ଗରିବଙ୍କୁ ୨୮ ହଜାର କୋଟିର ସହାୟତା

ନୂଆଦିଲ୍ଲୀ,୧୨।୪: କୋଭିଡ୍‌-୧୯ ଯୋଗୁ ସାରା ଦେଶରେ ଉପୁଜିଥିବା ଲକ୍‌ଡାଉନ ସ୍ଥିତିରେ ଏବେ ଲୋକମାନେ ହଇରାଣ ହେଉଛନ୍ତି। ବିଶେଷକରି ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଏବଂ ଗରିବ ଲୋକମାନେ ଲକ୍‌ଡାଉନ ସମୟରେ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ଗରିବଙ୍କୁ ୨୮,୨୫୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏହି ଅର୍ଥରାଶି ପ୍ରଦାନ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।
କୋଭିଡ୍‌-୧୯ ପ୍ରଭାବକୁ କମ୍‌ କରିବା ଲାଗି ସରକାର ଲୋକଙ୍କ ଲାଗି ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ମାଗଣା ଖାଦ୍ୟଶସ୍ୟ, ବରିଷ୍ଠ ନାଗରିକ, ମହିଳା ଏବଂ କୃଷକଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି। ଲକ୍‌ଡାଉନ ସମୟରେ ଗରିବ ଲୋକମାନେ ଯେଭଳି ହଇରାଣ ନ ହୁଅନ୍ତି ତାକୁ ଧ୍ୟାନରେ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସରକାରଙ୍କ ଘୋଷଣା ମୁତାବକ ୩୦ କୋଟି ହିତାଧିକାରୀଙ୍କୁ ସେମାନଙ୍କ ବ୍ୟାଙ୍କଖାତାରେ ସିଧାସଳଖ ଅର୍ଥ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପ୍ରଥମ କିସ୍ତି ଭାବେ ମୋଟ ୧୩,୮୫୫ କୋଟି ଟଙ୍କାର ଅର୍ଥ ସରକାର ପ୍ରଦାନ କରିଛନ୍ତି। ପ୍ରାୟ ୧୯.୯୬ କୋଟି ମହିଳାଙ୍କୁ ସେମାନଙ୍କ ବ୍ୟାଙ୍କ ଖାତାରେ ୫୦୦ ଟଙ୍କା ଲେଖାଏ ଦିଆଯାଇଛି। ଏହି ବାବଦକୁ ମୋଟ ୯୯୩୦ ଟଙ୍କା ଟଙ୍କା ହସ୍ତାନ୍ତର ହୋଇଛି।
ସେହିଭଳି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏପି)ରେ ୨.୮୨ କୋଟି ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କୁ ୧୪୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥ ମହିଳା ଏବଂ ଦିବ୍ୟାଙ୍ଗଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ପ୍ରତି ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏ ଏଥିରେ ଦିଆଯାଇଛି। ସେହିଭଳି ୨.୬ କୋଟି ନିର୍ମାଣ ଶ୍ରମିକଙ୍କୁ ବିଲ୍‌ଡିଂ ଆଣ୍ଡ କନ୍‌ଷ୍ଟ୍ରକଶନ ଓ୍ବାର୍କର୍ସ ଫଣ୍ଡରୁ ୩୦୬୬ କୋଟି ଟଙ୍କା ଦିଆଯାଇଛି। ଏହି ଫଣ୍ଡ ସାଧାରଣତଃ ରାଜ୍ୟ ସରକାରଗୁଡିକ ପରିଚାଳନା କରିଥାନ୍ତି। ଏପ୍ରିଲରୁ ଜୁନ୍‌ ଅବଧିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନ କେନ୍ଦ୍ର ସରକାର ୧୨ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଯୋଗାଇଦେବେ। ଏହାଦ୍ୱାରା ୮୦ କୋଟି ଲୋକଙ୍କୁ ମାଗଣାରେ ମୁଣ୍ଡ ପିଛା ୫ କିଲୋ ଖାଦ୍ୟଶସ୍ୟ ପ୍ରଦାନ କରାଯିବ। ଏହାବାଦ ମାଗଣା ରାଶନ ୨ କୋଟି ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିବା ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲୁ ହ୍ୱେଲ୍ ପରେ Korean Lover Game ନେଉଛି ଛୁଆଙ୍କ ଜୀବନ! କେତେ ବିପଦ ଜାଣନ୍ତୁ

ନୂଆଦିଲ୍ଲୀ,୪।୨: ବ୍ଲୁ ହ୍ୱେଲ୍ ଗେମ୍ ପରେ, ଏବେ କୋରିଆନ୍ ଲଭର୍ ଗେମ୍ ଲୋକଙ୍କ ଜୀବନ ସହିତ ଖେଳିବା ଆରମ୍ଭ କରିଛି । ଏହି ଗେମ୍ ଗୁଡ଼ିକରେ ଲୋକଙ୍କୁ…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ତୁରେକେଲାରେ ଉତ୍ତରାଞ୍ଚଳ ଆଇଜି

ବଲାଙ୍ଗୀର,୪।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁରେକେଲା ନାବାଳିକା ଗଣବଳାତ୍କାର ଘଟଣାରେ ତୁରେକେଲାରେ ପହଞ୍ଚି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଅନୁଧ୍ୟାନ କରିଛନ୍ତି। ଘଟଣାରେ ୬ ଜଣ ନାବାଳକଙ୍କୁ…

ସୁପ୍ରିମକୋର୍ଟରେ SIR ଶୁଣାଣି, ମମତା କହିଲେ ପଶ୍ଚିମବଙ୍ଗ ପ୍ରତି ଅନ୍ୟାୟ ହୋଇଛି

ନୂଆଦିଲ୍ଲୀ,୪।୨:  ସୁପ୍ରିମକୋର୍ଟ ପଶ୍ଚିମବଙ୍ଗରେ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ (SIR) ମାମଲାର ଶୁଣାଣି କରିଛନ୍ତି। ସମସ୍ତଙ୍କ ନଜର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଥିଲା, ସେ ମଧ୍ୟ…

ସୁନା ସଫା ପାଉଡର ବିକ୍ରି ବାହାନାରେ ଆସିଲେ, ମହିଳାଙ୍କଠୁ ସୁନା ଗହଣା ଲୁଟ୍ କରି….

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଜାରକାର ଏକ କଲୋନୀରେ ସୁନା ସଫା ପାଉଡର ବିକ୍ରି ନାଁରେ ଲୁଟ୍ କଲେ ଦୁର୍ବୃତ୍ତ । ଜଣେ ମହିଳାଙ୍କ…

ଦାରିଙ୍ଗବାଡିରେ ପୁଣି ବୁଲିଲା ବୁଲ୍‌ଡୋଜର: ଜବରଦଖଲ ଉଚ୍ଛେଦ 

ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି  ଥାନା ଅଞ୍ଚଳରେ ପୁଣି ବୁଧବାର ବୁଲଡୋଜର ବୁଲିଛ। ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଦୋକାନ ଗୃହ ସମେତ ବାସ ଗୃହକୁ…

କୂଅରୁ ମିଳିଥିଲ ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

ମୋଦିଙ୍କୁ ସିଧା ଟାର୍ଗେଟ କଲେ ପ୍ରିୟଙ୍କା, କହିଲେ ଡର ଲାଗୁଛି…

ନୂଆଦିଲ୍ଲୀ,୪।୨: ସଂସଦର ବଜେଟ ଅଧିବେଶନରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଲୋକ ସଭା କାର୍ଯ୍ୟ ସ୍ଥଗିତ ରହିଥିଲା। ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ଭାଷଣ ବାଧାପ୍ରାପ୍ତ ହୋଇଥିଲା। ଏହି…

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri