ଗଞ୍ଜେଇ ମାଫିଆଙ୍କ ଅଭିନବ ଉପାୟ : କଦଳୀ ଟ୍ରକ୍‌ରୁ ୨.୫ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ବେପାରୀମାନେ ଏବେ ବେଶ୍‌ ସକ୍ରୀୟ। ଦିନକୁ ଦିନ ଅଭିନବ ଉପାୟ ଅବଲମ୍ବନ କରି କୋଟିକୋଟି ଟଙ୍କାର ଗଞ୍ଜେଇ ଚାଲାଣ କରୁଛନ୍ତି। କେତେବେଳେ କାର୍‌ ଡିକିରେ ତ’ ଆଉ କେତେବେଳେ କାର୍‌ର ସିଟ୍‌ ତଳେ ରଖି ଗୋଟେ ସ୍ଥାନରୁ ଅନ୍ୟତ୍ର ଚାଲାଣ କରୁଛନ୍ତି। ବୁଧବାର ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱରକୁ ଏକ କଦଳୀ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଧରାପଡ଼ିଛି। ହାଇଦ୍ରାବାଦ୍‌ ଜୋନାଲ ୟୁନିଟର ରାଜସ୍ବ ବିଭାଗର ଅଧିକାରୀମାନେ ଉକ୍ତ ଟ୍ରକ୍‌ରୁ ପ୍ରାୟ ୧୬୩୮ କେଜି ଗଞ୍ଜେଇ ଜବତ କରିବା ସହ ଟ୍ରକ୍‌(ଓଡି ୦୨-ବିଡି-୪୧୫୫) ଜବତ କରିଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨କୋଟି ୪୫ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉକ୍ତ ଟ୍ରକକୁ ସୁରକ୍ଷା ଦେଉଥିବା ଏକ ଇଣ୍ଡିଗୋ କାର (ଓଡି୦୨-ୟୁ- ୭୧୨୩)କୁ ମଧ୍ୟ ଜବତ କରାଯିବାସହ ଏହି କାରବାର ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର ନରସିଂପାଟଣା ଅଞ୍ଚଳରେ ଏକ କଦଳୀ ବୋଝେଇ ଟ୍ରକ୍‌ରେ ବହୁମାତ୍ରାରେ ଗଞ୍ଜେଇ ଚାଲାଣ ହେଉଥିବା ଏବଂ ଏହାକୁ ଏକ ଏକ କାର୍‌ ସୁରକ୍ଷା ଦେଉଥିବା ସମ୍ପର୍କରେ ରାଜସ୍ବ ଗୋଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଉକ୍ତ ସୂଚନାକୁ ଆଧାର କରି ରାଜସ୍ବ ଗୋଇନ୍ଦା ଅଧିକାରୀମାନେ ବିଶାଖାପାଟଣା ଏନ୍‌ଏଡି ଜଙ୍କ୍‌ସନରେ ଉକ୍ତ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ। ଟ୍ରକରେ କଦଳୀ ଲଦା ହୋଇଥିବାବେଳ ତଳେ ଗଞ୍ଜେଇ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଅଧିକାରୀମାନେ ଉକ୍ତ ୨ଟି ଗାଡିକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲେ। ଟ୍ରକ୍‌ରୁ କଦଳୀ ବାହାର କରାଯିବା ପରେ ସେଥିରେ ୪୦ଟି ବସ୍ତାରେ ଥିବା ୮୦୦ ପ୍ୟାକେଟ ଗଞ୍ଜେଇକୁ ଜବତ କରାଯାଇଥିଲା। ଗିରଫ ଟ୍ରକ୍‌ ଡ୍ରାଇଭରଙ୍କୁ ପଚରାଉଚରା ପରେ ସେମାନେ ଅନେକ ତଥ୍ୟ ପ୍ରଦାନ କରିଛନ୍ତି। ତେବେ ଏହି କାରବାରରେ ଓଡ଼ିଶାର କାହାର ସମ୍ପୃକ୍ତି ଅଛି, ଏତେ ପରିମାଣର ଗଞ୍ଜେଇ କାହାକୁ ଦିଆଯାଇଥାନ୍ତା, ଏହି କାରବାରର ନେଟୱାର୍କ କେତେ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ରାଜସ୍ବ ଗୁଇନ୍ଦା ବିଭାଗ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟଙ୍କ ବିବାଦୀୟ ବୟାନ, କହିଲେ ମୁସଲମାନ ନଦୀକୁ ପୂଜା କରନ୍ତୁ…

ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୧୭, ୨୦୨୫ ରେ, ଗୋରଖପୁରର ଖୋରାବାରରେ ଥିବା ମାଲବ୍ୟ ନଗର ଶ୍ରୀରାମ ବସ୍ତି ଖେଳପଡ଼ିଆରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ...

୫ ହଜାର ସ୍କୁଲରେ ନାହାନ୍ତି ପିଲା, ବିନା ଛାତ୍ରୀଛାତ୍ରରେ ୧.୪୪ ଲକ୍ଷ ଶିକ୍ଷକ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୧୮ା୧୨(ପି.ଟି.): ଭାରତର ୫,୦୦୦ରୁ ଅଧିକ ସ୍କୁଲରେ ଜଣେ ହେଲେ ପିଲା ନାହାନ୍ତି। ସେଥିରୁ ୭୦ ପ୍ରତିଶତ ବିଦ୍ୟାଳୟ କେବଳ ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ରହିଛି। ସେହିପରି...

ଆଣବିକ ଶକ୍ତି କ୍ଷେତ୍ରରେ ପଶିବେ ଘରୋଇ ସଂସ୍ଥା

ନୂଆଦିଲ୍ଲୀ,୧୮ା୧୨(ପି.ଟି./ଏଜେନ୍ସି): ୨୦୪୭ ସୁଦ୍ଧା ଭାରତରେ ୧୦୦ ଗିଗାଓ୍ୱାଟ୍‌ ଅଣୁଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ବିଧେୟକକୁ ବୁଧବାର ଲୋକ ସଭାର ମଞ୍ଜୁରୀ ମିଳିଛି। ସଷ୍ଟେନେବଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri