Posted inଖେଳ

ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତୀୟ ଖେଳାଳି କରିଥାନ୍ତି ଏହିସବୁ କାମ

ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ମଙ୍ଗଳବାର ମାଞ୍ଚେଷ୍ଟରରେ ଫାଇନାଲ ଟିକେଟ୍‌ ପାଇଁ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ। ତେବେ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ଅନ୍ଧବିଶ୍ୱାସକୁ ନେଇ କିଛି ଖାସ୍‌ କଥା..

ରୋହିତ୍‌ ଶର୍ମା
ଚଳିତ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରି ୫ଟି ଶତକ ହାସଲ କରିଥିବା ରୋହିତ ଶର୍ମା ଜଣେ ଅନ୍ଧବିଶ୍ୱାସୀ। ଭାରତୀୟ ଦଳର ଲଗାତର ଉଇକେଟ୍‌ ପଡୁଥିଲେ ସେ ଆଦୌ ନିଜ ସିଟ୍‌ରେ ବସନ୍ତି ନାହିଁ। ଛିଡା ହୋଇ ମ୍ୟାଚ୍‌ ଦେଖନ୍ତି। ସିଟ୍‌ରେ ବସିଲେ ଭାରତୀୟ ଦଳ ଅଲଆଉଟ୍‌ ହୋଇଯିବ ବୋଲି ତାଙ୍କର ଧାରଣା ରହିଛି।

ରବୀନ୍ଦ୍ର ଜାଡେଜା
ଭାରତୀୟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମ୍ୟାଚ୍‌ ଦିନ ଆମିଷ ଖାଆନ୍ତି ନାହିଁ।

ଭୁବନେଶ୍ୱର କୁମାର
ଭାରତୀୟ ଦଳକୁ ଯଦି ଶେଷ ଓଭରରେ ୧୦ ରନ୍‌ ଜିତିବାକୁ ଥାଏ ହାତରେ ଗୋଟିଏ କିମ୍ପା ଦୁଇଟି ଉଇକେଟ୍‌ ବାକିଥାଏ ତେବେ ଭୁବନେଶ୍ୱର କୁମାର ବାମ ଗୋଡ ହଲାନ୍ତି। ଏପରି କଲେ ଦଳ ଜିତେ ବୋଲି ତାଙ୍କର ବିଶ୍ୱାସ ରହିଛି।

ମହମ୍ମଦ ସାମି
ଚଳିତ ବିଶ୍ୱକପରେ ୪ଟି ମ୍ୟାଚରୁ ୧୪ଟି ଓ୍ବିକେଟ ନେଇ ଭାରତୀୟ ଦଳକୁ ସେମିଫାଇନାଲାରେ ପହଞ୍ଚାଇବାରେ ମହମ୍ମଦ ସାମିଙ୍କ ବଡ ହାତ ରହିଛି। ସେ ନିଜ ପାଖରେ ସବୁବେଳେ ୫ ବର୍ଷ ପୁରୁଣା ଅନ୍ତବସ୍ତ୍ର ରଖିଥାନ୍ତି। ସେଥିରେ ୪ହଜାର ୭୯୨ଟି କଣା ରହିଛି। ଭାରତୀୟ ଦଳ ବିପଦରେ ଥିବାବେଳେ ସେ ଏହାକୁ ବ୍ୟାଗ୍‌ରୁ କାଢି ନିଜ ପାଖରେ ରଖନ୍ତି। ପରେ ଭାରତ ବିଜୟୀ ହୁଏ ବୋଲି ତାଙ୍କର ଧାରଣା ରହିଛି।

ଶିଖର ଧାଓ୍ବନ
ମ୍ୟାଚ୍‌ ବେଳେ ଭାରତୀୟ ଦଳ ଯଦି ବିପଦରେ ପଡିଥାଏ ତେବେ ନିଜ ସିଟରୁ ଆଦୌ ଉଠନ୍ତି ନାହିଁ ଶିଖର ଧାଓ୍ବନ୍‌। ସିଟ୍‌ରୁ ଉଠିଲେ ଟିମ୍‌ ହାରିଯାଏ ବୋଲି ତାଙ୍କର ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri