ଗଡ଼ୁଛି ଦିନ, ହେଉନି ଜଳସେଚନ ସୁବିଧା

ଯାଜପୁର ଅଫିସ,୪ା୨: ରାଜ୍ୟରେ ୩୫ ପ୍ରତିଶତ କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ୧୮ବର୍ଷ ତଳେ ସରକାର ଘୋଷଣା କରିଥିଲେ। ହେଲେ ବାସ୍ତବରେ ଏହା ଯାଜପୁର ଜିଲାରେ ଘୋଷଣାରେ ସୀମିତ ରହିଛି। ୮ ବର୍ଷରୁ ଊର୍ଦ୍ଧ୍ୱ ହେବ ଜିଲାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲେ ହେଁ ସମ୍ପୃକ୍ତ ଏଲଆଣ୍ଡଟି କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ସଂଶୟ ପ୍ରକାଶ ପାଇଛି। ଅନ୍ୟପକ୍ଷେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ୬ମାସ ମଧ୍ୟରେ ହେବ ବୋଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଏହାଦ୍ୱାରା ସରକାରଙ୍କ ପ୍ରତିଶ୍ରୁତି ଏଠାରେ ଧୂଆଁବାଣ ପାଲଟିଛି ବୋଲି ଚାଷୀ ଓ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ନଦୀ ଅବବାହିକାରୁ ଉଚ୍ଚ ଚାଷଜମିକୁ ଜଳସେଚନ କରିବାକୁ ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରୁ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏଥିରେ ଯାଜପୁର ଜିଲାର ବଡଚଣା, ବରୀ, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳରେ ପ୍ରବାହିତ କେଲୁଅ, ବିରୂପା, ତଣ୍ଟିଘାଇ, ଦୁଧେଇ ଓ ଖରସ୍ରୋତା ନଦୀରେ ୯ଟି ପ୍ରକଳ୍ପ ଦ୍ୱାରା ପ୍ରାୟ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ପରିକଳ୍ପନା କରାଯାଇଛି। ହେଲେ ପ୍ରକଳ୍ପର ଅଗ୍ରଗତିରେ ମନ୍ଥରତା ଚାଷୀଙ୍କ ଆଶାକୁ ଧୂଳିସାତ କରି ଦେଇଛି। ପନିପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ରସୁଲପୁର ବ୍ଲକର ଖରସ୍ରୋତା ନଦୀରୁ ପ୍ରସ୍ତାବିତ ତୁଳସୀପୁର ଓ ରାଉତରାପୁର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଏଯାଏ ୫୦ ପ୍ରତିଶତ ବି ହୋଇପାରି ନାହିଁ। କେବଳ ଜମିରେ ପାଇପ ବିଛାଯାଇ ଛାଡ଼ି ଦିଆଯାଇଛି। ରାଜ୍ୟ ଜଳ ସମ୍ପଦ ବିଭାଗ ଅଧୀନ ମେଗା ଉଠା ଜଳସେଚନ ୟୁନିଟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ବଡ଼ଚଣା ନିର୍ବାଚନମଣ୍ଡଳୀର ୨୦୦୦ ହେକ୍ଟର, ବରୀ ନିର୍ବାଚନମଣ୍ଡଳୀର ୩,୭୦୦ ହେକ୍ଟର, ଧର୍ମଶାଳା ଓ କୋରେଇ ନିର୍ବାଚନମଣ୍ଡଳୀର ୫,୪୦୦ ହେକ୍ଟର ଏବଂ ଯାଜପୁର ନିର୍ବାଚନମଣ୍ଡଳୀର ୧୭୦୦ ହେକ୍ଟର ଜମିରେ ଜଳସେଚନର ପ୍ରସ୍ତାବ ରହିଛି। ଅଥଚ ଟିକରପଡ଼ାରେ ନିର୍ମାଣାଧୀନ ଷ୍ଟ୍ରକ୍ଚର କାର୍ଯ୍ୟ ଅଧାରେ ଲାଖିଛି। ତେବେ ମାସକ ମଧ୍ୟରେ ଷ୍ଟ୍ରକ୍ଚର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଏଲଆଣ୍ଡଟି କମ୍ପାନୀର ଇଲେକ୍ଟ୍ରିକାଲ ଯନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ତୁଳସୀପୁରଠାରେ ନିର୍ମାଣାଧୀନ ପ୍ରକଳ୍ପରୁ ଶ୍ରୀବନ୍ତପୁର, କାଣ୍ଡସରା, କାନପୁର, ଦିଆନଛକ, ଟିକରପଡା, କୁଜିବର, ଦରକୁଣ୍ଡି, ନଗୁଆଁ, ତୁଳସିପୁର, ଗନ୍ଧଣ, ମସୁରପୁର, ବ୍ରାହ୍ମଣ ନରସିଂହପୁର, ଭଗିରଥପୁର, ସାରଙ୍ଗପୁର, ପହଁଗା, ବାଉଁଶଅଣ୍ଟା, ଲଖନପୁର, ଖଣ୍ଟାସ, ବାରଲାଙ୍ଗି, ଭଗତଭଗବାନ, ଜାବରା, ଆଦମପୁର, ନଠୁଆବର, କୋରକରା ପ୍ରଭୃତି ଗାଁର ଜମିକୁ ଜଳ ଯୋଗାଇ ଦିଆଯିବ ବୋଲି ଚାଷୀ ମହଲରେ ଆଶା ରହିଛି। ସେହିପରି ରାଉତରାପୁରଠାରେ ସ୍ଥାପନ ହେଉଥିବା ଉଠା ଜଳସେଚନ ପ୍ରକଳ୍ପରୁ କୋରେଇ ବ୍ଲକର ବଡଟିକିରା, ଦାସଗଡିଆ, ଖଇରାବାଦ, ନହନ୍ଦା, କୁରୁପଦା, ବ୍ରାହ୍ମଣବାଡ, ଶାଳପଡା, ସୋତି, ରାମପୁରଶଗଡି, ଗୋଳେଇପୁର, ବଡବିରୁଆଁ, ସୋଲପଟା ବ୍ରହ୍ମପୁର, ନାଉଡପୁର, ନୂଆପାଟଣା, ବେଙ୍ଗବାଧବାପୁର, ଆମ୍ବତଳ, ବରେଇ, ତଣ୍ଡରା ଓ ରସୁଲପୁର ବ୍ଲକରୁ ରାଉତରାପୁର, ରାଧାନଗର, ପହଁଗା, ଲକ୍ଷ୍ମୀନଗର, କୃଷ୍ଣନଗର ପ୍ରଭୃତି ଗ୍ରାମର ଚାଷୀ ଉପକୃତ ହେବେ। ଅଥଚ କାର୍ଯ୍ୟ ଆରମ୍ଭ ହେବାର ୫ ବର୍ଷ ପରେ ବି ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ। ଏହି ଅଞ୍ଚଳର ଚାଷଜମିରେ ଜଳସେଚନର ସୁବିଧା ନ ଥିଲେ ମଧ୍ୟ ନିଜ ଉଦ୍ୟମରେ ଚାଷୀମାନେ ବିଭିନ୍ନ ଜଳଉତ୍ସ ସହାୟତାରେ ବ୍ୟାପକ ରବି ଫସଲ ତଥା ପନିପରିବା ଚାଷ କରି କିଛି ଅର୍ଥ ରୋଜଗାର କରିଥାନ୍ତି। ଏ ସମ୍ପର୍କରେ ଭଗୀରଥପୁରର ଚାଷୀ ରବୀନ୍ଦ୍ର ବେହେରା ଓ କାଳନ୍ଦୀ ବେହେରା କୁହନ୍ତି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଚାଷୀ ସବୁକ୍ଷେତ୍ରରେ ଲାଭବାନ ହୋଇପାରିବେ। କିନ୍ତୁ ବର୍ଷକୁ ବର୍ଷ ସମୟ ଅତିକ୍ରାନ୍ତ ହେଉଥିଲେ ହେଁ ପ୍ରକଳ୍ପ ଶେଷ ହେବା ନାଁ ଧରୁ ନାହିଁ। ତେଣୁ ବାଧ୍ୟ ହୋଇ ତାଙ୍କ ଜମିରେ ନିଜ ଉଦ୍ୟମରେ ବୋରୱେଲ ଖୋଲିଛୁ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷେ ମେଗା ଉଠା ଜଳସେଚନ ପ୍ରକଳ୍ପ ଭୁବନେଶ୍ୱର ନିର୍ବାହୀ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କୁ ପଚାରିବାରେ, ଯେଉଁ ବାଟ ଦେଇ ପାଇପ୍‌ ବିଛା ଯାଉଛି ସେଠାରେ ଚାଷୀମାନେ ତୁରନ୍ତ ଚାଷ କାର୍ଯ୍ୟ ଆରମ୍ଭ କରୁଥିବାରୁ କାର୍ଯ୍ୟରେ ବିଳମ୍ବ ଘଟୁଛି। ଆସନ୍ତା ଜୁନ ମାସ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି। ତେବେ ଗତ ଜୁଲାଇରେ ୬ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି କହିଥିବା ଯନ୍ତ୍ରୀ ରାଉତ ପୁଣି ଏହାକୁ ଘୁଞ୍ଚାଇ ଜୁନରେ ଶେଷ ହେବ ବୋଲି କହିଛନ୍ତି। ଯାହାକି ଚାଷୀ ମହଲରେ ସନ୍ଦେହ ଜାତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ୱତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ୱତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri