ଗରିବଙ୍କୁ ଲୁଟୁଛନ୍ତି ଅଧିକାରୀ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଗତ ୨୦ବର୍ଷ ହେବ ବିଜେଡି ହାତରେ ରହିଛି ରାଜ୍ୟ ଶାସନ ଭାର। ଲୋକମାନଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେଉଥିବା ସରକାର ଦାବି କରୁଛନ୍ତି। ୩-ଟି/୫-ଟି ଏମିତି କେତେ କ’ଣ ମନ୍ତ୍ର ବିଧାୟକଙ୍କଠାରୁ ଆରମ୍ଭ କରି ଅଫିସରଙ୍କୁ ଦିଆଯାଉଛି। ନିଷ୍ଠାପର ଭାବେ ଲୋକମାନଙ୍କ ସେବା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ସରକାରୀ ବାବୁମାନେ ଏହାକୁ ବେଖାତିର କରି ଚାଲିଛନ୍ତି। ପ୍ରଶାସନର ତୃଣମୂଳସ୍ତରରୁ ଉପର ଯାଏ ଦୁର୍ନୀତି ଭର୍ତ୍ତି ହୋଇରହିଛି। କେବଳ ପଞ୍ଚାୟତିରାଜ ବିଭାଗକୁ ଅନୁଧ୍ୟାନ କଲେ ଦୁର୍ନୀତି କେଉଁ ସ୍ତରରେ ପହଞ୍ଚିଛି ତାହା ସହଜରେ ଅନୁମାନ କରାଯାଇପାରେ। ଇନ୍ଦିରାଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ ବିଜୁ ପକ୍କା ଘର ଯୋଜନାରେ ଗ୍ରାମାଞ୍ଚଳ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ପକ୍କାଘର ପାଇଁ ସରକାରୀ କର୍ମଚାରୀ ପୁଳାପୁଳା ହାତଗୁଞ୍ଜା ନେଉଥିବା ଘଟଣା ପଦାକୁ ଆସିଛି। ଖୋଦ୍‌ ରାଜ୍ୟ ସରକାର ମଧ୍ୟ ଏକଥା ସ୍ବୀକାର କରିଛନ୍ତି। ଗତ ୨ ବର୍ଷରେ ୮୩୬ଜଣ ଅଧିକାରୀ ଘର ଯୋଗାଇ ଦେବା ନଁାରେ ଗରିବ ଅସହାୟ ଲୋକଙ୍କୁ ଲୁଟ୍‌ କରିଛନ୍ତି।
କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ୨୦୧୭ରୁ ଏପର୍ଯ୍ୟନ୍ତ ଇନ୍ଦିରା ଆବାସ ଯୋଜନା (ଆଇଏଓ୍ବାଇ)/ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଜି) (ପିଏମ୍‌ଏଓ୍ବାଇ), ଧାନଖଳା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କେତେ ଦୁର୍ନୀତି ଅଭିଯୋଗ ହୋଇଛି। ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାର କାରଣ କ’ଣ ବୋଲି ପଚାରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ୨୦୧୭ରୁ ଏପର୍ଯ୍ୟନ୍ତ ଆଇଏଓ୍ବାଇ- ପିଏମ୍‌ଏଓ୍ବାଇ ଏବଂ ବିଜୁ ପକ୍କା ଘର ଯୋଜନାରେ ୮୩୬ଜଣ ଅଧିକାରୀ ଦୁର୍ନୀତିରେ ଜଡ଼ିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଯାଜପୁରରେ ସର୍ବାଧିକ ୧୬୨ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ଅନୁଗୋଳରେ ୪୦, ବାଲେଶ୍ୱରରେ ୨୪, ବରଗଡ଼ରେ ୧୮, ଭଦ୍ରକରେ ୬୧, ଢେଙ୍କାନାଳରେ ୬୦, କନ୍ଧମାଳରେ ୫୯, ଖୋର୍ଦ୍ଧାରେ ୪୬, ନବରଙ୍ଗପୁରରେ ୮୯, ନୂଆପଡ଼ାରେ ୮୧, ସମ୍ବଲପୁରରେ ୩୩ ଏବଂ ସୁନ୍ଦରଗଡ଼ରେ ସର୍ବାଧିକ ୫୮ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ୨୨ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ୩୫ ଜଣଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରାଯାଇଛି। ସେହିପରି ୭୯ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ୨୬୮ଜଣଙ୍କୁ କାର୍ଯ୍ୟରୁ କାହିଁକି ଅନ୍ତର କରା ନ ଯିବ ସେ ନେଇ କାରଣ ଦର୍ଶାଅ ଏବଂ ୪୩୨ଜଣଙ୍କୁ ଦୁର୍ନୀତି ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଅନ୍ତୁ, ନଚେତ୍ କଥା ଆପଣଙ୍କ ଇସ୍ତଫା ପର୍ଯ୍ୟନ୍ତ ଯିବ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୩ା୭: କକ୍ରୋଚ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରକୁ ଏକ ‘ୱାର୍…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ଛାତ୍ରମାନେ ଏକା ନୁହଁନ୍ତି… ଇଣ୍ଡିଆ ବ୍ଲକ ବୈଠକ ପରେ ରାହୁଲଙ୍କ ସହ ବିରୋଧୀ ଏମପି ଗଲେ ଗାନ୍ଧୀ ସ୍ମୃତି

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗୁରୁବାର ଇଣ୍ଡିଆ ବ୍ଲକର ଏକ ବୈଠକ ଡକାଯାଇଥିଲା। NEET ପେପର୍‌ ଲିକ ପ୍ରସଙ୍ଗ ଉପରେ ଆଲୋଚନା କରିବା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri