ଗଁ। ଗଁ। ବୁଲି ଖୋଜୁଛନ୍ତି କ୍ରୀଡ଼ା ପ୍ରତିଭା

ଛେଣ୍ଡିପଦା, ୨୪ା୧ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବାର ଆଗ୍ରହ ୭୩ ବର୍ଷ ବୟସରେ ବି ତାଙ୍କୁ ଯୁବକ କରି ରଖିଛି। ଖାସ୍‌ ଏହି କାରଣରୁ ସେ ଦୈନିକ ସାଇକେଲରେ ଘୂରି ବୁଲୁଛନ୍ତି ଏ ଗଁାରୁ ସେ ଗଁା। କେଉଁଠି କେଉଁ ଖେଳର ଆଦର ଅଛି ତାହା ବୁଝିବା ସହ ସେଠାରେ ଉକ୍ତ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଲୁକ୍କାୟିତ ପ୍ରତିଭାର ସନ୍ଧାନ କରୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପୋଡାପଡା ଅଞ୍ଚଳର ଶ୍ରୀନିବାସ ପ୍ରଧାନ।
୧୯୪୭ରେ ଜନ୍ମିତ ଶ୍ରୀନିବାସ ଛାତ୍ର ସମୟରେ ଭଲ ଖେଳୁଥିବାରୁ ୧୯୬୫ରେ ସମ୍ବଲପୁର ଜିଲା ପୋଲିସରେ ଯୋଗ ଦେଇଥିଲେ। ପୋଲିସ ବିଭାଗ ପାଇଁ ଜିଲା ଓ ରାଜ୍ୟସ୍ତରୀୟ ଭଲିବଲ, ଫୁଟବଲ ଖେଳି ଅନେକ ଥର ପୁରସ୍କୃତ ହୋଇଥିଲେ। ତେବେ ୨୦୦୨ରେ ଅନୁଗୋଳ ପୋଲିସ ଟ୍ରେନିଂ କଲେଜରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ଖେଳପ୍ରତି ଥିବା ଆଗ୍ରହ ତାଙ୍କୁ ଘରେ ବସାଇ ଦେଇ ନ ଥିଲା। ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ କିପରି ହୋଇପାରିବ ସେଥିପାଇଁ ସେ ଅଣ୍ଟା ଭିଡି ବାହାରି ପଡ଼ିଥିଲେ ସାଇକେଲ ଧରି। ଅନୁଗୋଳ, ଦେବଗଡ଼ ଓ ସମ୍ବଲପୁର ଜିଲାର ପୁରପଲ୍ଲିକୁ ଗସ୍ତ କରି ସେଠାକାର ଯୁବକମାନଙ୍କ ସହ ଆଲୋଚନା କରିବା ଓ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା ତାଙ୍କର ଏକ ନିତିଦିନିଆ କାମ ହୋଇଯାଇଛି। ଅନେକ ଗଁା ମିନି ଷ୍ଟାଡିୟମ ବା ଖେଳ ପଡ଼ିଆରେ ଯୁବ ପ୍ରତିଭାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବା ସହ ପଞ୍ଚାୟତ ଓ ଜିଲାସ୍ତରୀୟ କ୍ରୀଡ଼ାର ମଧ୍ୟ ଆୟୋଜନ କରିସାରିଛନ୍ତି। ବେଳେ ବେଳେ ଏଥିପାଇଁ ତାଙ୍କୁ ୫୦ ରୁ ୬୦ କି.ମି. ପର୍ଯ୍ୟନ୍ତ ସାଇକେଲରେ ଯିବାକୁ ପଡ଼ୁଛି। ବୟସ ୭୩ ଛୁଇଁଥିଲେ ବି ସେଥିପ୍ରତି ତାଙ୍କର ଧ୍ୟାନ ନାହିଁ। ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତି ତାଙ୍କ ମଧ୍ୟରେ ଥିବା ଏପରି ନିଶା ସମ୍ପର୍କରେ ଶ୍ରୀନିବାସ କୁହନ୍ତି, ସେ ଏବେ ୭୩ ବର୍ଷର ଯୁବକ। ତାଙ୍କ ମଧ୍ୟରେ ଏବେ ବି ଖେଳୁଆଡ଼ ମନୋଭାବ ରହିଛି। ତେଣୁ ଆଖି ବୁଜିବା ପୂର୍ବରୁ ଅନେକ ଖେଳାଳି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଯେଉଁମାନେ ନିଜ ମାଟି, ଗାଁ, ରାଜ୍ୟ ଓ ଦେଶର ନାଁ ରଖିବେ, ସେପରି ଖେଳାଳିଙ୍କୁ ଖୋଜି ଖୋଜି ବାହାର କରିବା ଲକ୍ଷ୍ୟରେ ଆଗେଇ ଚାଲିଛି। ଅବସର ନେବା ପରେ ଲୋକେ ବିଶ୍ରାମ ନେବାକୁ ଭଲପାଆନ୍ତି। କିନ୍ତୁ ସେ ବିଶ୍ରାମ ପରିବର୍ତ୍ତେ ନିଜ ଜୀବନର ସେକେଣ୍ଡ ଇନିଙ୍ଗ୍‌ସ ଆରମ୍ଭ କରିବାକୁ ଚାହାନ୍ତି। ବିଶ୍ରାମ ନେଲେ ସ୍ନାୟୁଗୁଡିକ ଦୁର୍ବଳ ହୋଇଯିବ। ବାର୍ଦ୍ଧକ୍ୟ ଶୀଘ୍ର କବଳିତ କରିଦେବ। ତେଣୁ ବାର୍ଦ୍ଧକ୍ୟକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ଅବସର ପରେ ମଧ୍ୟ ଫିଟ୍‌ ରହିବାକୁ ପଡିବ। ସମାଜର ବା ଅନ୍ୟର ମଙ୍ଗଳ ପାଇଁ କିଛି କାମ କରିପାରିଲେ ଜୀବନର ଅପରାହ୍ନରେ ବି ସମସ୍ତଙ୍କ ଆଦର ପାଇହେବ ବୋଲି ଶ୍ରୀନିବାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍‌…

ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଟାର୍ଗେଟ୍‌, କହିଲେ ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା ତାଙ୍କୁ…

ଭୁବନେଶ୍ୱର,୧୧ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମାଲୋଚନା କରି କହିଛନ୍ତି,...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…

ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri