ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନା: ସଫଳତା ଆଣୁଛି ହିତାଧିକାରୀଙ୍କୁ ଅର୍ଥ ପ୍ରୋତ୍ସାହନ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ମଜୁରି ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ବ୍ଲକ ଗୁଡ଼ିକୁ ରାଜ୍ୟ ସରକାର ପୁରସ୍କାର ଦେବା ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ବର୍ତ୍ତମାନ ସଫଳତା ଆଣିଥିବା ଶନିବାର ପଞ୍ଚାୟତିରାଜ ତଥା ଗୃହ ନିର୍ମାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ପ୍ରତାପ କହିଛନ୍ତି ଯେ, ଗତ ସେପ୍ଟେମ୍ବର ୨୬ ସୁଦ୍ଧା ଧାର୍ଯ୍ୟ ସମୟରେ ପ୍ରଥମ କିସ୍ତିର ଶତ ପ୍ରତିଶତ ଅର୍ଥ ପ୍ରଦାନ କରି ୬୦ଟି ବ୍ଲକ ପୁରସ୍କାର ଆକାରରେ ୩୮ ଲକ୍ଷ ଟଙ୍କା ପାଇଛି। ଏହି ସମୟରେ ୧ ଲକ୍ଷ ୬ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଥମ କିସ୍ତିର ସମସ୍ତ ଅର୍ଥ ମିଳିପାରିଛି ା ସେହିପରି ଆସନ୍ତା ନଭେମ୍ବର ୧୫ ମଧ୍ୟରେ ଦ୍ୱିତୀୟ କିସ୍ତିର ସମସ୍ତ ଅର୍ଥ ପ୍ରଦାନ କରିଥିବା ବ୍ଲକଗୁଡିକୁ ମଧ୍ୟ ପୁରସ୍କୃତ କରାଯିବ । ହିତାଧିକାରୀମାନେ ଯେଭଳି ଧାର୍ଯ୍ୟ ସମୟରେ ସେମାନଙ୍କ ଅର୍ଥ ପାଇବେ, ସରକାର ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ବ୍ଲକଗୁଡିକ ଲାଗି ପୁରସ୍କାର ବ୍ୟବସ୍ଥା କରାଯାଇଥିବା ପ୍ରତାପ କହିଛନ୍ତି। ପୁରସ୍କାର ପ୍ରଦାନ ପାଇଁ ଥିବା ସର୍ତ୍ତ ଅନୁଯାୟୀ ୧୦୦ରୁ ୨୦୦୦ ପର୍ଯ୍ୟନ୍ତ ହିତାଧିକାରୀଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବ୍ଲକ ଗୁଡ଼ିକ ନଭେମ୍ବର ୧୫ ସୁଦ୍ଧା ଦ୍ୱିତୀୟ କିସ୍ତିର ଶତ ପ୍ରତିଶତ ଅର୍ଥ ଦେଲେ ସେମାନେ ପୁରସ୍କାର ଆକାରରେ ୫୦,୦୦୦ ଟଙ୍କା ପାଇବେ ା ସେହିଭଳି ୨୦୦୧ରୁ ୪୦୦୦ ଓ ୪୦୦୦ ରୁ ଅଧିକ ହିତାଧିକାରୀଙ୍କ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବ୍ଲକଗୁଡିକୁ ୧ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ା ପୁରସ୍କାର ରାଶି ଆକାରରେ ବ୍ଲକଗୁଡିକ ପାଉଥିବା ଅର୍ଥର ୫୦ ପ୍ରତିଶତ ସେମାନେ କଣ୍ଟିଜେନ୍ସି ଆକାରରେ ନିଜ ଅଫିସ୍‌ରେ ବ୍ୟୟ କରିବେ ା ଅବଶିଷ୍ଟ ଅଧା ଅର୍ଥକୁ କର୍ମଚାରୀମାନଙ୍କ ମଧ୍ୟରେ ପୁରସ୍କାର ଆକାରରେ ବଣ୍ଟାଯିବ। ଏହି ବ୍ୟବସ୍ଥା ଦ୍ୱାରା ଅଧିକାଂଶ ବ୍ଲକରେ ଅର୍ଥ ପ୍ରଦାନ ବ୍ୟବସ୍ଥା ଶତ ପ୍ରତିଶତକୁ ଛୁଇଁ ପାରିଛି ା ଏପରିକି ଯେଉଁସବୁ ସ୍ଥାନରେ ହିତାଧିକାରୀମାନେ ସମସ୍ୟାରେ ପଡି ଅର୍ଥ ପାଇବାରେ ବିଳମ୍ବ ସମ୍ଭାବନା ଥିଲା ,ସେଠାରେ ବ୍ଲକ କର୍ମଚାରୀମାନେ ନିଜ ଆଡୁ ପଦକ୍ଷେପ ଗ୍ରହଣ କରି ସମାଧାନ ସହିତ କିସ୍ତି ଅର୍ଥ ପ୍ରଦାନ କରୁଛନ୍ତି। ଏହା ହିଁ ଯୋଜନାକୁ ସଫଳତା ଦେଉଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଧର୍ମ ପରିବର୍ତ୍ତନ କରିଥିବାରୁ ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା: ଶେଷରେ…

ରାଇଘର/ଉମରକୋଟ, ୧୫।୪ (କିରଣ ପଟ୍ଟନାୟକ/ ସନ୍ତୋଷ ଶତପଥୀ): ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ…

ସମୁଦ୍ରରେ ମାଛ ଧରିବା ନିଷେଧ: ଏତିକି ଦିନ ଯାଏ କଟକଣା ଲାଗୁ କଲେ ସରକାର

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଆଜିଠୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିଷେଧ। ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା: ମନମୋହନ ଦେଲେ ଏମିତି ପରାମର୍ଶ

ଭୁବନେଶ୍ୱର,୧୫।୪(ସୁନିତ୍‌ ମିଶ୍ର):୨୦୨୭ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିଲାଗି ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ଆସନ ସଂରକ୍ଷଣ ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ କରିବାକୁ…

ଆହୁରି ବଢ଼ିବ ତାତି: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୪ (ବନ୍ଦନା ସେଠୀ): ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ସେହିପରି ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri