ଗୋରୁପଲ ଉପରେ ମାଡିଗଲା ଟ୍ରକ୍‌, ୬ ମୃତ

ହିଞ୍ଜିଳିକାଟୁ,୧୮।୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ସହରରେ ବୁଧବାର ବିଳମ୍ବିତ ରାତିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ରାସ୍ତା ଉପରେ ଶୋଇଥିବା ଗୋରୁପଲଙ୍କ ଉପରେ ମାଡିଯିବାରୁ ୬ଗୋରୁଙ୍କ ମୃତ୍ୟୁ ଘଟିଛି।
ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ସାଢେ ୩ଟାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ବ୍ରହ୍ମପୁରରୁ ଆସିକା ଅଭିମୁଖେ ଆସୁଥିଲା। ହିଞ୍ଜିଳିକାଟୁ ସହର ବଇଁଚବଣିଆ ଠାରେ ଜାତୀୟ ରାଜପଥ ନଂ-୫୯ ଉପରେ ଶୋଇଥିବା ଗୋରୁପଲ ଉପରେ ଟ୍ରକଟି ମାଡି ଯାଇଥିଲା। ଘଟଣାସ୍ଥଳରେ ୬ଗୋରୁଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଉଥିବାବେଳେ ପିତ୍ତଳ ଛକରେ ଟାୟାର ଫାଟି ଯାଇଥିଲା। ଦୁର୍ଘଟଣାପରେ ସ୍ଥାନୀୟ ଲୋକେ ଟ୍ରକକୁ ପିଛା କରୁଥିବାବେଳେ ପିତ୍ତଳ ଛକରେ ଅଟକି ରହିଥିବାବେଳେ ଚାଳକଙ୍କୁ କାବୁ କରିଥିଲେ। ହିଞ୍ଜିଳି ପୋଲିସ ପହଞ୍ଚତ୍ ଟ୍ରକ ସହ ଚାଳକଙ୍କୁ ଥାନାକୁ ଆଣିଥିଲା। ନଂ.୧୮୧/୧୯ରେ ମାମଲା ରୁଜୁ କରି ଚାଳକ ଆନ୍ଧ୍ରପ୍ରଦେଶର କେ. କାମୟାବଙ୍କୁ ଗିରଫ କରିଥିବା ଆଇଆଇସି ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାମା’ ନ ଥିବା ବେଳେ କରୁଥିଲେ ବଳାତ୍କାର, ନାବାଳିକା ଗର୍ଭବତୀ ହେବା ପରେ ଫେରାର;  ୪୬ ବର୍ଷୀୟ ତାରିଣୀଙ୍କୁ…

ମୋହନା, ୧୩।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର କରାଯାଇଥିବା ଭଳି ଏକ ଅତ୍ୟନ୍ତ ଘୃଣ୍ୟ ଘଟଣା…

ହାଟକୁ ବାଇଗଣ ବିକିବାକୁ ଯାଉଥିଲେ, ବାଟରେ ଛକିଥିଲା ଯମ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା…

ବଲାଙ୍ଗୀର, ୧୩।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୁଷୁରାଗୁଡ଼ଭେଲା ମୁଖ୍ୟ ରାସ୍ତାର ଡୁଙ୍ଗୁରିପାଲି ନିକଟରେ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ…

ଲାଞ୍ଚନେଇ ବନ୍ଧାହେଲେ ବଡ଼ଗାଁ ଥାନା ଏଏସ୍‌ଆଇ

ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍‌ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା…

ଭୋଜିଖାଇ ଫେରିଲେ ସକାଳୁ ମିଳିଲାନି ବାଇକ୍‌ 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ରାଜେଶ କୁମାର ରାଉତଙ୍କ ଏକ ବାଇକ୍‌କୁ କେହି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରୁ ଚୋରି…

ଆମେରିକାର ବଡ଼ ଦାବି: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଗୁରୁତର ଆହତ

ୱାଶିଂଟନ୍‌,୧୩।୩: ଆମେରିକାର ପ୍ରତିରକ୍ଷା ସଚିବ ପିଟ୍‌ ହେଗସେଠ୍‌ ଏକ ବଡ଼ ଦାବି କରିଛନ୍ତି। ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମନେଇ ଗୁରୁତର ଆହତ ହୋଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri