବା ଅନୁଗୋଳ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ କୋର୍ଟ ପରିସରରୁ ଚମ୍ପଟ ଅଭିଯୋଗରେ ନଂ. ୬୪୪/୨୦ରେ ଆଉ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ରବିଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଏସ୍‌ପି ଜଗମୋହନ ମୀନା ଦୁଇ ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri