ଗୋଟିଏ ପୃଷ୍ଠା ହେବ କର୍ମଚାରୀଙ୍କ ଦରମା ବିଲ୍‌

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ):ସରକାରୀ କର୍ମଚାରୀମାନଙ୍କ ଦରମା ଦେବାକୁ ଆଉ ବରବାଦ ହେବ ନାହିଁ ଲକ୍ଷ ଲକ୍ଷ ପୃଷ୍ଠାର କାଗଜ। ଗୋଟିଏ ପୃଷ୍ଠାରେ ସବୁ କର୍ମଚାରୀଙ୍କ ଦରମା ବିଲ୍‌ ପ୍ରସ୍ତୁତ ହେବ। ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟକୁ କାଗଜମୁକ୍ତ କରିବାକୁ ପଦକ୍ଷେପ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ମାସରେ ରାଜ୍ୟର ସାଢ଼େ ୪ ଲକ୍ଷ କର୍ମଚାରୀଙ୍କ ଦରମା ପାଇଁ ପ୍ରାୟ ୧୫ ଲକ୍ଷ ପୃଷ୍ଠାର ବିଲ୍‌ ପ୍ରସ୍ତୁତ ହେଉଛି। ବର୍ଷକୁ ହାରାହାରି ୧.୮ କୋଟି ପୃଷ୍ଠାର ବିଲ୍‌ ପ୍ରସ୍ତୁତ ହେଉଛି। ଏହି ବିଲ୍‌ ପ୍ରସ୍ତୁତ କରିବାକୁ ବହୁ ମାନବ ସମ୍ବଳର ମଧ୍ୟ ଆବଶ୍ୟକତା ପଡୁଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସିଙ୍ଗଲ ପେଜ୍‌ ବା ଗୋଟିଏ ପୃଷ୍ଠା ବିଲ୍‌ ପ୍ରସ୍ତୁତ କରିବାକୁ ପଦକ୍ଷେପ ନେଇଛି। ଏ ନେଇ ରାଜ୍ୟର ୩ଟି ମୁଖ୍ୟ ଟ୍ରେଜେରିରେ ଏହାକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଛି। ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ୧୬୬ଟି ସରକାରୀ ଟ୍ରେଜେରିରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡିଛି। ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା ଏ ନେଇ ଟ୍ରେଜେରି ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। କର୍ମଚାରୀମାନଙ୍କର ଦରମା ବିଲ୍‌ ପ୍ରସ୍ତୁତ କରିବାକୁ ୮ ହଜାର ଡ୍ରଇଙ୍ଗ ଡିସ୍‌ବର୍ସିଂ ଅଫିସର(ଡିଡିଓ) ନିଯୁକ୍ତି ପାଇଛନ୍ତି। ସେମାନେ ପ୍ରତିମାସରେ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ୫୦ ପୃଷ୍ଠାର ବିଲ୍‌ ପ୍ରସ୍ତୁତ କରୁଛନ୍ତି। ରାଜ୍ୟ ମୁଖ୍ୟ ଟ୍ରେଜେରିରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଥିଲା। ଏହା ବେଶ୍‌ ସଫଳ ହୋଇଛି। ଦରମା ବିଲ୍‌ ପ୍ରସ୍ତୁତ ହେବା ପରେ ଗୋଟିଏ କପି ଟ୍ରେଜେରିକୁ ପଠାଯାଇଥିବା ବେଳେ ଅନ୍ୟ ଗୋଟିଏ କପିକୁ ଡିଡିଓ ନିଜ ପାଖରେ ରଖିଥାଆନ୍ତି । ଏହି ପ୍ରକ୍ରିୟା ଦ୍ୱାରା ବହୁ ମାନବ ସମ୍ବଳ ଆବଶ୍ୟକତା ପଡୁଥିବା ବେଳେ ବିଲ୍‌ ପ୍ରସ୍ତୁତ କରିବାକୁ ଦୀର୍ଘସମୟ ଲାଗୁଛି। ଗୋଟିଏ ପୃଷ୍ଠା ବିଲ୍‌ ପ୍ରସ୍ତୁତ କରିବାକୁ କର୍ମଚାରୀମାନଙ୍କୁ କମ୍‌ ସମୟ ଲାଗୁଥିବାରୁ ସେମାନେ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri