‘ଗରିବ ଶ୍ରମିକଙ୍କୁ ପ୍ରଥମେ ଆଣ’: ବିଦେଶରୁ ଫେରିବେ ସହସ୍ରାଧିକ ଭାରତୀୟ

ନୂଆଦିଲ୍ଲୀ,୨୯ା୪: ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ବୈଦେଶିକ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନାବଦ୍ଧଭାବେ ଏହି ସହସ୍ରାଧିକ ଲୋକଙ୍କୁ ଅଣାଯିବା ଲାଗି ଯୋଜନା ଚୂଡ଼ାନ୍ତ ହୋଇଛି। ତେବେ ପ୍ରଥମେ ଗରିବ ଶ୍ରେଣୀର ଶ୍ରମିକମାନଙ୍କୁ ସ୍ବଦେଶକୁ ଅଣାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ସ୍ବତନ୍ତ୍ର ବିମାନରେ ଏମାନଙ୍କୁ ପ୍ରଥମେ ଟିକେଟ୍‌ ମିଳିବା ଦରକାର। ଏହା ପରେ ଛାତ୍ରୀଛାତ୍ରମାନଙ୍କୁ ଗୁରୁତ୍ୱ ଦିଆଯାଇ ନିଜ ଜନ୍ମମାଟିକୁ ଅଣାଯାଉ। ତା’ ପରେ ଅନ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ଅଣାଯାଉ ବୋଲି ମୋଦି ମଙ୍ଗଳବାର କହିଛନ୍ତି।
୧୯୯୮ରେ ପରମାଣୁ ବୋମା ପରୀକ୍ଷଣ ବେଳେ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣା ସତ୍ତ୍ୱେ ବିଦେଶରେ ଥିବା ଗରିବ ଶ୍ରମିକମାନେ ଦେଶର ଆର୍ଥତ୍କ ସ୍ଥିତି ସୁଧାରରେ ସହଯୋଗ କରିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଏବେ କୋଭିଡ୍‌-୧୯ ବିଦେଶରେ ଥିବା ଭାରତୀୟ ଶ୍ରମିକଙ୍କୁ ଅସୁବିଧାରେ ପକାଇଛି। କଳ କାରଖାନା ବନ୍ଦ ହୋଇଯିବା ପରେ ଅନେକେ କାମ ହରାଇବା ସହ ଭୋକ ଉପାସରେ ରହି ଘରକୁ ଫେରିବାର ବାଟ ଦେଖୁଛନ୍ତି। ସେମାନଙ୍କ ଯତ୍ନ ନେବା ଲାଗି ଉପସାଗରୀୟ ଦେଶଗୁଡ଼ିକୁ ଅନୁରୋଧ କରାଯାଇଥିଲେ ହେଁ ଶ୍ରମିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୟୁଏଇରେ ୩.୪ ନିୟୁତ, ସୌଦି ଆରବରେ ୨.୬ ନିୟୁତ, କୁଏତ୍‌, ଓମାନ୍‌, ବାହାରିନ୍‌ ଆଦି ରାଷ୍ଟ୍ରରେ ୨.୯ ନିୟୁତ ଭାରତୀୟ ରହୁଛନ୍ତି। ଉପସାଗରୀୟ ଦେଶରେ ମୋଟ ୧୨.୬ ନିୟୁତ ଭାରତୀୟ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି।
ସେହିଭଳି ବ୍ରିଟେନ, ଆମେରିକା, ରୁଷିଆ, କାନାଡ଼ା, ସିଙ୍ଗାପୁର, ଫିଲିପାଇନ୍ସ ଭଳି ଦେଶରେ ୧୫ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ର ଫସି ରହିଛନ୍ତି। ଏଥିସହ ଅନ୍ୟମାନଙ୍କୁ ମଧ୍ୟ ପର୍ଯ୍ୟାୟ କ୍ରମେ ଭାରତ ଅଣାଯିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ସେମାନଙ୍କୁ ସ୍ବଦେଶ ଅଣାଯିବା ପରେ ବିଭିନ୍ନ ରାଜ୍ୟରେ ସେମାନଙ୍କୁ ପ୍ରଥମେ ସ୍କ୍ରିନିଂ ଓ ପରେ ଆବଶ୍ୟକ ସ୍ଥଳେ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ଜଣାପଡ଼ିଛି। ହେଲେ ପ୍ରଥମେ ରାଜ୍ୟଗୁଡ଼ିକ ଏଥିଲାଗି କ୍ଷେତ୍ର ପ୍ରସ୍ତୁତ କରିବା ଜରୁରୀ। ଆସିବା ପରେ ସେମାନଙ୍କ ଲାଗି କ୍ୱାରାଣ୍ଟାଇନ୍‌ ସୁବିଧା କିମ୍ବା ହସ୍ପିଟାଲର ବ୍ୟବସ୍ଥା କରାଯିବା ଉଚିତ। ଏଥିଲାଗି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri