Posted inଫୁରସତ

ଗୋ’ ସେବା: ପରମ୍ପରା ନୁହେଁ, ଗ୍ରାମ୍ୟ ଅର୍ଥନୀତିର ଏକ ମୁଖ୍ୟ ଅଂଶ

ଗୋସମ୍ପଦ ଗ୍ରାମ୍ୟ ସଂସ୍କୃତିର ସ୍ବତନ୍ତ୍ର ଅଙ୍ଗ। ଏହା ଗାଁର ଆର୍ଥତ୍କ ସ୍ଥିତିକୁ ସୁଦୃଢ଼ କରିଥାଏ। ଦିନ ଥିଲା, ଯେତେବେଳେ କି ସକାଳୁ ସକାଳୁ ଗାଁ ଦାଣ୍ଡରେ ଗାଈଗୋଠ ଯିବାବେଳେ ଗାଈଆଳଙ୍କ କୁହାଟ ହେଉ କିମ୍ବା ସୂଯର୍‌ୟାସ୍ତ ପୂର୍ବରୁ ସାହିକୁ ଗାଈ ଫେରିବାବେଳେ ଗୋଧୂଳିର ଦୃଶ୍ୟ ସାହିରେ ନିଆରା ଭାବ ସୃଷ୍ଟି କରୁଥିଲା। ମାତ୍ର ଆଜିକାଲି ଗାଁରୁ ଏ ସବୁ ଦୃଶ୍ୟ କ୍ରମଶଃ ଲୋପ ପାଇଯାଉଛି। ତେବେ ଏପରି ସମୟରେ ତେନ୍ତୁଳିରଗଡ଼ି ଗାଁର କଥା ଟିକେ ନିଆରା।

ତିଗିରିଆ-ନରସିଂହପୁର ରାସ୍ତାରେ ପ୍ରାୟ ୧୧ କି.ମି ଦୂର ଯିବାରେ ପଡ଼ିବ ଏକ ଶାଳଜଙ୍ଗଲ। ଏହି ଜଙ୍ଗଲ ରାସ୍ତା ପାରି ହୋଇ ଯିବାପରେ ବାମପଟେ ରହିଛି ଏକ ପିଚୁରାସ୍ତା । ଏଠାରୁ ପ୍ରାୟ ୮୦୦ ମିଟର ଦୂର କଟକ ଜିଲା ତିଗିରିଆ ବ୍ଲକର ପାଞ୍ଚଗାଁ ଗ୍ରାମପଞ୍ଚାୟତ ଅଧୀନ ତେନ୍ତୁଳିରଗଡ଼ି ଗାଁ। ଏହି ଗାଁର ପୂର୍ବରେ ତେନ୍ତୁଳିରଗଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଶ୍ଚିମରେ ବିସ୍ତୀର୍ଣ୍ଣ ଚାଷଜମି ଆଉ ନୁଖୁରିଗାଡ଼ିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଗାଁର ଦକ୍ଷିଣକୁ ଚାଷଜମି ଓ ଉତ୍ତରରେ ଗ୍ରାମ୍ୟ ଜଙ୍ଗଲ, ଜେନାପଦା ଶାଳଜଙ୍ଗଲ ରହିଛି। ଗାଁ ମଝିରେ ଭଗବତ ଗୋସ୍ବାମୀଙ୍କ ମନ୍ଦିର, ସ୍କୁଲ ନିକଟରେ ମା’ମଙ୍ଗଳା ଓ ଶନି ଦେବଙ୍କ ମନ୍ଦିର ଅବସ୍ଥିତ। ତେନ୍ତୁଳିରଗଡ଼ି ଗାଁରେ ଥିବା ପ୍ରାୟ ୯୬ ପରିବାରର ଲୋକସଂଖ୍ୟା ୫୫୦ ହେବ। ଅଧିକାଂଶ ବାସିନ୍ଦା ଚାଷଜମି ଉପରେ ନିର୍ଭରଶୀଳ। କେହି କେହି ସ୍ଥାନୀୟ ବଜାରରେ ବ୍ୟବସାୟ କରି ନିଜ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ହାତଗଣତି କେତେଜଣ ବ୍ୟକ୍ତି ବିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ପାଇଛନ୍ତି। ଗାଁରେ ଖଟୁଆ, ଗୋପାଳ, କୈବର୍ତ୍ତ ଆଦି ସମ୍ପ୍ରଦାୟର ଲୋକଙ୍କ ଘର ରହିଥିବା ବେଳେ ଗୋଟିଏ ମାତ୍ର ବାରିକ ପରିବାର ରହିଛି। ତେବେ ଗାଁରେ ପ୍ରତିବର୍ଷ ବିଭିନ୍ନ ସମୟରେ ଅଷ୍ଟପ୍ରହରି, ମାଘପୂର୍ଣ୍ଣିମା, ଚୈତ୍ରପୂର୍ଣ୍ଣିମା, କାର୍ତ୍ତିକ ମାସରେ ସପ୍ତାହ, ହିଙ୍ଗୁଳାଙ୍କ ପୀଠରେ ହୋମ, ଗୋଷ୍ଠୀଘରେ ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ପୂଜାର୍ଚ୍ଚନା ଉତ୍ସବ ପାଳନ କରାଯାଇଥାଏ। ଗାଁସ୍କୁଲ ପଡ଼ିଆରେ ଗ୍ରାମବାସୀ ବିଭିନ୍ନ ସାଂସ୍କୃତିକ କାଯର୍‌ୟକ୍ରମ କରିଥାନ୍ତି। ୨୦୧୦ ମସିହାଠାରୁ ଗ୍ରାମ୍ୟ ପାଣି ପଞ୍ଚାୟତ ବ୍ୟବସ୍ଥା ଚାଲୁରହିଛି। ଏଥିଯୋଗୁ ମାଇନର ଇରିଗେଶନରେ ଲୋକମାନେ ବେଶ୍‌ ଉପକୃତ ହୋଇପାରୁଥିବା ପ୍ରକାଶ କରିଛନ୍ତି। ବିଶେଷକରି ପାଣିପଞ୍ଚାୟତ ଜରିଆରେ ଗ୍ରାମର ଆୟୋଜିତ ଏକ କର୍ମଶାଳାରେ କେତେକ ବ୍ୟକ୍ତି ଟ୍ରେନିଂ ନେଇଥିଲେ। ଏପରି କି ଏହି କର୍ମଶାଳାରେ ଭାଗନେଇଥିବା ବ୍ୟକ୍ତି ମାନେ ଗୃହପାଳିତ ପଶୁଙ୍କ ସେବା ଓ ସୁରକ୍ଷା ସମ୍ପର୍କରେ ତାଲିମ ପାଇଛନ୍ତି। କିନ୍ତୁ ଏହି ଗାଁରେ ପୋଷାଯାଇଥିବା ପ୍ରାୟ ୪୦୦ ଗୋରୁଙ୍କ ମଧ୍ୟରେ ଅଧିକାଂଶ ଦେଶୀ ଗାଈ ରହିଛନ୍ତି। ଏମାନଙ୍କ ବିଶ୍ରାମ ଓ ସୁରକ୍ଷା ପାଇଁ ପ୍ରାୟ ୬୦ଟି ଗୁହାଳ ରହିଛି। ଗୋରୁଙ୍କୁ ଚରେଇବା ପାଇଁ ଗାଁରେ ୨ଜଣ ଗୋପାଳ ସମ୍ପ୍ରଦାୟର ଗାଈଆଳ ଥିଲେ। ଏମାନେ ଗାଁର ଗୃହପାଳିତ ଗୋରୁଙ୍କୁ ଚରେଇବା ପାଇଁ ନିକଟସ୍ଥ ଜଙ୍ଗଲ, ପଡ଼ିଆ ଓ ଚାଷଜମିକୁ ନେଉଥିଲେ। ସମୟକ୍ରମେ ଗାଈଆଳ ଗୋରୁ ଚରେଇବା ପାଇଁ ଆଉ ରାଜି ହେଲେନାହିଁ। ଗାଁରେ ଥିବା ଶତାଧିକ ଗାଈଙ୍କ ପାଇଁ ପେଟପୂରା ଖାଇବାକୁ ଘରେ ଦେବା ସମ୍ଭବ ନୁହେଁ, ତେଣୁ ଗୋରୁଙ୍କ ସୁରକ୍ଷା ପାଇଁ ଗ୍ରାମରେ ସଭା ବସିଲା। ଗ୍ରାମବାସୀଙ୍କ ନିଷ୍ପତ୍ତିକ୍ରମେ ପ୍ରତି ଘରେ ଥିବା ଗୃହପାଳିତ ପଶୁଙ୍କ ସଂଖ୍ୟା ଅନୁସାରେ ସେହି ପରିବାର ସହଯୋଗରେ ଲୋକମାନେ ଗୋରୁଙ୍କୁ ଚରେଇବାକୁ ନେବେ। ଏଥିପାଇଁ ପାଳିକରି ପ୍ରତ୍ୟେକ ପରିବାରର ପୁରୁଷ ବ୍ୟକ୍ତି ହିଁ ନିଜ ପାଳିଦିନ ଗାଈଙ୍କୁ ଚରେଇବା ଦାୟିତ୍ୱ ନେଲେ। ଏମିତିରେ ଆଜକୁ ପ୍ରାୟ ୪ବର୍ଷ ଧରି ପ୍ରତିଦିନ ଗାଁର ପ୍ରାୟ ୩ଜଣ ବ୍ୟକ୍ତି ସକାଳ ୧୦ରୁ ଅପରାହ୍ନ ୫ଟା ଯାଏ ଏହି କାର୍ଯ୍ୟକୁ ସୁଚାରୁରୂପେ କରିଆସୁଛନ୍ତି। ସାହିରୁ ଗୋରୁଗୋଠ ନେଇ ନିକଟସ୍ଥ ଜଙ୍ଗଲ , ପଡ଼ିଆ ଓ ବିଲମାଳକୁ ଯାଇଥାନ୍ତି। ତେଣୁ ଗାଁର ପଡ଼ିଆ ଚାଷଜମିରେ ଘାସ

ଚରିବା ପାଇଁ ସୁବିଧା କରାଯାଇଥାଏ। ଏହି କାର୍ଯ୍ୟରେ ଗ୍ରାମର ସଭାପତିଙ୍କଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଚାକିରି କରୁଥିବା ବ୍ୟକ୍ତିବିଶେଷ ବି ଯୋଗଦେଇଥାନ୍ତି। କିନ୍ତୁ ରବିବାର ଛୁଟିଦିନରେ ଗାଁର ସରକାରୀ, ବେସରକାରୀ କର୍ମଚାରୀମାନେ ଏଥିରେ ସାମିଲ ହୋଇଥାନ୍ତି। ଏମିତି ଗାଁ ଲୋକଙ୍କ ଗୋସେବା ପ୍ରୟାସ ଜାରି ରହିଥିବା ଆଗ୍ରହକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ତେନ୍ତୁଳିରଗଡି କୁ ଏକ ନିଆରା ପରିଚୟ ଦେଇଛି। ଅନ୍ୟପକ୍ଷେ ଗୋବଂଶର ସୁରକ୍ଷା ପାଇଁ ଓଡ଼ିଶାର ଥିବା ଆଉ କେତେକ ଅଞ୍ଚଳର ଗ୍ରାମବାସୀ ପାଳିକରି ଗାଈଚରେଇବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥିଯୋଗୁ ଗୋସମ୍ପଦ ସୁରକ୍ଷା କ୍ଷେତ୍ରରେ ଗୋସେବକଙ୍କୁ ପ୍ରେରଣା ଯୋଗାଇଛି। ଏ ସମ୍ପର୍କରେ ଏହି ଗାଁର ସଭାପତି ସୁରେଶ ଚନ୍ଦ୍ର ସାହୁ କୁହନ୍ତି, ଗୋବର ଖତକୁ ଚାଷଜମିରେ ପ୍ରୟୋଗ କରି ବର୍ଷର ସବୁ ସମୟରେ ପନିପରିବା ଏବଂ ଧାନଚାଷ କରାଯାଇଥାଏ ।

-ଏହି ଜୈବିକ ଗୋବର ଖତର ପ୍ରୟୋଗ ଫସଲ ପାଇଁ ଆବଶ୍ୟକ ଖଣିଜ ପଦାର୍ଥ ଯବକ୍ଷାରଜାନ, ଫସ୍‌ଫରସ, ପଟାସ ଆଦିର ଅଭାବକୁ ପୂରଣ କରେ। ଭୂମିର ଲାଭଦାୟକ ଜୀବାଶ୍ମଙ୍କ ସଂଖ୍ୟା ବୃଦ୍ଧି କରେ। ଆମ କୃଷିଭିତ୍ତିକ ଅର୍ଥନୀତିକୁ ସମୃଦ୍ଧ କରିବା ଦିଗରେ ଗୃହପାଳିତ ଗୋରୁଙ୍କ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ଗାଁର କୈଳାସ ବେହେରା କୁହନ୍ତି, ଗାଈକୁ ଗୁହାଳରେ ଘାସ ଦେବାଠାରୁ ଆରମ୍ଭ କରି ସେବାଯତ୍ନ କରାଯାଇଥାଏ। ଗାଇ ଚରେଇବାକୁ କେହି କୁଣ୍ଠାବୋଧ କରୁନାହାନ୍ତି। ସମସ୍ତଙ୍କ ନିଷ୍ପତ୍ତିରେ ଗୋସେବା କାଯର୍‌ୟ ଚାଲୁରହିଛି। ନିଜ ଗୋରୁଙ୍କ ସେବାଯତ୍ନ ପାଇଁ ଗ୍ରାମର ପ୍ରତ୍ୟେକ ପରିବାରରୁ ପାଳିକରି ଗାଈଆଳ ଭାବେ ଗାଈ ଚରାଇବା ଓ ଗୋଠର ଦାୟିତ୍ୱ ନେଇଛନ୍ତି ଗ୍ରାମବାସୀ। ମାତ୍ର ଏହି ଗାଁରେ ପ୍ରାଣୀ ଚିକିତ୍ସାଳୟଟିଏ ନାହିଁ। ଗାଁକମିଟିର ସମ୍ପାଦକ ଶରତ କୁମାର ଖଟୁଆ କୁହନ୍ତି, ଦୈନନ୍ଦିନ ଜୀବନରେ ପରିବେଶ ସୁରକ୍ଷା କଥା ସବୁଠୁ ବଡ଼ ଚିନ୍ତା ା ତେବେ କେବଳ ଚିନ୍ତା କଲେ ତ ହେବନି, ସେଥିପାଇଁ ସମାଧାନର ବାଟ ଖୋଜିବା ଦରକାର ା ସୁସ୍ଥ ପରିବେଶ ପାଇଁ ଗୋସମ୍ପଦର ଭୂମିକା ରହିଛି। ସାଧାରଣ ନିରକ୍ଷରଙ୍କ ଠାରୁ ଆରମ୍ଭ କରି ଶିକ୍ଷିତଙ୍କ ପର୍ଯ୍ୟନ୍ତ ଗୋଷ୍ଠୀଗତ ଜୀବନରେ ଗୋସମ୍ପଦ ପ୍ରଭାବ ପକାଇଥାଏ ବୋଲି ଗ୍ରାମବାସୀ ବୁଝିପାରିଛନ୍ତି।

ପରମ୍ପରାରେ ଗୋସେବା
ଭାରତୀୟ ସଂସ୍କୃତି ପୂଜ୍ୟପୂଜାର ସଂସ୍କୃତି । ସ୍ବଂୟ ଭଗବାନ ଶ୍ରୀକୃଷ୍ଣ ଗୋସେବା କରି ଗୋପାଳ ନାମରେ ଖ୍ୟାତ । ଅଯୋଧ୍ୟରେ ରାଜା ଦିଲୀପ ଓ ସତ୍ୟକାମ ଗୋସେବା କରି ନିଜକୁ ଧନ୍ୟ ମନେକରିଥିଲେ। ବଶିଷ୍ଠଙ୍କ ଆଶ୍ରମରେ ଗୋଟିଏ କାମଧେନୁ ଗାଇ ସହସ୍ରାଧିକ ଲୋକଙ୍କୁ ଖାଦ୍ୟପେୟ ଯୋଗାଇଥିବାର ଲୋକକଥା ରହିଛି। ଏମିତି ବି କୁହାଯାଏ ଯେ ଗୋମାତାଙ୍କ ଦେହରେ ତେତିଶକୋଟି ଦେବତା ବାସ କରନ୍ତି। ଏତ ସବୁ ବିଶ୍ୱାସର କଥା । କିନ୍ତୁ ପ୍ରକୃତ ପକ୍ଷେ ଗୋମାତା ଆମର ଯେତିକି ଉପକାର କରନ୍ତି ସେତିକି ଆମେ ଅନ୍ୟ କାହାଠାରୁ ପାଇବା ନାହିଁ। ଗୋଦୁଗ୍ଧ ଆଧାତ୍ମିକ ସାଧନା ପାଇଁ ଅତି ମହତ୍ୱ ପୂଣ୍ଣ ବୋଲି ସ୍ବାମୀ ଶିବାନନ୍ଦ ସରସ୍ବତୀ କହିଛନ୍ତି। ଆୟୁର୍ବେଦରେ ଗୋଦୁଗ୍ଧ -ଗୋମୂତ୍ରର ଉପାଦେୟତା ପ୍ରଶଂସିତ। ପ୍ରାଚୀନ ଭାରତରେ ଗୋହତ୍ୟା ମନୁଷ୍ୟର ହତ୍ୟା ସହ ସମାନ ଥିଲା। ଅଥବା ତା ଠାରୁ ଅଧିକ ଜଘନ୍ୟ ଅପରାଧ ବୋଲି ପରିଗଣିତ ଥିଲା। ଗୋପୂଜା ପରମ୍ପରା ଭାରତରେ ବହୁପୁରାତନ। ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ଗୋମାତାଙ୍କ ରକ୍ଷଣାବେକ୍ଷଣ କଲେ ଧନ, ସମ୍ପତି ବୃଦ୍ଧି ସହିତ ପରିବାରର ମଙ୍ଗଳ ହୋଇଥାଏ। ଗୋସେବା ଓ ଗୋପୂଜନ କଲେ କୋଟି ପୁଣ୍ୟର ଫଳ ମିଳେବୋଲି ବିଶ୍ୱାସ ରହିଛି। କିନ୍ତୁ ଦିନକୁଦିନ ରାଜ୍ୟରେ ଏହି ପ୍ରାଣୀମାନଙ୍କ ସଂଖ୍ୟା କମି ଯାଉଥିବା ବେଳେ ଏମାନଙ୍କ ସେବା ଓ ସୁରକ୍ଷାରେ ସଙ୍କଟ ଦେଖାଦେଇଛି। ଯାହା ପରିବେଶ ପାଇଁ ଅଶୁଭ ସଙ୍କେତ ମନେହୁଏ।

ଗାଁ ପାଳିରେ ଗୋସେବା: କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ଆଳି ବ୍ଲକର ବାଳକାଟୀ, ରାଣିପୋଖରୀ, ନାଗପଡ଼ା, ଆନନ୍ଦନଗର ପାଟଣା ଆଦି ଏକାଧିକ ଗାଁରେ ଗ୍ରାମବାସୀ ପାଳିକରି ନିଜର ଗୋରୁଙ୍କୁ ଚରେଇବା ପାଇଁ ଗାଈଆଳ ସାଜିଥାନ୍ତି । ଅକ୍ଷୟ କୁମାର ସାହୁ କୁହନ୍ତି, ଆମ ଅଞ୍ଚଳରେ ପାଳି ଅନୁସାରେ ଗାଁରେ ସକାଳ୮ଟାରୁ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଚରେଇବା ପାଇଁ ନିକଟସ୍ଥ ପାଳ, ଗଡ଼ଗଡ଼ିଘାଟ ଆଦି ନଈପଠାଆଡ଼େ ନେଇଥାଉ। ଏଠାରୁ ପ୍ରାୟ ଅପରାହ୍ନ ୪ଟା ପରେ ଘରକୁ ଫେରିଥାଉ।
କାହାରି ପାଳିଦିନରେ ଯଦି କେହି ଯାଇପାରନ୍ତି ନାହିଁ ସେଥିପାଇଁ ସେଦିନ ପାଳିରେ ଗାଈଚରେଇବାକୁ ଯାଇଥିବା ବ୍ୟକ୍ତିଙ୍କୁ କିଛି ପାରିଶ୍ରମିକ ପ୍ରଦାନ କରାଯାଇଥାଏ। ଏମିତି ବ୍ୟବସ୍ଥା ବହୁବର୍ଷଧରି ଆମ ଅଞ୍ଚଳରେ ଚଳିଆସୁଛି।

ସେହିପରି ଏହି ଜିଲାର ମ୍ୟୁନିସିପାଲିଟି ଅଧୀନସ୍ଥ ଅଚ୍ୟୁତପୁର ମଧ୍ୟଖଣ୍ଡି ଗାଁର ମହେଶ୍ୱର ଦାଶ କୁହନ୍ତି, ନାରଣପୁର, କୁହୁଡ଼ି, ବରେଇ, ଅନ୍ତରଗଡ଼, ଜାଗୁଲେଇପଡ଼ା ଅଦି ଗାଁରେ ଗୃହପାଳିତ ଗୋରୁଙ୍କୁ ଗ୍ରାମବାସୀ ପାଳିକରି କେନାଲବନ୍ଧ, ବିଲ ପଡ଼ିଆ ଜମିକୁ ଚରେଇବାକୁ ଗାଈଆଳ ଭାବେ ଗ୍ରାମବାସୀ ପାଳିକରି ନେଇଥାନ୍ତି। ଯଦି ପାଳିଦିନରେ କେହି ଗାଈଚରେଇବାକୁ ନ ଯାଇପାରନ୍ତି ତେବେ ସେଦିନର ପାଳିରେ ଯିଏ ଯିବେ ତାଙ୍କୁ ଏଥିପାଇଁ ନିର୍ଦ୍ଦିଷ୍ଟ ପାରିଶ୍ରମିକ ଦେଇଥାନ୍ତି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri