ଗଠନ ହେଲା ଓବିସି କମିଶନ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି)ଙ୍କ ପ୍ରକୃତ ସଂଖ୍ୟା କେତେ , ସେ ସମ୍ପର୍କରେ କୌଣସି ସରକାରୀ ହିସାବ ନାହିଁ। ତେଣୁ ଏମାନଙ୍କ ପ୍ରକୃତ ସଂଖ୍ୟା କେତେ ତାହା ଜାଣିବା ପାଇଁ ଜାତିଭିତ୍ତିକ ଜନଗଣନା ଆବଶ୍ୟକତା ରହିଥିବା ରାଜ୍ୟ ସରକାର ଅନୁଭବ କରିଥିଲେ। କିଛିଦିନ ତଳେ ସରକାର କ୍ୟାବିନେଟ୍‌ ବୈଠକ ଡକାଇ ଏ ସମ୍ପର୍କିତ ଏକ ସଂକଳ୍ପ ପ୍ରସ୍ତାବ ଗୃହୀତ କରାଇଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିଲେ। ହେଲେ ବଜେଟ ଅଧିବେଶନର ପ୍ରଥମ ଭାଗରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଏକ ଲିଖିତ ଉତ୍ତର ଜାତିଭିତ୍ତିକ ଜନଗଣନା ସପକ୍ଷରେ କେନ୍ଦ୍ର ସରକାର ନ ଥିବା ସ୍ପଷ୍ଟ କରିଥିଲା। ତେଣୁ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ସେ ନେଇ ସମସ୍ତଙ୍କ ନଜର ରହିଥିଲା।
ଏହି କ୍ରମରେ ରାଜ୍ୟ ସରକାର ବୁଧବାର ଓବିସି କମିଶନ ଗଠନ ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କୁ ଓବିସିି କମିଶନ୍‌ର ପ୍ରଥମ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଜଷ୍ଟିସ ବିଶ୍ୱାଳ ଓଡ଼ିଶା ହାଇକୋର୍ଟର ବିଚାରପତିଭାବେ କାର୍ଯ୍ୟ କରିସାରିଛନ୍ତି। ଏତଦ୍‌ ବ୍ୟତୀତ ସେ ରାଜ୍ୟ ଖାଉଟି ସମସ୍ୟା ସମାଧାନ ମଞ୍ଚର ସଭାପତି ଭାବେ ୨୦୧୨ ନଭେମ୍ବରୁ ୨୦୧୭ ମାର୍ଚ୍ଚ ଯାଏ ଦାୟିତ୍ୱ ନିର୍ବାହ କରିସାରିଛନ୍ତି। ଅଧ୍ୟକ୍ଷ ବିଶ୍ୱାଳଙ୍କ ସମେତ ଏହି କମିଶନରେ ୩ ଜଣ ସଦସ୍ୟ ଏବଂ ଜଣେ ସଚିବ ସଦସ୍ୟ ରହିଛନ୍ତି। ଏମାନେ ହେଉଛନ୍ତି, ପ୍ରଫେସର ଡକ୍ଟର ନବନୀତା ରଥ, ପ୍ରଫେସର ଡକ୍ଟର ମିତାଲି ଚିନ୍ନାରା ଏବଂ ଡକ୍ଟର ପ୍ରସନ୍ନ କୁମାର ପାତ୍ର। ସେହିପରି ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଫିସର ବୀର ବିକ୍ରମ ଯାଦବ ସଚିବ ସଦସ୍ୟ ରହିଛନ୍ତି। ପ୍ରଫେସର ରଥ ଜଣେ ସମାଜ ବିଜ୍ଞାନୀ। ସେ ପଛୁଆ ବର୍ଗଙ୍କ ସମ୍ପର୍କିତ ବିଭିନ୍ନ ତଥ୍ୟ ଅନୁଶୀଳନ କରିବା ସହ ଗବେଷଣା କରିସାରିଛନ୍ତି। ପ୍ରଫେସର ଚିନ୍ନାରା ପ୍ରୟୋଗାତ୍ମକ ଅର୍ଥନୀତି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେହିଭଳି ଡକ୍ଟର ପାତ୍ର ଜଣେ ନୃତତ୍ତ୍ୱବିତ୍‌(ଆନ୍ଥ୍ରପୋଲୋଜିଷ୍ଟ)। ଉପରୋକ୍ତ ୩ ପ୍ରଫେସର ଉତ୍କଳ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି। ରାଜ୍ୟ ସରକାର ‘ଓଡ଼ିଶା ଷ୍ଟେଟ କମିଶନ ଫର୍‌ ବ୍ୟାକୱାର୍ଡ କ୍ଲାସ ନିୟମ-୧୯୯୩’ରେ ଥିବା ବ୍ୟବସ୍ଥା ଆଧାରରେ ଏହି କମିଶନ ଗଠିତ ହୋଇଥିବା ଜଣାପଡିଛି। ଏହାର ପ୍ରଥମ ଅଧ୍ୟାୟରେ କମିଶନଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ ରହିଛି। ଏହି ନିୟମର ଦ୍ୱିତୀୟ ଅଧ୍ୟାୟରେ କମିଶନ ଗଠନ, ଏହାର ଅଧ୍ୟକ୍ଷ ଓ ସଦସ୍ୟ, କର୍ମଚାରୀ ଏବଂ ସେମାନଙ୍କ ପ୍ରାପ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେହିଭଳି ଖାଲିଥିବା ପଦବୀ, କମିଶନଙ୍କ କାର୍ଯ୍ୟସାରଣୀକୁ ରଦ୍ଦ ନ କରିବା ଇତ୍ୟାଦି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତୃତୀୟ ଭାଗରେ କମିଶନଙ୍କ କାର୍ଯ୍ୟ, କ୍ଷମତା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପିରିୟଡିକ୍‌ ରିଭିଜନ୍‌ ଲିଷ୍ଟ ସମ୍ପର୍କରେ ନିୟମ ସନ୍ନିବେଷିତ କରାଯାଇଛି। ଚତୁର୍ଥ ଭାଗରେ ସରକାରୀ ଅନୁଦାନ, ବାର୍ଷିକ ଅଡିଟ୍‌, ବାର୍ଷିକ ବିବରଣୀ ଏବଂ ଓଡ଼ିଶା ବିଧାନସଭାରେ ଉପସ୍ଥାପନ ହେବାକୁ ବିଭିନ୍ନ ରିପୋର୍ଟ ସମ୍ପର୍କିତ ନିୟମ ଉଲ୍ଲେଖ କରାଯାଇଛି। ସେହିଭଳି ପଞ୍ଚମ ଭାଗରେ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷମତା, ନିୟମ ପ୍ରଣୟନ ବିଧି ସମ୍ପର୍କରେ ଉଲ୍ଲେଖ କରାଯାଇଛି। କମିଶନ ଅଧ୍ୟକ୍ଷଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ ରଘୁନାଥ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟ ସରକାର ଗୁରୁ ଦାୟିତ୍ୱ ଦେଇଛନ୍ତି। ଏହାକୁ ସୂଚାରୁରୂପେ ତୁଲାଇବାକୁ ଚେଷ୍ଟା କରିବି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ହର୍ମୁଜ ସଙ୍କଟ ମଧ୍ୟରେ ୪ ଇରାନୀ ଟ୍ୟାଙ୍କରକୁ ଭାରତରେ ପ୍ରବେଶ ଅନୁମତି, ସିକ୍କା ବନ୍ଦରରେ…

ନୂଆଦିଲ୍ଲୀ,୧୧ା୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନୁରୋଧରେ ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଇରାନୀ ତୈଳ ନେଇଯାଉଥିବା ୪ଟି ଆମେରିକା ଦ୍ୱାରା ଅନୁମୋଦିତ ଟ୍ୟାଙ୍କରକୁ ଗୁଜରାଟର ସିକ୍କା ବନ୍ଦରରେ ଡକିଂ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଣିବା ପାଇଁ ମଧ୍ୟସ୍ଥତା କରୁଛି ପାକିସ୍ତାନ, ଯଦି ଇରାନ…

ଓ୍ବାଶିଂଟନ/ଇସଲାମାବାଦ,୧୧ା୪: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ପାକିସ୍ତାନ ମଧ୍ୟସ୍ଥତା କରୁଛି। ଏଥିପାଇଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକାର ପ୍ରତିନିଧିମଣ୍ଡଳୀ ସହିତ ପାକସ୍ତାନର…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri