ଗେଙ୍ଗୁଟିଆ ପଞ୍ଚାୟତରେ ଭତ୍ତା ବଣ୍ଟନରେ ଅବ୍ୟବସ୍ଥା: ମିଳିନି ଡିସେମ୍ବର ଟଙ୍କା

ପରଜଙ୍ଗ, ୩।୧(ଡି.ଏନ.ଏ.) – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀକୁ ନେଇ ସୃଷ୍ଟି ହୋଇଥିବା ତୁମ୍ବିତୋଫାନ ନ ଥମୁଣୁ ପରଜଙ୍ଗ ବ୍ଲକରେ ଏବେ ଭତ୍ତା ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗେଙ୍ଗୁଟିଆ ପଞ୍ଚାୟତର ହିତାଧିକାରୀଙ୍କୁ ଡିସେମ୍ବର ମାସର ଭତ୍ତା ମିଳିନାହିଁ। ଭତ୍ତା ବାବଦ ଟଙ୍କା ଜଏଣ୍ଟ ଆକାଉଣ୍ଟରୁ ଉଠାଯାଇଥିବାବେଳେ ବଣ୍ଟା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଅଭିଯୋଗ ହେବା ପରେ ବିଡିଓ ସମ୍ପୃକ୍ତ ପଞ୍ଚାୟତର ପିଇଓଙ୍କୁ ଗତ ୧୫ ତାରିଖରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ହେଲେ ଅଦ୍ୟାବଧି ଏହାର ଉତ୍ତର ମିଳିନାହିଁ। ଅନ୍ୟପଟେ ଏଥିରେ ଘୋଟାଲା ହୋଇଥିବା ସନ୍ଦେହ କରି ଭତ୍ତାରୁ ବଞ୍ଚତ୍ତ ହିତାଧିକାରୀ ଜିଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି।
ଭତ୍ତା ବଣ୍ଟନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାକୁ ସରକାରୀ ଗାଇଡ୍‌ ଲାଇନ ରହିଛି। ପ୍ରତି ମାସ ୧୫ ତାରିଖରେ ଭତ୍ତା ବଣ୍ଟନ କରାଯାଉଛି। ଏହା ପୂର୍ବରୁ ସରପଞ୍ଚ ଏବଂ ପିଇଓଙ୍କ ଜଏଣ୍ଟ ଆକାଉଣ୍ଟକୁ ବ୍ଲକ ପ୍ରଶାସନ ପକ୍ଷରୁ ଟଙ୍କା ଆସିଥାଏ। ଉଭୟେ ଦସ୍ତଖତ କରି ଟଙ୍କା ଉଠାଇଥାନ୍ତି। ଗେଙ୍ଗୁଟିଆ ପଞ୍ଚାୟତରେ ଭତ୍ତା ବଣ୍ଟନ ପାଇଁ ଡିସେମ୍ବର ୧୫ ପୂର୍ବରୁ ବ୍ଲକ କର୍ତ୍ତୃପକ୍ଷ ୨ ଲକ୍ଷ ୫୦ ହଜାର ଟଙ୍କା ପୈଠ କରିଥିଲେ। ଏହାକୁ ସରପଞ୍ଚ ସୀମାନ୍ତ କୁମାର ଜେନା ଏବଂ ପିଇଓ ବାବୁଲାଲ ବାରିକ ଉଠାଇଥିଲେ। ହେଲେ ଅଦ୍ୟାବଧି ହିତାଧିକାରୀଙ୍କୁ ଟଙ୍କା ଦିଆଯାଇନାହିଁ। ଫଳରେ ୬ଶହରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ, ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଟଙ୍କା ଯଦି ଉଠାଯାଇଛି, ତେବେ କାହିଁକି ବଣ୍ଟାଯାଇନାହିଁ ତାହା ଏବେ ସନ୍ଦେହ ସୃଷ୍ଟି କରିଛି। ଏ ନେଇ ପିଇଓ କୁହନ୍ତି, ଉଠାଯାଇଥିବା ଭତ୍ତା ଟଙ୍କା ସୁରକ୍ଷିତ ଅଛି। ସେ ଅସୁସ୍ଥ ଅଛନ୍ତି। ତେଣୁ ଟଙ୍କା ବଣ୍ଟା ଯାଇପାରିନାହିଁ। ଶୁକ୍ରବାର ଭତ୍ତା ବଣ୍ଟାଯିବ। ହେଲେ ଅସୁସ୍ଥତା କାରଣରୁ ଛୁଟି ନେଇଛନ୍ତି କି ବୋଲି ପଚାରିବାରେ ସେ ଏମିତି ରହିଯାଇଥିବା ସ୍ପଷ୍ଟୀକରଣ ଦେଇଛନ୍ତି। ସେହିପରି ସରପଞ୍ଚ କୁହନ୍ତି, ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ପାଇଁ ପ୍ରତିମାସରେ ୩ ଲକ୍ଷ ୨୦ ହଜାର ଟଙ୍କା ଆବଶ୍ୟକ। ବ୍ଲକ ପ୍ରଶାସନ ପକ୍ଷରୁ ସାଢ଼େ ୨ ଲକ୍ଷ ଟଙ୍କା ଦିଆଯାଇଛି। ଏହା କମ୍‌ ପଡ଼ିବ। ତେଣୁ ଟଙ୍କା ବଣ୍ଟାଯାଇନାହିଁ। ଏ ନେଇ ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, ପିଇଓ ଭତ୍ତା ବଣ୍ଟନ ବାବଦ ୟୁସିକୁ ଠିକ୍‌ ଭାବେ ପ୍ରଦାନ କରୁନାହାନ୍ତି। କେତେ ଟଙ୍କା ବଳିଛି ତାହାର ହିସାବ ଦେଉନାହାନ୍ତି। ତେଣୁ ୩ଲକ୍ଷ ୨୦ ହଜାର ପରିବର୍ତ୍ତେ ୨ ଲକ୍ଷ ୫୦ ଦିଆଯାଇଛି। ନିଅଣ୍ଟ ହେଲେ ପୁନର୍ବାର ପ୍ରଦାନ କରିବାକୁ କୁହାଯାଇଛି। ଗତ ୧୫ ତାରିଖରୁ ପିଇଓ କାର୍ଯ୍ୟାଳୟକୁ ଆସୁନାହାନ୍ତି। ବିନା କାରଣରେ ଛୁଟିରେ ଅଛନ୍ତି। ଫୋନ୍‌ ଉଠାଉନାହାନ୍ତି। ଭତ୍ତା ଟଙ୍କା ବଣ୍ଟନ ହୋଇ ନ ଥିବା ଅଭିଯୋଗ ହେବାପରେ ପତ୍ର ସଂଖ୍ୟା ୨୩୯୧ ଅନୁଯାୟୀ ଡିସେମ୍ବର ୩୦ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ହେଲେ ଏହାର ଉତ୍ତର ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି। ପୂର୍ବରୁ ମଧ୍ୟ ପିଇଓଙ୍କ ନାମରେ କାର୍ଯ୍ୟରେ ଅବହେଳା ଅଭିଯୋଗ ଆସିଥିଲା। ତାଙ୍କ ଦରମା ବନ୍ଦ କରାଯାଇଛି। ଏ ନେଇ ପିଡି ଡିଆର୍‌ଡିଏ, ଜିଲା ପଞ୍ଚାୟତ ଅଧିକାରୀଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ବାରମ୍ବାର ପଞ୍ଚାୟତ ଭତ୍ତା ସମେତ ଅନ୍ୟ କାମରେ ଅନିୟମିତତା ହେଉଥିବା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ବ୍ଲକ ଏବଂ ଜିଲା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ହିତାଧିକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri