Posted inଫୁରସତ

ଚକ୍‌ ଖଣ୍ଡକୁ ନୂଆ ଜୀବନ ଦେଉଛନ୍ତି ବଲରାଜ୍‌

ଆଜିକାଲିର ସମୟରେ ଧାନ, କାଠ, କାଗଜକୁ ଭଳିକି ଭଳି ରୂପ ନେଇ ନୂତନ କିଛି ସୃଷ୍ଟି କରୁଥିବା ଅନେକ ଆର୍ଟିଷ୍ଟ(କଳାକାର) ଦେଖିବାକୁ ମିଳେ। ହେଲେ ଚଣ୍ଡିଗଡ଼ର ଜଣେ ଶିକ୍ଷକ ଚକ୍‌ ଉପରେ କରୁଥିବା ନିଖୁଣ କଳାକୃତି ସମସ୍ତଙ୍କୁ ମୋହିତ କରୁଛି। ପାଞ୍ଚ ବର୍ଷ ଧରି ସେ ଏପରି କରିଆସୁଛନ୍ତି।

ଚଣ୍ଡିଗଡ଼ ସେକ୍ଟର-୨୧ ଅଞ୍ଚଳରେ ରୁହନ୍ତି ବଲରାଜ ସିଂହ। ସେ ପେସାରେ ଜଣେ ଶିକ୍ଷକ। ଆଇଏସ୍‌ ଦେବ ସମାଜ ସ୍କୁଲରେ ସେ ଶିକ୍ଷକତା କରୁଥିଲେ ହେଁ ନିଶା ତାଙ୍କର ଭିନ୍ନ। ଚକ୍‌ ଖଣ୍ଡକୁ ମଣିଷ ରୂପ ଦେବାରେ ସେ ମାହିର। ଏବେ ସେ ଏହି କଳାରେ ଅଭ୍ୟସ୍ତ ହୋଇଗଲେଣି।

ଏକ ସାକ୍ଷାତ୍‌କାରରେ ବଲରାଜ ତାଙ୍କ ମନକଥା କହିଥିଲେ। ଏକଦା ସେ ଜଣେ ବନ୍ଧୁଙ୍କ ସହ ଷ୍ଟାଫ୍‌ ରୁମ୍‌ରେ ବସିଥିଲେ। ସେହି ସମୟରେ ତାଙ୍କ ହାତରେ ଏକ କଲମ ଏବଂ ଚକ୍‌ ଥିଲା। କଥା ହେବା ସମୟରେ ସେ ଚକ୍‌ ଉପରେ କଲମରେ କିଛି ଆଙ୍କି ଚାଲିଥିଲେ। ମନ ଭିତରୁ ଆସୁଥିବା କଥାକୁ ସେ ଚକ୍‌ ଉପରେ ଥୋଇଥିଲେ। ଘଣ୍ଟାଏ ପରେ ସେ ଚକ୍‌ରେ ଜଣେ ମନୁଷ୍ୟର ପ୍ରତିଛବିକୁ ଦେଖିଥିଲେ। ତାଙ୍କ ବନ୍ଧୁ ମଧ୍ୟ ଏହାକୁ ଦେଖି ତାଙ୍କର ପ୍ରଶଂସା କରିବା ସହ ଏହି କଳା ଉପରେ କାମ କରିବାକୁ କହିଥିଲେ। ପରେ ସେ ଇଣ୍ଟରନେଟ୍‌ରେ ଏହି କଳା ବିଷୟରେ ଜାଣିବାକୁ ଖୋଜିଥିଲେ। ଶେଷରେ ଦକ୍ଷିଣ ଭାରତୀୟ ଲୋକେ ଏହା କରୁଥିବା ସେ ଜାଣିପାରିଥିଲେ।

ପ୍ରଥମେ ମୁହଁ ଆଙ୍କିବାକୁ ସହଜ ଲାଗୁଥିଲା। ହେଲେ ଶରୀରର ଅନ୍ୟ ଭାଗ ଆଙ୍କିପାରୁ ନ ଥିଲେ। ବେଳେବେଳେ ଚକ୍‌ ମଧ୍ୟ ଭାଙ୍ଗି ଯାଉଥିଲା। ମାତ୍ର ସେ ଗନ୍ତବ୍ୟ ପଥରୁ ଓହରି ଯାଇ ନ ଥିଲେ। ଚେଷ୍ଟା ଜାରି ରଖିବା ଯୋଗୁ ଶେଷରେ ସେ ଏହାକୁ ସମ୍ପୂର୍ଣ୍ଣ ଭାବେ ଶିଖି ପାରିଥିଲେ।

ଏବେ ବଲ୍‌ରାଜଙ୍କ ପାଖରେ ୩୫୦ରୁ ଅଧିକ କଲେକ୍ସନ ରହିଛି। ଗୁରୁ ନାନକଙ୍କଠାରୁ ଆରମ୍ଭ କରି ଶ୍ରୀକୃଷ୍ଣଙ୍କ ପର୍ଯ୍ୟନ୍ତ, ପ୍ରାୟ ସମସ୍ତଙ୍କ ଛବି ସେ ଚକ୍‌ ଖଣ୍ଡ ଉପରେ ଆଙ୍କିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri