ଗଛତଳେ ଆଶ୍ରୟ ନେଲେ ପ୍ରବାସୀ ଶ୍ରମିକ

ବରଗଡ଼ ଅଫିସ୍‌,୧୦।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ନେଇ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏହି କଟକଣାକୁ ଦେଢ଼ମାସ ବିତି ଯାଇଛି । ତେବେ ଏଥିପାଇଁ ପ୍ରବାସୀ ଶ୍ରମିକଙ୍କୁ ଖୁବ୍‌ ହଟହଟା ହେବାକୁ ପଡ଼ୁଛି । ରୋଜଗାର ବନ୍ଦ ହେବା ସହିତ ସେମାନଙ୍କୁ ଖାଇବା, ପିଇବା ତ ଦୂରର କଥା, ରହିବା ପାଇଁ ଆଶ୍ରୟ ଟିକିଏ ମଧ୍ୟ ମିଳୁ ନାହିଁ । ଫଳରେ ଏଭଳି ପ୍ରବାସୀ ଶ୍ରମିକ ଗାଁ ମୁହାଁ ହୋଇଛନ୍ତି । ତେବେ ଗାଡ଼ିମୋଟର ଏବଂ ରେଳ ଚଳାଚଳ ବନ୍ଦ ଥିବା ଯୋଗୁ ସେମାନଙ୍କ ମଧ୍ୟରୁ କେହି ଚାଲି ଚାଲି ତ ଆଉ କିଏ ସାଇକେଲରେ ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଏଭଳି ଭାବେ ନବରଙ୍ଗପୁରରୁ ୯ଜଣ ଶ୍ରମିକ ଝାଡ଼ଖଣ୍ଡ ଅଭିମୁଖେ ଚାଲି ଚାଲି ଯାଉଥିବା ରବିବାର ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡ଼ା ଅଞ୍ଚଳରେ ଦେଖିବାକୁ ମିଳିଥିଲା।
ବରଗଡ଼ ବ୍ଲକ ବରଡ଼ୋଲର ସାମାଜିକ ଅନୁଷ୍ଠାନ ସମ୍ପର୍କ ପରିବାରର ସଂଯୋଜକ ବିକାଶ ଅଗ୍ରୱାଲ ସେମାନଙ୍କୁ ଦେଖି ସ୍ଥାନୀୟ ବିଡ଼ିଓ ଏବଂ ତହସିଲଦାରଙ୍କୁ ଯୋଗାଯୋଗ କରିଥିଲେ । ପରେ ସ୍ଥାନୀୟ ସରପଞ୍ଚ ସହଦେବ ବନଛୋର ସେମାନଙ୍କୁ ଚୂଡ଼ା, ଚିନି ଖାଇବାକୁ ଦେଇଥିଲେ। ଏ ନେଇ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଶ୍ରମିକମାନଙ୍କୁ ଗାଡ଼ିରେ ପଠାଯିବ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । ଏହାପରେ ଶ୍ରମିକମାନେ ସୁକୁଡ଼ାରେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଛି ଏବଂ ସୋମବାର ସକାଳେ ଶ୍ରମିକଙ୍କୁ ଗାଡ଼ି ଯୋଗେ ସେମାନଙ୍କ ଗନ୍ତବ୍ୟ ପଥକୁ ପଠାଯିବ ବୋଲି ସରପଞ୍ଚ ବନଛୋର କହିଛନ୍ତି ।
ଏହି ଶ୍ରମିକମାନେ ନବରଙ୍ଗପୁର ନିକଟ ରେଳପଥର ଏକ ବ୍ରିଜ କାମରେ ନିୟୋଜିତ ଥିଲେ । ତେବେ ଲକ୍‌ ଡାଉନ୍‌ ପରେ କାମ ବନ୍ଦ ହୋଇଯାଇଥିଲା । ଏହାପରେ ସମ୍ପୃକ୍ତ ଠିକାଦାର ଘରକୁ ଫେରିଯିବାକୁ କହିବାରୁ ସେମାନେ ଗାଁ ଅଭିମୁଖେ ବାହାରିଥିବା କହିଛନ୍ତି । ଆସିବା ବାଟରେ ବୋରିଗୁମ୍ମାରେ ସେମାନଙ୍କୁ ୧୨ଦିନ କ୍ବାରାଣ୍ଟାଇନରେ ରଖାଯାଇଥିଲା ଏବଂ ସେଠାରୁ ଯିବାକୁ କହିବାରୁ ସେମାନେ ଚାଲି ଚାଲି ନିଜ ଘର ଅଭିମୁଖେ ବାହାରିଥିଲେ। ତେବେ ଆସିବା ବାଟରେ ଏକ ବସ୍‌ ଯୋଗେ ମଧ୍ୟ ସେମାନେ ଆସିଥିଲେ । ମାତ୍ର ଅଧବାଟରେ ବସ୍‌ଟି ଛାଡ଼ି ଦେବାରୁ ସେମାନେ ଚାଲି ଚାଲି ଯାଉଥିବା ଶ୍ରମିକମାନେ କହିଛନ୍ତି । ଦୋକାନ, ବଜାର ବନ୍ଦ ଥିବାରୁ ଖାଇବା ପାଇଁ କିଛି ସାମଗ୍ରୀ ମିଳୁ ନ ଥିବା ଯୋଗୁ ଅର୍ଦ୍ଧାହାରରେ ମଧ୍ୟ ରହିବାକୁ ପଡ଼ୁଥିବା ସେମାନେ କହିଛନ୍ତି । ଏହା ସହିତ ବାଟରେ ନଳକୂପ, କୂଅକୁ ପାଣି ଆଣିବାକୁ ଗଲେ ମଧ୍ୟ ଲୋକଙ୍କଠାରୁ ଟାହିଟାପରା ଶୁଣିବାକୁ ମିଳିଥିବା ଏହି ଶ୍ରମିକମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri