ଖୁଲୁଡି ହେବ ଅଗ୍ରଣୀ ପର୍ଯ୍ୟଟନୀ ସ୍ଥଳୀ; ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ୫ କୋଟି: ବିଧାୟକ

ପାଲଲହଡା,୨୯।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡର ପ୍ରସିଦ୍ଧ ଶୈବପୀଠ ଝାରବେଡାସ୍ଥିତ ଖୁଲୁଡି ଗିରିଶ୍ୱର ମନ୍ଦିରର ବିକାଶ ପାଇଁ ଆଗାମୀ ୫ ବର୍ଷରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯିବ। ଏହାସହ ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ ଏହି ଶୈବପୀଠକୁ ଜିଲାର ଏକ ଅଗ୍ରଣୀ ପର୍ଯ୍ୟଟନୀ ସ୍ଥଳୀରେ ପରିଣତ କରାଯିବ ବୋଲି ପାଲଲହଡା ବିଧାୟକ ମୁକେଶ କୁମାର ପାଲ କହିଛନ୍ତି । ମଙ୍ଗଳବାର ହାଇଦ୍ରାବାଦର ବିଶିଷ୍ଟ ଆର୍କିଟେକ୍ଚର ଜଗନ୍ନାଥ ବିଶ୍ୱାଳ ନିଜ ଟିମ୍‌ ସହ ଖୁଲୁଡି ଶୈବପୀଠ ବୁଲି ଦେଖିବା ସହ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି। ପର୍ଯ୍ୟଟନ ସ୍ଥଳକୁ ଗମନାଗମନ, ଯାତ୍ରୀ ଆଶ୍ରୟସ୍ଥଳ, ଶୌଚାଳୟ, ପାର୍କ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ପାଇଁ ନକ୍ସା ପ୍ରସ୍ତୁତ ପାଇଁ ହାଇଦ୍ରାବାଦର ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବିଧାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପାଲଲହଡା ଉପଜିଲାପାଳ ଅଜିତ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀ, ଅକ୍ସଫୋର୍ଡ ଯୁବ ପରିଷଦ ଆବାହକ ଦିଲୀପ ଉଦାବଳ, ବିଧାୟକଙ୍କ ପ୍ରତିନିଧି ନରେନ୍ଦ୍ର କୁମାର ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ଡ୍ରେନ୍‌ କବଳରେ ଶିଶୁ: ବାରମ୍ବାର ପଡ଼ିଲା ପରେ ବି…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡନଂ ପାଞ୍ଚ ତ୍ରିବେଣୀ ମଠ ଛକ ସାହିଠାରେ ଜଣେ ଶିଶୁ ଖେଳୁଥିବା ବେଳେ ହଟାତ ମୁକୁଳା ଡ୍ରେନରେ ପଡି…

Read more

ନୂଆଦିଲ୍ଲୀ,୨।୨: ଜଣେ ଯାତ୍ରୀ ବିମାନରେ ହଙ୍ଗାମା କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡେଲି ମେଲ୍ ଅନୁଯାୟୀ, ଏହି ଘଟଣା…

ରେଷ୍ଟୁରାଣ୍ଟରେ ବିକୁଥିଲେ ମଦ: ଧରାପଡ଼ିଲେ ୩ ମାଲିକ

ଭୁବନେଶ୍ୱର,୨।୨: ଅବକାରୀ ବିଭାଗ ପକ୍ଷରୁ ସୋମବାର ରାଜଧାନୀରେ ବଡ଼ ଧରଣର ଚଢାଉ କରାଯାଇଛି। ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ସୋମବାର ୩ଜଣ ରେଷ୍ଟୁରାଣ୍ଟ ମାଲିକଙ୍କୁ…

ନିର୍ବାଚନ କମିଶନଙ୍କୁ ମମତାଙ୍କ ଚେତାବନୀ: ଦିଲ୍ଲୀରେ ହେବ SIR ଲଢେଇ

ନୂଆଦିଲ୍ଲୀ,୨।୨: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ କଡା ଚେତାବନୀ ଦେଇଛନ୍ତି ମମତା ବାନାର୍ଜୀ। ସେ ଅଭିଯୋଗ କରିଛନ୍ତି ଯେ, ସ୍ପେଶାଲ ଇନଟେନସିଭ ରିଭିଜନ୍ (SIR)…

ଯଦି ପାକିସ୍ତାନ ଫାଇନାଲକୁ ଯାଏ, ତେବେ ଭାରତ ସହ ଖେଳିବ ନା ନାହିଁ: ହୋଇଗଲା ବଡ଼ ନିଷ୍ପତ୍ତି

ଇସଲାମାବାଦ୍‌,୨।୨: ପାକିସ୍ତାନ ୨୦୨୬ ଟି-୨୦ ବିଶ୍ୱକପରେ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ…

ଭାରତର ବଜେଟ୍‌ ଯୋଗୁ କେଉଁ ଦେଶକୁ ବଡ଼ କ୍ଷତି, କାହାକୁ ମିଳିଲା ଫାଇଦା, ଜାଣନ୍ତୁ …

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ କେନ୍ଦ୍ର ବଜେଟ ୨୦୨୬-୨୭ ଉପସ୍ଥାପନ କରିଥିଲେ। ଘରୋଇ ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ ରହିଥିଲେ ମଧ୍ୟ, ବଜେଟ ଭାରତର…

ଲଦାଖକୁ ନେପାଳ, ବାଂଲାଦେଶ କରିବାକୁ ଚାହୁଁଥିଲେ ୱାଙ୍ଗଚୁକ!

ନୂଆଦିଲ୍ଲୀ,୨।୨: ଲଦାଖର ବିଶିଷ୍ଟ ସାମାଜିକ କର୍ମୀ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଅଟକ ରଖିବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସୋମବାର ଏହି…

ଇତିହାସ ରଚିଲେ ଜୋସ୍ ବଟଲର୍, ଇଂଲଣ୍ଡ ପାଇଁ ଏପରି ସଫଳତା ହାସଲ…

ନୂଆଦିଲ୍ଲୀ,୨।୨: ଟି-୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri