ଖୋଳାଯିବ ୧.୨୫ ଲକ୍ଷ କୂପ

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ସାରା ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୧.୨୫ ଲକ୍ଷ କୂପ(ଡଗ୍‌-ୱେଲ)ଖୋଳାଯିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏ) ଅଧୀନରେ ଏହି ଖନନ କାର୍ଯ୍ୟ କରାଯିବ। ଏ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲାର ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ପ୍ରକଳ୍ପ ସଂଯୋଜକ(ଏମ୍‌ଜିଏନ୍‌ଆରଇଜିଏ)ଙ୍କୁ ଗତ ୧୯ ତାରିଖରେ ଚିଠି ଲେଖାଯାଇଛି। କେଉଁ ଜିଲାରେ କେତେ ସଂଖ୍ୟକ କୂପ ଖୋଳାଯିବ, ସେ ନେଇ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟ କୃଷି ପାଇଁ ବିକଳ୍ପ ଜଳସେଚନ ବ୍ୟବସ୍ଥା ସୃଷ୍ଟି କରିବ। ସେହିପରି ବିଭିନ୍ନ ଜିଲାରେ ବ୍ଲକୱାରି ତାଲିକା କରି ଚଳିତ ମାସ ୨୫ ସୁଦ୍ଧା ବିଭାଗକୁ ଜଣାଇବା ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟକୁ ଚଳିତ ଆର୍ଥିକ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ଅନୁଗୋଳ ଓ ଗଜପତି ପାଇଁ ୨୦୦୦, ବାଲେଶ୍ୱର ୧୦୦୦, ବରଗଡ ୩୭୦୦, ଭଦ୍ରକ ୧୦୦୦, ବଲାଙ୍ଗୀର ୫୦୦୦, ବୌଦ୍ଧ ୧୫୦୦, କଟକ ୩୦୦୦, ଦେବଗଡ ୧୬୦୦ ଏବଂ ଢେଙ୍କାନାଳ ଜିଲାରେ ୪୫୦୦ ଗଭୀର କୂପ ଖନନ କରାଯିବ। ସେହିଭଳି ଗଞ୍ଜାମରେ ୧୨୦୦୦, ଜଗତ୍‌ସିଂହପୁର ୧୦୦୦, ଯାଜପୁର ୨୦୦୦, ଝାରସୁଗୁଡ଼ା ଓ ଖୋର୍ଦ୍ଧା ୧୦୦୦, କଳାହାଣ୍ଡି ୭୦୦୦, କନ୍ଧମାଳ ୭୦୦୦, କେନ୍ଦ୍ରାପଡ଼ା ୧୦୦୦, କେନ୍ଦୁଝର ୬୦୦୦ ଏବଂ କୋରାପୁଟ ପାଇଁ ୮୦୦୦ କୂପ ଖୋଳିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଅନୁରୂପ ଭାବେ ମାଲକାନଗିରି ଜିଲାରେ ୩୫୦୦, ମୟୂରଭଞ୍ଜରେ ୧୪୭୦୦, ନବରଙ୍ଗପୁର ୫୦୦୦, ନୟାଗଡ ଓ ନୂଆପଡ଼ା ୩୦୦୦, ପୁରୀ ୧୦୦୦, ରାୟଗଡା ୬୫୦୦, ସମ୍ବଲପୁର ୪୦୦୦, ସୋନପୁର ୨୦୦୦ ଏବଂ ସୁନ୍ଦରଗଡ ଜିଲାରେ ୧୧,୦୦୦ କୂପ ଖନନ ପାଇଁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର,୧।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି।…

ଆଇପିଏଲ ବ୍ୟାଟିଂର ପର୍ଦ୍ଦାଫାଶ: ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼, ୧।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅନଲାଇନ୍ ମାଧ୍ୟମରେ ଚାଲୁଥିବା ଆଇପିଏଲ କ୍ରିକେଟ ବେଆଇନ ବ୍ୟାଟିଂ ଉପରେ ପୋଲିସର ଚଢ଼ାଉ ଅଭିଯାନ…

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

ଟ୍ରଫିରେ ଏମିତି କ’ଣ ଲେଖାଥିଲା ଯାହାକୁ ଦେଖି ହସି ପକାଇଲେ ବିରୁଷ୍କା? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଗୁଜରାଟ ଟାଇଟନ୍ସ…

ହରିହରପୁର ଗ୍ରାମରେ ପାନୀୟ ଜଳ ସମସ୍ୟା, ରାସ୍ତା ଅବରୋଧ କଲେ ହରିହରପୁର ହରିଜନ ପଡାର ମହିଳା

ଲାଞ୍ଜିଗଡ଼,୧।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରିହରପୁର ଗ୍ରାମର ହରିଜନ ପଡାରେ ଜଳସଙ୍କଟ ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ୪୫ ଡିଗ୍ରୀ…

ଜଙ୍ଗଲରେ ଚାଲିଥିଲା ଜୁଆଆଡ୍ଡା: ଜଣଙ୍କ ପରେ ଜଣଙ୍କୁ ଧରି ୨୬ ଜଣଙ୍କୁ ବାନ୍ଧିଲା ପୋଲିସ, ୧୧ ଲକ୍ଷ ୧୬ ହଜାର ୯୦୦…

ସୁନ୍ଦରଗଡ଼, ୧।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଓଡ଼ିଶା–ଛତିଶଗଡ଼ ରାଜ୍ୟ ସୀମାନ୍ତର ଟପରିଆ-ଜାମଝରିଆ ଜଙ୍ଗଲ ମଧ୍ୟରେ ଚାଲିଥିବା ଏକ ବଡ଼ ଜୁଆଆଡ୍ଡା…

ପ୍ରହରୀ ଦେଖି ଫେରୁଥିବା ବେଳେ ଭାଲୁ ହାବୁଡରେ ପଡ଼ିଗଲେ ୨ ସାଙ୍ଗ, ତାପରେ ଯାହା ଘଟିଲା…

ପାଟଣା,୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ବଡ ନୂଆଗାଁ ହୁଡ଼ି ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସୋମବାର ସକାଳୁ ଭାଲୁ ଆକ୍ରମଣରେ…

ଭୟଙ୍କର ଦୁର୍ଘଟଣା: ଆଖିବୁଜିଲେ ଯୁବକ, ମିଳିନି ପରିଚୟ

ବରଗଡ଼, ୧।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼–ସୋହେଲା ମୁଖ୍ୟ ରାସ୍ତାର ପଥର୍ଲା ଛକ ନିକଟରେ ସୋମବାର ଏକ ଭୟଙ୍କର  ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri