ଗଛତଳେ ଆଶ୍ରୟ ନେଲେ ପ୍ରବାସୀ ଶ୍ରମିକ

ବରଗଡ଼ ଅଫିସ୍‌,୧୦।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ନେଇ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏହି କଟକଣାକୁ ଦେଢ଼ମାସ ବିତି ଯାଇଛି । ତେବେ ଏଥିପାଇଁ ପ୍ରବାସୀ ଶ୍ରମିକଙ୍କୁ ଖୁବ୍‌ ହଟହଟା ହେବାକୁ ପଡ଼ୁଛି । ରୋଜଗାର ବନ୍ଦ ହେବା ସହିତ ସେମାନଙ୍କୁ ଖାଇବା, ପିଇବା ତ ଦୂରର କଥା, ରହିବା ପାଇଁ ଆଶ୍ରୟ ଟିକିଏ ମଧ୍ୟ ମିଳୁ ନାହିଁ । ଫଳରେ ଏଭଳି ପ୍ରବାସୀ ଶ୍ରମିକ ଗାଁ ମୁହାଁ ହୋଇଛନ୍ତି । ତେବେ ଗାଡ଼ିମୋଟର ଏବଂ ରେଳ ଚଳାଚଳ ବନ୍ଦ ଥିବା ଯୋଗୁ ସେମାନଙ୍କ ମଧ୍ୟରୁ କେହି ଚାଲି ଚାଲି ତ ଆଉ କିଏ ସାଇକେଲରେ ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଏଭଳି ଭାବେ ନବରଙ୍ଗପୁରରୁ ୯ଜଣ ଶ୍ରମିକ ଝାଡ଼ଖଣ୍ଡ ଅଭିମୁଖେ ଚାଲି ଚାଲି ଯାଉଥିବା ରବିବାର ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡ଼ା ଅଞ୍ଚଳରେ ଦେଖିବାକୁ ମିଳିଥିଲା।
ବରଗଡ଼ ବ୍ଲକ ବରଡ଼ୋଲର ସାମାଜିକ ଅନୁଷ୍ଠାନ ସମ୍ପର୍କ ପରିବାରର ସଂଯୋଜକ ବିକାଶ ଅଗ୍ରୱାଲ ସେମାନଙ୍କୁ ଦେଖି ସ୍ଥାନୀୟ ବିଡ଼ିଓ ଏବଂ ତହସିଲଦାରଙ୍କୁ ଯୋଗାଯୋଗ କରିଥିଲେ । ପରେ ସ୍ଥାନୀୟ ସରପଞ୍ଚ ସହଦେବ ବନଛୋର ସେମାନଙ୍କୁ ଚୂଡ଼ା, ଚିନି ଖାଇବାକୁ ଦେଇଥିଲେ। ଏ ନେଇ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଶ୍ରମିକମାନଙ୍କୁ ଗାଡ଼ିରେ ପଠାଯିବ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । ଏହାପରେ ଶ୍ରମିକମାନେ ସୁକୁଡ଼ାରେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଛି ଏବଂ ସୋମବାର ସକାଳେ ଶ୍ରମିକଙ୍କୁ ଗାଡ଼ି ଯୋଗେ ସେମାନଙ୍କ ଗନ୍ତବ୍ୟ ପଥକୁ ପଠାଯିବ ବୋଲି ସରପଞ୍ଚ ବନଛୋର କହିଛନ୍ତି ।
ଏହି ଶ୍ରମିକମାନେ ନବରଙ୍ଗପୁର ନିକଟ ରେଳପଥର ଏକ ବ୍ରିଜ କାମରେ ନିୟୋଜିତ ଥିଲେ । ତେବେ ଲକ୍‌ ଡାଉନ୍‌ ପରେ କାମ ବନ୍ଦ ହୋଇଯାଇଥିଲା । ଏହାପରେ ସମ୍ପୃକ୍ତ ଠିକାଦାର ଘରକୁ ଫେରିଯିବାକୁ କହିବାରୁ ସେମାନେ ଗାଁ ଅଭିମୁଖେ ବାହାରିଥିବା କହିଛନ୍ତି । ଆସିବା ବାଟରେ ବୋରିଗୁମ୍ମାରେ ସେମାନଙ୍କୁ ୧୨ଦିନ କ୍ବାରାଣ୍ଟାଇନରେ ରଖାଯାଇଥିଲା ଏବଂ ସେଠାରୁ ଯିବାକୁ କହିବାରୁ ସେମାନେ ଚାଲି ଚାଲି ନିଜ ଘର ଅଭିମୁଖେ ବାହାରିଥିଲେ। ତେବେ ଆସିବା ବାଟରେ ଏକ ବସ୍‌ ଯୋଗେ ମଧ୍ୟ ସେମାନେ ଆସିଥିଲେ । ମାତ୍ର ଅଧବାଟରେ ବସ୍‌ଟି ଛାଡ଼ି ଦେବାରୁ ସେମାନେ ଚାଲି ଚାଲି ଯାଉଥିବା ଶ୍ରମିକମାନେ କହିଛନ୍ତି । ଦୋକାନ, ବଜାର ବନ୍ଦ ଥିବାରୁ ଖାଇବା ପାଇଁ କିଛି ସାମଗ୍ରୀ ମିଳୁ ନ ଥିବା ଯୋଗୁ ଅର୍ଦ୍ଧାହାରରେ ମଧ୍ୟ ରହିବାକୁ ପଡ଼ୁଥିବା ସେମାନେ କହିଛନ୍ତି । ଏହା ସହିତ ବାଟରେ ନଳକୂପ, କୂଅକୁ ପାଣି ଆଣିବାକୁ ଗଲେ ମଧ୍ୟ ଲୋକଙ୍କଠାରୁ ଟାହିଟାପରା ଶୁଣିବାକୁ ମିଳିଥିବା ଏହି ଶ୍ରମିକମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri