ଘରେ ପଶି ସଶସ୍ତ୍ର ଡକାୟତି: ୭ ଲକ୍ଷର ସମ୍ପତ୍ତି, ନଗଦ ୨.୮୫ ଲକ୍ଷ ଲୁଟ୍‌

ରଣପୁର,୩୦ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାର ପାଇକସାହି ମଣିନାଗ ବାଇପାସ୍‌ ରାସ୍ତାରେ ଥିବା ସତ୍ୟନାରାୟଣ ସାହୁଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୧୨୦ଗ୍ରାମ ସୁନା ଓ ୭୦୦ଗ୍ରାମ ରୁପା ଅଳଙ୍କାର ସହିତ ନଗଦ ୨ଲକ୍ଷ ୮୫ ହଜାର ଟଙ୍କା ଲୁଟିନେଇଛନ୍ତି। ଲୁଟ୍‌ ଅଳଙ୍କାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ସତ୍ୟନାରାୟଣ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ସନ୍ଦେହରେ ସେହି ସାହିର ଜଣେ କାଠ ମିସ୍ତ୍ରିଙ୍କୁ ଥାନାରେ ଅଟକ ରଖିଛି।
ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତିରେ ୭ରୁ ୮ଜଣ ସଶସ୍ତ୍ର ଡକାୟତ ସତ୍ୟ ନାରାୟଣଙ୍କ ବାରିପଟ ପାଚେରି ଡେଇଁ ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ। ତାଙ୍କ ପରିବାର ଲୋକେ ନିଦ୍ରାରେ ଥିବାବେଳେ ସେହି ଘରେ ଥିବା ଗଡ୍‌ରେଜ ଆଲମିରା ଭାଙ୍ଗି ସେମାନେ ନଗଦ ୨ ଲକ୍ଷ ୮୫ ହଜାର ଟଙ୍କା, ସୁନା ଓ ରୁପା ଅଳଙ୍କାର ସହିତ ଘରକରଣା ଜିନିଷ ଲୁଟିନେଇଥିଲେ। ଶୋଇଥିବା ଘର ବାହାରପଟୁ ଶିକୁଳି ଦେଇଦେଇଥିଲେ। ପରେ ସେମାନେ ତାଙ୍କ ମା’ଙ୍କ ଘରେ ପଶି ଆଟାଚ୍‌ ଓ ଟ୍ରଙ୍କରେ ରଖାଯାଇଥିବା ମୂଲ୍ୟବାନ ସାମଗ୍ରୀ ଲୁଟିନେଇ ଫେରାର ହୋଇଯାଇଥିଲେ। ଏ ନେଇ ସତ୍ୟନାରାୟଣ ଥାନାରେ ଅଭିଯୋଗ କରିବା ପରେ ସକାଳୁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ ପାଇଁ ତାଙ୍କ ଘରେ ପହଞ୍ଚତ୍ଥିଲେ। ହେଲେ ଡକାୟତି ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ଅଭିଯୋଗ କ୍ରମେ ଥାନାରେ ୩୧/୨୦ରେ ମାମଲା ରୁଜୁ କରାଯାଇଛି।
ରଣପୁର ଥାନା ଅଞ୍ଚଳରେ ଚୋରି ଘଟଣା ସାଧାରଣ ଲୋକଙ୍କ ଚିନ୍ତାର କାରଣ ହୋଇଛି। ଗତ ତା୩୧ା୧୦ା୧୯ରିଖରେ ବ୍ଲକ କାର୍ଯ୍ୟାଳୟ ରାସ୍ତାରେ ଥିବା ରାଜକିଶୋର ଦାଶଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିଲା। ଲୁଟେରାମାନେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଫଳ ଶୂନ। ସେହିପରି ଆରଡା ଗ୍ରାମର ମଦନ ମୋହନ ମହାପାତ୍ର, ନରସିଂହପୁରର ସନାତନ ନାୟକ, ରଘୁନାଥପୁର (ନୂଆଗଁା) ଗ୍ରାମର ବିନ ବିଶ୍ୱାଳଙ୍କ ଘରୁ ସୋମବାର ବିଳମ୍ବିତ ରାତ୍ରିରେ ଲୁଟ୍‌ ହୋଇଥିବାବେଳେ ପୋଲିସ ଏ ଯାଏ ଲୁଟେରାଙ୍କ ଟେର୍‌ ପାଇନାହିଁ। ପୋଲିସ ଦ୍ୱାରା ରାତ୍ର ପାଟ୍ରୋଲିଂ କରାଯାଉ ନ ଥିବାରୁ ଦିନକୁ ଦିନ ରଣପୁର ଓ ଏହାର ଆଖପାଖ ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା କୁହାଯାଉଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri