Posted inଫୁରସତ

ଗଛ କାଟିଲେ ବାହାରୁଛି ପାଣି, ଶୋଷ ମେଣ୍ଟାଉଛନ୍ତି ଲୋକେ!

ଗଛ ବିନା ଜୀବନ ପରିକଳ୍ପନା କରିବା ଅସମ୍ଭବ। ଗଛ ଛାଇ ଏବଂ ଫଳ ଦେବା ସହ ଲୋକଙ୍କ ଆବଶ୍ୟକତା ପୂରଣ କରିଥାଏ। ଗଛ ଯୋଗୁ ଆମେ ଅମ୍ଲଜାନ ମଧ୍ୟ ପାଇଥାଉ। ଏବେ ସୋସିଆଲ ମିଡିଆରେ ଏପରି ଏକ ଗଛ ଭାଇରାଲ ହୋଇଛି। ଯାହାକୁ କାଟିଲେ ଏଥିରୁ ପାଣି ବାହାରୁଛି। ଆବଶ୍ୟକସ୍ଥଳେ ଲୋକେ ଗଛରୁ ବାହାରୁଥିବା ପାଣି ପିଇ ଶୋଷ ମେଣ୍ଟାଉଛନ୍ତି। ଏହି ଗଛର ନାମ ଟରମିନାଲିଆ ଟୋମେଣ୍ଟୋସା। ଗଛର ଛାଲ କୁମ୍ଭୀର ଚମଡା ଭଳି ଦେଖାଯାଉଥିବାରୁ ଏହାକୁ କୁମ୍ଭୀର ପିଠି ଭଳି ଗଛ ମଧ୍ୟ କୁହାଯାଏ। ସୋସିଆଲ ମିଡିଆରେ ଏହି ଗଛର ଭିଡିଓକୁ ନିଜ ଟୁଇଟରରେ ପୂର୍ବତନ ଆଇଏଫ୍‌ଏସ୍‌ ଦିଗ୍‌ବିଜୟ ସିଂ ଖାତି ଶେୟାର କରିଛନ୍ତି। କ୍ୟାପସନ୍‌ରେ ଲେଖିଛନ୍ତି, ଏହି ଗଛ ଅସୁବିଧା ସମୟରେ ଶୋଷ ମେଣ୍ଟାଇଥାଏ। ଭିଡିଓରେ କିଛି ବ୍ୟକ୍ତି ଗଛକୁ ଟିକେ କାଟିବା କ୍ଷଣି ସେଥିରୁ ପାଣି ଧାର ଧାର ହୋଇ ବାହାରୁଛି। ଏହି ଗଛ ଦକ୍ଷିଣ ଭାରତରେ ଦେଖାଯାଏ। ତାମିଲନାଡୁ ଜଙ୍ଗଲରେ ଏହି ଗଛ ବହୁଳ ପରିମାଣରେ ଦେଖାଯାଏ। ଗଛରୁ ପାଣି କାହିଁକି ବାହାରୁଛି ତାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଗଛକୁ ଥରେ କାଟିଲେ ୧ ଲିଟର ପର୍ଯ୍ୟନ୍ତ ପାଣି ବାହାରେ। ଏହି ପାଣି ପିଇ ସେଠାରେ ଥିବା କିଛି ଆଦିବାସୀଙ୍କ ଶୋଷ ମେଣ୍ଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri